Guru Gochar 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଚ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଜ୍ଞାନ, ବିବାହ ଓ ସନ୍ତାନର କାରକ ବୃହସ୍ପତି ଅକ୍ଟୋବର ୩୧ ତାପିଖରେ ସିଂହ ରାଶିକୁ ଚଳନ କରିବେ। ଏବଂ ଜାନୁଆରୀ ୨୭ ଯାଏଁ ଏହି ରାଶିରେ ବିରାଜମାନ ରହିବେ। ବୃହସ୍ପତିଙ୍କ ଏହି ଚଳନ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଅଡୁଆ ସୃଷ୍ଟି କରିବ।...
ସିଂହ-:ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାର ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସାହାର୍ଯ୍ୟ ସହଯୋଗ ମିଳିବ। ଯେଉଁମାନେ ଦିର୍ଘ ଦିନ ଧରି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଦିର୍ଘ ଦିନର ଆଶା ପୂରା ହେବ। ନୂଆ ଘର କିଣିବାର ସ୍ବପ୍ନ ପୂରଣ ହେବ।
ମେଷ-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ପ୍ରେମ ଜୀବନ ମଧୁରମୟ ହେବ। ଯେଉଁମାନେ ସିଙ୍ଗଲ୍ ଅଛନ୍ତି। ସେମାନଙ୍କୁ ଜୀବନ ସାଥୀ ମିଳିବେ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ସେୟାର ମାର୍କେଟ୍ ରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ-: ବୃହସ୍ପତିଙ୍କ ଚଳନ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ମୋଟାଅଙ୍କର ଲାଭ ପାଇବେ। ଚାକିରିଆଙ୍କ ଲାଗି ସମୟ ବେଶ୍ ଶୁଭ ରହିବ। ପରିବାର ସହ କୌଣସି ଧାର୍ମିକ ସ୍ଥଳକୁ ବୁଲିବାକୁ ଯାଇପାରନ୍ତି। ଲଟେରୀରୁ ଲାଭବାନ୍ ହେବେ। ଅଟକି ରହିଥିବା ଧନ ଫେରି ପାଇବେ।
ଧନୁ-:ଧନୁ ରାଶିଙ୍କ ପାଇଁ ସମୟ ବେଶ୍ ଭଲ ରହିବ। ପରିବାର ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆକରି ବିବାହ କରିଥିବା ଦମ୍ପିତିମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ଆର୍ଥିକ ସ୍ଥିତି ଭଲ ରହିବା ସହ ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦ ଦୂର ହେବ। ସ୍ବାସ୍ଥ୍ୟ ଭଲ ରହିବ।
କର୍କଟ-: କର୍କଟ ରାଶିଙ୍କ ପାଇଁ ସମୟ ଶୁଭ ରହିବ। ପ୍ରତ୍ୟକ କାର୍ଯ୍ୟରେ ପରିବାରର ସମର୍ଥନ ମିଳିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଭଲ ଚାକିରି ଅଫର ମିଳିପାରେ। ହେଲେ ପ୍ରେମ ଜୀବନରେ ଅଶାନ୍ତି ଲାଗି ରହିବ।
ବିଛା-: ବିଛା ରାଶିଙ୍କ ପାଇଁ ସମୟ ଅନୁକୂଳ ରହିବ। ଚାକିରିଆ ଓ ବ୍ୟବସାୟୀଙ୍କ ଲାଗି ସମୟ ବେଶ୍ ଶୁଭ ରହିବ।
ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମ ଜୀବନ ବେଶ୍ ଭଲ ରହିବ। ସକରାତ୍ମକ ଶକ୍ତି ବୃଦ୍ଧି ପାଇବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ସମୟ ଆପଣଙ୍କ ସପକ୍ଷରେ ରହିବ।
ଏହିସବୁ ରାଶି ର ବ୍ୟକ୍ତି ରୁହନ୍ତୁ ସତର୍କ-:ମିଥୁନ,ମକର , କନ୍ୟା, ଏବଂ ମୀନ ରାଶି ସତର୍କ ରହିବାକୁ ପଡିବ। ନଚେତ୍ ସମସ୍ୟାରେ ପଡିପାରନ୍ତି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)