Kumar Purnima 2026: କୁମାର ପୂର୍ଣ୍ଣିମାରେ ପଡି଼ଛି ଦୁର୍ଲଭ ଯୋଗ! ଚମକିବ ୩ରାଶିଙ୍କ ଭାଗ୍ୟ
Kumar Purnima 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜି ହେଉଛି କୁମାର ପୂର୍ଣ୍ଣିମା,ଏହି ଦିନ ରେବତୀ ନକ୍ଷତ୍ର ଓ ହର୍ଷାଣ ଯୋଗର ସଂଯୋଗ ହେବ। ଏହାସହ ତୁଳା ରାଶିରେ ସୂର୍ଯ୍ୟ ,ବୁଧ ଏବଂ ଶୁକ୍ରଙ୍କ ମିଳନ ତ୍ରି-ଗ୍ରାହୀ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....
Kumar Purnima 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜି ହେଉଛି କୁମାର ପୂର୍ଣ୍ଣିମା,ଏହି ଦିନ ରେବତୀ ନକ୍ଷତ୍ର ଓ ହର୍ଷାଣ ଯୋଗର ସଂଯୋଗ ହେବ। ଏହାସହ ତୁଳା ରାଶିରେ ସୂର୍ଯ୍ୟ ,ବୁଧ ଏବଂ ଶୁକ୍ରଙ୍କ ମିଳନ ତ୍ରି-ଗ୍ରାହୀ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....
କର୍କଟ-: କୁମାର ପୂର୍ଣ୍ଣିମାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଆର୍ଥିକ ସ୍ଥିତି ଭଲ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ। ପରିବାରରେ ସୁଖ-ଶାନ୍ତି ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ସିଙ୍ଗଲ୍ ଥିବା ଲୋକଙ୍କୁ ଜୀବନ ସାଥୀ ମିଳିବ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ଲଟେରୀରୁ ଲାଭବାନ୍ ହେବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବେ।
ALSO READ: PM Modi: ଆଜି ଓଡ଼ିଶା ଆସୁଛନ୍ତି ମୋଦୀ, ଭାରତୀୟ ରିସର୍ଭ ବ୍ୟାଙ୍କ ଡାଟା ସେଣ୍ଟର କରିବେ ଉଦଘାଟନ
କନ୍ୟା-: କୁମାର ପୂର୍ଣ୍ଣିମାରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଜୀବନରେ କିଛି ସକରାତ୍ମକ ପରିବର୍ତ୍ତନ ଆସିପାରେ। ସମାଜରେ ମାନ-ସମ୍ମାନ ବୃଦ୍ଧି ହୋଇପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ପରିବାରରେ ସୁଖ-ଶାନ୍ତି ବୃଦ୍ଧି ହେବ। ପ୍ରିୟଜନଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିଛି। ଏହି ସମୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। କମ୍ପିଟେଟିଭ୍ ଏକଜାମ୍ ଦେବା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ।
ALSO READ: Cyclone Update: ସ୍ଥଳଭାଗ ପ୍ରବେଶ ପରେ ଓଡ଼ିଶା ମୁହାଁ ହେବ ବାତ୍ୟା!ହାଇ ଆଲର୍ଟରେ ଏହିସବୁ ଜିଲ୍ଲା
ମକର-: କୁମାର ପୂର୍ଣ୍ଣିମାରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ ଫଳଦାୟୀ ରହିବ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବେ। ଚାକିରି କରୁଥିବା ଲୋକଙ୍କୁ କର୍ମକ୍ଷେତ୍ରରୁ ସମ୍ମାନୀତ କରାଯିବ। ସରକାରୀ ଚାକିରିଆଙ୍କ ପ୍ରମୋସନ୍ ହେବ। ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ମିଳିବ। ନୂଆ ଘର ଓ ଜମି କ୍ରୟ କରିପାରନ୍ତି। ସିଙ୍ଗଲ୍ ଥିବା ଲୋକଙ୍କୁ ଭଲ ଜୀବନ ସାଥୀ ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଜୀବନ ସାଥୀଙ୍କ ସହ ସମ୍ପର୍କ ମଜବୁତ୍ ହେବ। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)