• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Gajalakshmi Puja: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର,ସେପଟେ, ଆଜିଠୁ ଢେଙ୍କାନାଳରେ ଜମିବ ଗଜଲକ୍ଷ୍ମୀ ପୂଜା

Gajalakshmi Puja: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର,ସେପଟେ, ଆଜିଠୁ ଢେଙ୍କାନାଳରେ ଜମିବ ଗଜଲକ୍ଷ୍ମୀ ପୂଜା

Gajalakshmi Puja: ଆଜି ହେଉଛି କୁମାର ପୂର୍ଣ୍ଣିମା। ପ୍ରତ୍ୟକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପଡିଥାଏ । ଏହି ପର୍ବକୁ ବେଶ୍ ଉତ୍ସାହର ସହ ଚାହିଁଥାଆନ୍ତି ପ୍ରତ୍ୟକ କୁମାରୀ। କୁମାର ପୂର୍ଣ୍ଣିମାକୁ ଉତ୍ସବ ମୁଖର ଗାଁ ଠୁ ସହର।

Written ByNarmada BeheraEdited ByNarmada Behera
Published: Oct 25, 2026, 01:46 PM IST|Updated: Oct 25, 2026, 01:49 PM IST
joinshare
Gajalakshmi Puja: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗାଁ ଠୁ ସହର,ସେପଟେ, ଆଜିଠୁ ଢେଙ୍କାନାଳରେ ଜମିବ ଗଜଲକ୍ଷ୍ମୀ ପୂଜା
Image Credit: ଆଜିଠୁ ଢେଙ୍କାନାଳରେ ଜମିବ ଗଜଲକ୍ଷ୍ମୀ ପୂଜା

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Gajalakshmi Puja: ଆଜି ହେଉଛି କୁମାର ପୂର୍ଣ୍ଣିମା। ପ୍ରତ୍ୟକ ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପଡିଥାଏ । ଏହି ପର୍ବକୁ ବେଶ୍ ଉତ୍ସାହର ସହ ଚାହିଁଥାଆନ୍ତି ପ୍ରତ୍ୟକ କୁମାରୀ। କୁମାର ପୂର୍ଣ୍ଣିମାକୁ  ଉତ୍ସବ ମୁଖର ଗାଁ ଠୁ ସହର। ସକାଳୁ ସକାଳୁ କୁଆଁରୀମାନେ ଗୋଧୋଇ ସଜବାଜ ହୋଇ  ନୂଆ ପୋଷାକ ପିନ୍ଧି ଆଞ୍ଜୁଳା ଟେକିଛନ୍ତି। ଆଉ ସଂନ୍ଧ୍ୟାରେ ତୁଳସୀ ଚଉଁରା ପୂଜା ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଛନ୍ତି।  ପୌରାଣିକ ତଥା ଓଡ଼ିଆ ବିଧି ଅନୁସାରେ, ବଡ଼ି ଭୋରୁ ଉଠି କୁଆଁରୀ ମାନେ ୭ ପ୍ରକାର ଫଳ ସହ ଖଇ ଏକ ପାତ୍ରରେ ରଖି ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକି ଥାଆନ୍ତି। 

    ଚଉଁରା ପାଖରେ ଏକ କଳସ ସ୍ଥାପନା କରାଯାଇ ଛେନା,ଦହି,କ୍ଷୀର, ଖଇ,ନଡିଆ, କଦଳୀ, କାକୁଡ,ମହୁ, ଆଖୁ, ଘିଅ ଓ ଅଦା ଆଦି ବିଭିନ୍ନ ଫଳମୂଳ ଦେଇ ଏକ ଚକଟା ପ୍ରସ୍ତୁତ କରାଯାଇଥାଏ। ଏହାକୁ ଚାନ୍ଦ ଚକଟା ବୋଲି କୁହାଯାଏ। ଏହି ଏକ କଦଳୀ ପତ୍ର କିମ୍ବା ଏକ ପାତ୍ରରେ ଚାନ୍ଦ ଭାବରେ ସଜାଯାଏ। ଏବଂ ସଂଜ ସମୟରେ ଚଉଁରା ନିକଟରେ ରଖାଯାଇ ପୂଜା କରାଯାଏ।  ଏହାକୁ ଜହ୍ନି ଓଷା ବି କୁହନ୍ତି। ଏହି ଦିନ ଗାଁ ଗହଳି ରେ ତାସ୍ ସହ ଜୁଆ ଖେଳ ମଧ୍ୟ କେତେକ ସ୍ଥାନରେ ହୋଇଥାଏ। ତେବେ,ଏହି ପର୍ବଟି କୁମାର ପୂର୍ଣ୍ଣିମା ଭଗବାନ କାର୍ତ୍ତିକେୟଙ୍କ ସହ ବେଶ ଜଡ଼ିତ। ଲୋକକଥା ରହିଛି ଯେ, ଏହିଦିନ କୁମାରୀ ଝିଅମାନେ ଜହ୍ନି ଓଷା କଲେ କାର୍ତ୍ତିକେୟଙ୍କ ପରି ଗୁଣବାନ୍ ଓ ସୁନ୍ଦର ଜୀବନସାଥୀ ମିଳିଥାଏ।

    ସେପଟେ, ଆଜିଠାରୁ ରାଜ୍ୟର କେତେକ ସ୍ଥାନରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ମଧ୍ୟ ଆରମ୍ଭ ହେବାକୁ ଯାଉଛି। ଢେଙ୍କାନାଳରେ  ଗଜଲକ୍ଷ୍ମୀ ପୂଜା ବେଶ୍ ଧୂମଧାମ୍ ରେ ପାଳନ ହେବାକୁ ଯାଉଛି। ଏ-ବର୍ଷ ୪୧ ମଣ୍ତପରେ ମାଆଙ୍କ ମୂର୍ତ୍ତୀ ପୂଜା ପାଇବା ସହ ବିଭିନ୍ନ କମିଟି ମଧ୍ୟ ସୁନ୍ଦର ସାଜସଜା ସହ ତୋରଣ ନିର୍ମାଣକୁ ବେଶ୍ ଗୁରୁତ୍ବ ଦେଉଛନ୍ତି। ଏବଂ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ତରଫରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

     

    Add Zee News as a Preferred Source
    TAGS:
    Odia News