Rajyog 2026: ଦଶହରାରେ ମାଲବ୍ୟ ରାଜଯୋଗ,୪ରାଶିଙ୍କ ଚମକିବ ଭାଗ୍ୟ!
Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨୦ ତାରିଖରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ଚଳନ ଦଶହରାରେ ପଡୁଥିବାରୁ ମାଲବ୍ୟ ରାଜଯୋଗ ସୃଷ୍ଟି କରୁଛି। ଯଦି କୌଣସି ରାଶିରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...
Rajyog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ, ଅକ୍ଟୋବର ୨୦ ତାରିଖରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ଶୁକ୍ରଙ୍କ ଏହି ଚଳନ ଦଶହରାରେ ପଡୁଥିବାରୁ ମାଲବ୍ୟ ରାଜଯୋଗ ସୃଷ୍ଟି କରୁଛି। ଯଦି କୌଣସି ରାଶିରେ ଶୁକ୍ରଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।...
କର୍କଟ-: ଦଶହରାରେ ପଡୁଥିବା ମାଲବ୍ୟ ରାଜଯୋଗ ଏହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ।କର୍ମକ୍ଷେତ୍ରରେ ଦାୟିତ୍ବ ବଢିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ଏହି ସମୟରେ, ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ଆସିପାରେ। ବ୍ୟବସାୟରେ ଲାଭ ବଢିବା ସହ ପ୍ରେମ ସମ୍ପର୍କରେ ସୁଧାର ଆସିବ। ସ୍ବାସ୍ଥ୍ୟରେ ସୁଧାର ଆସିବ।
ସିଂହ-: ଦଶହରାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ବିଶେଷକରି, ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ। ଆୟ ବଢିବା ସହ ଖର୍ଚ୍ଚ ବି ବଢିବ। ଆର୍ଥିକ ସ୍ଥିତି ସାମାନ୍ୟ ପ୍ରଭାବିତ ହୋଇପାରେ। ଯେଉଁମାନେ ଦିର୍ଘ ଦିନ ଧରି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଆଶା ପୂରା ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟାଅଙ୍କର ଲାଭ ପାଇବେ। ନିଜ ସନ୍ତାନମାନଙ୍କ ଠାରୁ ଖୁସି ଖବର ପାଇବେ। କୌଣସି ବଡ଼ ନିସ୍ପତ୍ତି ନେଇପାରନ୍ତି। ପୁରୁଣା ନିବେଶରୁ ଲାଭବାନ୍ ହେବେ।
ALSO READ: Keonjhar News: ୪ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ମାଆ ତାରିଣୀ
ତୁଳା-: ତୁଳା ରାଶିଙ୍କ ପାଇଁ ସମୟ ଖାସ୍ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ସିଙ୍ଗଲ୍ ଥିବା ଲୋକଙ୍କ ଜୀବନରେ ପାର୍ଟନର ଆସିପାରେ। ତାହାକୁ ସେ ନିଜ ଜୀବନ ସାଥୀ ଭାବେ ପାଇବାର ସମ୍ଭାବନା ରହିଛି। ଆୟର ଉତ୍ସ ବଢିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଆର୍ଥିକ ସ୍ଥିତିକୁ ମଜବୁତ୍ କରନ୍ତୁ। ଦୂରଯାତ୍ରା କରିବେ।
ବିଛା-: ଦଶହରାରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନରେ ଚାଲିଥିବା ସମସ୍ୟାର ସମାଧାନ କରିବେ। କୌଣସି ତରବରିଆ ନିସ୍ପତ୍ତି ନିଅନ୍ତୁ ନାହିଁ। କୌଣସି ସ୍ଥାନରେ ନିବେଶ ପୂର୍ବରୁ ବହୁବାର ଚିନ୍ତା କରନ୍ତୁ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ କିଏ ଆପଣଙ୍କୁ ପ୍ରେମ ନିବେଦନ କରିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା କରିପାରନ୍ତି। ନୂଆ ଘର କିମ୍ବା ଗାଡି କିଣିପାରନ୍ତି। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)