Rahu Ketu Gochar 2026: ରାହୁ-କେତୁଙ୍କ ବଡ ପ୍ରଭାବ, ୫ ରାଶିକୁ ମିଳିବ ଲାଭ
Rahu Ketu Gochar 2026: ରାହୁ ଏବଂ କେତୁଙ୍କର ରାଶି ପରିବର୍ତ୍ତନ ନଭେମ୍ବର ୨୫ ତାରିଖରେ ହେବାକୁ ଯାଉଛି। ଏହି ଚଳନରୁ କିଛି ରାଶିକୁ ଲାଭ ମିଳିପାରେ।
Rahu Ketu Gochar 2026: ନଭେମ୍ବର ୨୫ ଅର୍ଥାତ୍ ବୁଧବାର ଦିନ ରାହୁ-କେତୁଙ୍କର ଚଳନ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଉଭୟଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଏ । ରାହୁ କେତୁଙ୍କ ପ୍ରଭାବରୁ ବିଶେଷ କରି ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ । ଆପଣଙ୍କୁ କହିରଖୁଛୁ ଯେ, ରାହୁ ମକର ରାଶିରେ ଏବଂ କେତୁ କର୍କଟ ରାଶିରେ ଚଳନ କରୁଛନ୍ତି। ମେଷ, ମିଥୁନ, କର୍କଟ, ସିଂହ ଏବଂ କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନରେ ବିଶେଷ ପ୍ରଭାବ ଦେଖିବାକୁ ମିଳିପାରେ।
ମେଷ ରାଶି
ଅଟକି ରହିଥିବା କାମ ଆଗକୁ ବଢିବ । ସଫଳତା ମିଳିବାର ସମ୍ଭାବନା ଅଧିକ। ଚାକିରି କ୍ଷେତ୍ରରେ ବଡ଼ ପଦବୀ କିମ୍ବା ପଦୋନ୍ନତି ମିଳିପାରେ। ମାଆଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ।
ମିଥୁନ ରାଶି
ହଠାତ୍ ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ରାହୁ ଏବଂ କେତୁଙ୍କ ପ୍ରଭାବରୁ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ଶୁଭଫଳ ମିଳିବ ।
କର୍କଟ ରାଶି
କେତୁଙ୍କ ପ୍ରଭାବରୁ ଆପଣ ଆଧ୍ୟାତ୍ମିକତା ଦିଗ ପ୍ରତି ମନ ବଳାଇବେ । ବୈବାହିକ ଜୀବନରେ ସୁଖଦ ଅନୁଭୂତି ରହିବ । ନିଜ ସାଥୀଙ୍କ ସହ ସମୟ ବିତାଇବାକୁ ସୁଯୋଗ ପାଇବେ ।
ସିଂହ ରାଶି
ଶତ୍ରୁମାନଙ୍କ ଉପରେ ଆପଣ ବିଜୟଲାଭ କରିବେ । ଆପଣଙ୍କ ପାଇଁ ସମୟ ଅନୁକୂଳ । କର୍ମକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ। ବ୍ୟବସାୟ କରୁଥିଲେ ପୂର୍ବ ଅପେକ୍ଷା ଅଧିକ ଲାଭ ପାଇବେ ।
କନ୍ୟା ରାଶି
ଏହି ସମୟ ଆପଣଙ୍କ ପାଇଁ ଶୁଭ ଫଳ ଆଣିଦେବ । ଆପଣଙ୍କ କାର୍ଯ୍ୟକ୍ଷମତା ଆହୁରି ମଜବୁତ ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବାର ସମ୍ଭାବନା ରହିଛି। ସମ୍ପର୍କରେ ତିକ୍ତତା କିମ୍ବା ଚାପ ସୃଷ୍ଟି ହୋଇପାରେ ତେଣୁ ସାବଧାନ ରୁହନ୍ତୁ।
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)
Also Read- Farmers Death: ଚାଷ କରୁଥିବା ସମୟରେ ଦୁର୍ଭାଗ୍ୟଜନକ ଭାବେ ଗଲା ଚାଷୀଙ୍କ ଜୀବନ
Also Read- Ayodhya Janakpur Direct Express: ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ଟ୍ରେନରେ ଯାଇପାରିବେ ଭାରତରୁ ନେପାଳ