Jupiter Transit 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ, ଦେବଗୁରୁ ବୃହସ୍ପତି ଅକ୍ଟୋବର ୩୧ ତାରିଖ ରେ ଅଶ୍ଲେଷା ନକ୍ଷତ୍ରରେ ଓଲଟା ଚଳନ କରିବେ। ଯଦି ଆପଣଙ୍କ ରାଶିରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଅଛି। ତେବେ, ବ୍ୟକ୍ତି ଅମାପ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଅକ୍ଟୋବର ୩୧ ତାରିଖରୁ ଚମକିବାକୁ ଯାଉଛି।...
ମେଷ-: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଚାକିରି କରିଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ଆପଣ ନିଜ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ । ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ହେଲେ, ବୈବାହିକ ଜୀବନ ଆପଣଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ସାଥୀଙ୍କ ସହ କୌଣସି କଥାକୁ ନେଇ ତୁତୁ ମେଁ ମେଁ ପରିସ୍ଥିତି ସୃଷ୍ଟି ହେବ। ନିଜ ପିତାମାତାଙ୍କ ହେଦ ଭଲ ରହିବ ସତ ହେଲେ, କୌଣସି ବନ୍ଧୁଙ୍କ ସହ ଅଯଥା ଯୁକ୍ତିରୁ ଦୂରେଇ ରୁହନ୍ତୁ।
କନ୍ୟା-:ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଦିର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ। ପଦୋନ୍ନତି ସହ ଦରମା ବଢିବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସ୍ଥାନରୁ ଭଲ ଚାକିରି ଅଫର ମିଳିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ ।ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ, ସଞ୍ଚୟ କରନ୍ତୁ। ଆଗକୁ ବଢନ୍ତୁ। କୌଣସି ପ୍ରକାର ଗୁଡ୍ ନ୍ୟୁଜ୍ ମିଳିପାରେ।
ତୁଳା-:ବୃହସ୍ପତିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ବ୍ୟବସାୟରୁ ମୋଟାଅଙ୍କର ଲାଭ ମିଳିବ। ଆର୍ଥିକ ସ୍ଥିତି ରେ ପରିବର୍ତ୍ତନ ହେବ। ପୁରୁଣା ନିବେଶରୁ ଲାଭବାନ୍ ହେବେ। ସମାଜରେ ମାନ-ସମ୍ମାନ ବଢିବ। ଦିର୍ଘ ଦିନର ଆଶା ପୂରଣ ହେବ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ। ସିଙ୍ଗଲ୍ ଥିବା ଲୋକେ ପ୍ରେମରେ ପଡିପାରନ୍ତି। ଜୀବନ ସାଥୀଙ୍କ ସହ ମତଭେଦ ହୋଇପାରେ। ହେଲେ,ସ୍ବାସ୍ଥ୍ୟ ଭଲ ରହିବ। ପରିବାର ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ।
ବିଛା-: ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟ ଚମକି ଉଠିବ।କର୍ମକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ଯଦି ବ୍ୟକ୍ତିଗତ ଜୀବନରେ ଆପଣ ଟେନସନ୍ ରେ ରହୁଛନ୍ତି, ତାହା ଦୂର ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ସେମାନଙ୍କୁ କୌଣସି ପ୍ରକାର ଏକ ବଡ଼ ଖୁସି ଖବର ମିଳିବ। କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଇପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଘରେ କୌଣସି ଶୁଭକାର୍ଯ୍ୟ ହୋଇପାରେ।
ମୀନ-: ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବ। ସାଥୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପରିବାର ସହ ଭଲ ସମୟ ବିତାଇବେ। ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଚାକିରିଆମାନଙ୍କୁ ପ୍ରମୋସନ୍ ମିଳିବା ସହ କିଛି ଭଲ ଖବର ମିଳିପାରେ। ପ୍ରେମୀମାନେ ସାଥୀଙ୍କ ସହ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)