• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Kendra Drishti Yog 2026: ଅକ୍ଟୋବର ୨ରେ ପଡୁଛି କେନ୍ଦ୍ର ଦୃଷ୍ଟି ଯୋଗ ,୪ ରାଶିଙ୍କ ଫିଟିବ ଭାଗ୍ୟ

Kendra Drishti Yog 2026: ଅକ୍ଟୋବର ୨ରେ ପଡୁଛି କେନ୍ଦ୍ର ଦୃଷ୍ଟି ଯୋଗ ,୪ ରାଶିଙ୍କ ଫିଟିବ ଭାଗ୍ୟ

Kendra Drishti Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨ରେ ମଙ୍ଗଳ-ବୁଧ ପରପ୍ପର ଠାରୁ ୯୦ ଡିଗ୍ରୀ ବ୍ୟବଧାନରେ ରହିବେ। ଯାହା ଫଳରେ କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ।

Written ByNarmada BeheraEdited ByNarmada Behera
Published: Sep 28, 2026, 05:04 PM IST|Updated: Sep 28, 2026, 05:06 PM IST
joinshare
Kendra Drishti Yog 2026: ଅକ୍ଟୋବର ୨ରେ ପଡୁଛି କେନ୍ଦ୍ର ଦୃଷ୍ଟି ଯୋଗ ,୪ ରାଶିଙ୍କ ଫିଟିବ ଭାଗ୍ୟ
Image Credit: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨ରେ ମଙ୍ଗଳ-ବୁଧ ପରପ୍ପର ଠାରୁ ୯୦ ଡିଗ୍ରୀ ବ୍ୟବଧାନରେ ରହିବେ। ଯାହା ଫଳରେ କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ମଙ୍ଗଳ ବୁଧଙ୍କର ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kendra Drishti Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ  ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ,  ଅକ୍ଟୋବର ୨ରେ ମଙ୍ଗଳ-ବୁଧ ପରପ୍ପର ଠାରୁ ୯୦ ଡିଗ୍ରୀ ବ୍ୟବଧାନରେ ରହିବେ। ଯାହା ଫଳରେ କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି ହେଉଛି। ଏହି ଦୁର୍ଲଭ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ମଙ୍ଗଳ ବୁଧଙ୍କର ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ,ଆସନ୍ତୁ ଜାଣିବା  କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।


    ମିଥୁନ ରାଶି-: କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ବ୍ୟବସାୟ,ଆଇଟି, ମାର୍କେଟିଂ ଓ  ମିଡିଆ ସହ ସଡିତ ବ୍ୟକ୍ତି ବିଶେଷଙ୍କ ଲାଗି ସମୟ ଶୁଭ ରହିବ।  ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଆପଣଙ୍କର ନିସ୍ପତ୍ତି ନେବାର କ୍ଷମତା ବୃଦ୍ଧି ହେବ। ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ। ଅଧା ପଡି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ।

    କନ୍ୟା-: କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଭାଗ୍ୟ ବଦଳାଇବ। ଆୟର ଉତ୍ସ ଖୋଲିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀଙ୍କ ସହ ହୋଇଥିବା ମତଭେଦ ଦୂର ହେବ। ନୂଆ ଗାଡି କିମ୍ବା ଘର କିଣିବାର ସ୍ବପ୍ନ ସାକାର ହେବ। ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟବସ୍ଥାରେସୁଧାର ଆସିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ।

    ବିଛା-:କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଭାଗ୍ୟ ପରିବର୍ତ୍ତନ କରିବ। ପରିବାର ସହ ହୋଇଥିବା ବିବାଦ ଦୂର ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଆପଣଙ୍କ ସାହାସ ବୃଦ୍ଧି ହେବ। ଆର୍ଥିକ ଲାଭର ମଧ୍ୟ ସମ୍ଭାବନା ରହିଛି। ଯେଉଁମାନେ ବିଦେଶରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଆରମ୍ଭ କଲେ ଅଧିକ ଲାଭ ପାଇବେ। ଯେଉଁମାନେ ଦିର୍ଘ ଦିନ ଧରି,ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଚାକିରି ମିଳିବ। ନୂଆ ଗାଡି଼ କିଣିବେ। ମନର ମଣିଷ ସହ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା କରିବେ।

    ମକର-: କେନ୍ଦ୍ର ଦୃଷ୍ଟି ଯୋଗ ଏହି ରାଶିଙ୍କ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂଆ ଘର,ଜମି କିଣିବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ଋଣକୁ ସୁଝିବାରେ ସଫଳ ହେବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।  ପୁରୁଣା ନିବେଶରୁ ଭଲ ଲାଭ ମିଳିବ।  

    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

     

    Add Zee News as a Preferred Source
    TAGS:
    Odia News