Mars and Moon Transit: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହର ନିଜସ୍ୱ ପ୍ରଭାବ ରହିଛି । ଗ୍ରହ ରାଶି ପରିବର୍ତ୍ତନ କରିବା ସମୟରେ କେତେକାଂଶରେ ଦୁର୍ଲଭ ଯୋଗ ସୃଷ୍ଟି କରନ୍ତି। ନଭେମ୍ବର ୦୧ ରେ ଚନ୍ଦ୍ର ଏବଂ ମଙ୍ଗଳଙ୍କ ମିଳନ ହେବାକୁ ଯାଉଛି । ଫଳରେ ଅତ୍ୟନ୍ତ ଶୁଭ ମହାଲକ୍ଷ୍ମୀ ରାଜଯୋଗ ଗଠନ ହେବ। ଜ୍ୟୋତିଷଙ୍କ ଅନୁଯାୟୀ, ଚନ୍ଦ୍ରଙ୍କୁ ମନ ଏବଂ ଭାବନାର କାରକ ମନାଯାଏ । ଚନ୍ଦ୍ର ସବୁଠାରୁ ଦ୍ରୁତ ଗତିରେ ଚଳାଚଳ କରୁଥିବା ଗ୍ରହ । ଚନ୍ଦ୍ର ଗୋଟିଏ ରାଶିରେ ପ୍ରାୟ ଅଢ଼େଇ ଦିନ ରୁହନ୍ତି । ମଙ୍ଗଳଙ୍କୁ ଭୂମି, ବାହନ ଏବଂ ସୁଖ ପ୍ରଦାନ କାରୀ ଗ୍ରହ ଭାବେ ବିବେଚନା କରାଯାଇଛି। ନଭେମ୍ବର ମାସରେ ଚନ୍ଦ୍ରଙ୍କ ଚଳନ କର୍କଟ ରାଶିରେ ହେବାକୁ ଯାଉଛି । କର୍କଟ ରାଶିରେ ମଙ୍ଗଳ ପୂର୍ବରୁ ହିଁ ଚଳନ କରୁଛନ୍ତି। କର୍କଟ ରାଶିରେ ଉଭୟ ଗ୍ରହଙ୍କ ମିଳନରୁ ମହାଲକ୍ଷ୍ମୀ ରାଜଯୋଗ ଗଠନ ହେବ। ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ଧରାଯାଏ। ଏହି ମହାଲକ୍ଷ୍ମୀ ରାଜଯୋଗ ନିର୍ଦ୍ଦିଷ୍ଟ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳାଫଳ ପ୍ରଦାନ କରିବ ।
ବୃଷ ରାଶି
ମଙ୍ଗଳ ଏବଂ ଚନ୍ଦ୍ରଙ୍କ ଯୁତିରୁ ଗଠିତ ହେବାକୁ ଥିବା ମହାଲକ୍ଷ୍ମୀ ରାଜଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ। ଦୀର୍ଘ ଦିନରୁ କୌଣସି କାମ ରହିଥିଲେ ତାହା ଆଗକୁ ବଢିବ । ଆପଣଙ୍କର ସାହସ ବଢିବ । ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣଙ୍କ ରାଶିର ତୃତୀୟ ଭାବରେ ମହାଲକ୍ଷ୍ମୀ ରାଜଯୋଗ ହେଉଛି। ଚାକିରି କ୍ଷେତ୍ରରେ ସମୟ ଭଲ ରହିବ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ରଖି ଆଗକୁ ବଢନ୍ତୁ ।
କନ୍ୟା ରାଶି
ଆଗାମୀ ଦିନଗୁଡ଼ିକ ଆପଣଙ୍କୁ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ବ୍ୟବସାୟ ଲାଭଦାୟକ ହେବ। ଆପଣଙ୍କ ଆୟ ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । କୌଣସି ସୁତ୍ରରୁ ହଠାତ୍ ଧନ ଲାଭର ସମ୍ଭାବନା ରହିଛି । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । କୌଣସି ବିଷୟକୁ ନେଇ ମନରେ ଚିନ୍ତା ଥିଲେ ସେଥିରୁ ମୁକ୍ତି ପାଇବେ । ପରିବାରରେ ସୁଖ ଶାନ୍ତିର ବାତାବରଣ ରହିବ ।
କୁମ୍ଭ ରାଶି
ମହାଲକ୍ଷ୍ମୀ ରାଜଯୋଗ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ବିଭିନ୍ନ ସୁତ୍ରରୁ ସକାରାତ୍ମକ ଫଳାଫଳ ମିଳିବ। ଆପଣଙ୍କ ରାଶିର ଷଷ୍ଠ ଭାବରେ ମଙ୍ଗଳ ଏବଂ ଚନ୍ଦ୍ରମାଙ୍କ ଯୁତି ହେଉଛି । ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ। ଦୀର୍ଘ ଦିନରୁ ଋଣ ନେଇଥିଲେ ତାହାକୁ ପରିଶୋଧ କରିବାରେ ସକ୍ଷମ ହେବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ନୂତନ ସମ୍ପର୍କ ସ୍ଥାପନ ହୋଇପାରେ। କ୍ୟାରିୟରରେ କୌଣସି ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି ।
(Disclaimer: ଏହି ସାମଗ୍ରୀ ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)