lucky zodiac signs: ଜ୍ୟୋତିଷ ଦୃଷ୍ଟିକୋଣରୁ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ରାଜା ଭାବେ ବିବେଚନା କରାଯାଇଛି । ୧୭ ଅକ୍ଟୋବର ୨୦୨୬ ସନ୍ଧ୍ୟା ୭:୫୭ ସମୟରେ ତୁଳା ରାଶିରେ ସୂର୍ଯ୍ୟ ଚଳନ କରିବେ। ସୂର୍ଯ୍ୟ ପ୍ରାୟ ୧ ମାସ ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ । ପରେ ୧୬ ନଭେମ୍ବର ସନ୍ଧ୍ୟା ୭:୪୮ ରେ ବିଛା ରାଶିରେ ଚଳନ କରିବେ।
Sun Transit: ବୃଷ, ମିଥୁନ, ସିଂହ, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବା...
ବୃଷ ରାଶି
ସୂର୍ଯ୍ୟଙ୍କର ଏହି ଚଳନ କାରଣରୁ ଆପଣ କଠିନ ପରିସ୍ଥିତି ମଧ୍ୟ ଲଢ଼ିବା ପାଇଁ ଶକ୍ତି ପାଇବେ। କାର୍ଯ୍ୟକ୍ଷେତ୍ରରେ ବାଧା ଦୂରେଇଯିବ । ଆପଣଙ୍କ ସ୍ଥିତି ଅଧିକ ମଜଭୁତ ହେବ। କାହା ସହ କୌଣସି ପୁରୁଣା ବିବାଦ ଥିଲେ ତାହା ସମାଧାନ ହୋଇପାରେ । ଆଇନଗତ ମାମଲାରେ ରାୟ ଆପଣଙ୍କ ସପକ୍ଷରେ ଆସିପାରେ ।
ମିଥୁନ ରାଶି
ଆପଣଙ୍କ ପ୍ରତିଭାକୁ ପରିଚୟ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ନିଜର ଦକ୍ଷତା ପ୍ରମାଣିତ କରିବା ପାଇଁ ଯଦି ସୁଯୋଗକୁ ଅପେକ୍ଷା କରିଛନ୍ତି ତେବେ ସୁଯୋଗ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଶୁଭଫଳ ମିଳିପାରେ । ସୃଜନଶୀଳ କ୍ଷେତ୍ରରେ କାମ କରୁଥିଲେ ଅଧିକ ଲାଭ ମିଳିବ । ପ୍ରେମ ସମ୍ପର୍କରେ ବିବାହ ବିଷୟ ଆଗକୁ ବଢ଼ିବ।
ସିଂହ ରାଶି
ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ସୂର୍ଯ୍ୟ । ନିଜ ଚେଷ୍ଟାରେ ଅନେକ କ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହୁଛି । ନିଜ ମଧ୍ୟରେ ନିଷ୍ପତ୍ତି ନେବା କ୍ଷମତା ମଜବୁତ ହେବ । ଆପଣଙ୍କୁ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । କ୍ୟାରିୟର ଦୃଷ୍ଟିରୁ ଦୂର ଯାତ୍ରା ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ଚଳନ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ାଇବ ।
ଧନୁ ରାଶି
ଆପଣଙ୍କର ଏକ ପୁରୁଣା ଇଚ୍ଛା ଶାକାର ହୋଇପାରେ । ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବେ। ଚାକିରି କ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପରିଶ୍ରମକୁ ଉଚିତ୍ ସମ୍ମାନ ମିଳିବ । ରୋଜଗାର ବଢ଼ାଇବାର ନୂଆ ରାସ୍ତା ଫିଟିବ।
ମକର ରାଶି
କ୍ୟାରିୟର ଦୃଷ୍ଟିରୁ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ । ଉପରିସ୍ଥ ଅଧିକାରୀଙ୍କ ସ୍ତରରେ ଆପଣଙ୍କ କାମକୁ ଗୁରୁତ୍ୱ ମିଳିବ। ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। କ୍ୟାରିୟର ବଦଳାଇବା ପାଇଁ ପ୍ରସ୍ତୁତ ହେଉଥିଲେ ସମୟ ଅନୁକୂଳ ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ