SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Saturn Transit 2026: ୩ ମାସରେ ୪ଟି ରାଶିକୁ ବମ୍ପର ଲାଭ !

Saturn Transit 2026: ଶନି ବର୍ତ୍ତମାନ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଅଛନ୍ତି। ଫଳରେ ୩ ମାସ ପର୍ଯ୍ୟନ୍ତ ୪ଟି ରାଶିର ବ୍ୟକ୍ତିବିଶେଷଙ୍କୁ ପ୍ରଚୁର ଲାଭ ମିଳିବାକୁ ଯାଉଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 10, 2026, 10:31 PM IST | Updated: Nov 10, 2026, 10:38 PM IST
Image Credit: Astrology
Join

Saturn Transit 2026: ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଶନିଙ୍କ ଚଳନ ହେଉଛି । ଆଗାମୀ ୩ ମାସ ପର୍ଯ୍ୟନ୍ତ ଏହିଠାରେ ହିଁ ରହିବେ। ଗତ ଅକ୍ଟୋବର ୯ ତାରିଖରେ ଶନି ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ଚଳନ କରିଛନ୍ତି। ଡିସେମ୍ବର ୧୧ ତାରିଖରୁ ସେ ନିଜର ଚାଲି ସିଧା (ମର୍ଗୀ) କରିବେ।

ବୃଷ ରାଶି
ଏହି ଚଳନ କାରଣରୁ ଆପଣଙ୍କ ପାଇଁ ଆଗାମୀ ସମୟ ଶୁଭପ୍ରଦ ହେବ । ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିବେ । ଚାକିରି କ୍ଷେତ୍ରରେ କୌଣସି ସମସ୍ୟା ଥିଲେ ତାହା ଧୀରେ ଧୀରେ କମିବାକୁ ଲାଗିବ। କଠିନ ପରିଶ୍ରମ କାରଣରୁ ସଫଳତା ପାଇବା ସହଜ ହେବ । କାର୍ଯ୍ୟକ୍ଷେତ୍ରରେ ନୂଆ ପରିଚୟ ପାଇବେ। ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲୋକସମ୍ପର୍କ ବଢିବ । ଆର୍ଥିକ ସ୍ଥିତି ମଜବୁତ ହେବ।

ତୁଳା ରାଶି
କ୍ୟାରିୟର ଦୃଷ୍ଟିରୁ ଆପଣଙ୍କ ପାଇଁ ସମୟ ଶୁଭ । ଚାକିରି କ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଅଧୁରା ରହିଯାଇଥିବା କାମଗୁଡ଼ିକ ପୂରଣ କରିବେ। ଚାକିରି ବଦଳାଇବାକୁ ଚେଷ୍ଟା କରୁଥିଲେ କୌଣସି ଭଲ ଅଫର୍ ମିଳିପାରେ। ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ। ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି। ପରିବାର ସହିତ ସୁଖଦ ସମୟ ଅତିବାହିତ ହେବ।

ମକର ରାଶି
ଆଗାମୀ ସମୟ ଆପଣଙ୍କ ପାଇଁ ବହୁତ ଭଲରେ କଟିବ। କ୍ୟାରିୟରରେ ଉନ୍ନତି କରିବେ। ଚାକିରି କ୍ଷେତ୍ରରେ ଥିବା ଅସୁବିଧା ଦୂର ହେବ । ବରିଷ୍ଠ ଅଧିକାରୀମାନଙ୍କ ସହଯୋଗ ପାଇବେ । ନିଜ ପ୍ରତିଭା ଦେଖାଇବା ପାଇଁ ଅନେକ ସୁଯୋଗ ପାଇବେ । ବ୍ୟବସାୟରେ ଲାଭ ପାଇବେ। ମନ ଶାନ୍ତ ରହିବ ।

କୁମ୍ଭ ରାଶି
ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଶୁଭ । ଆପଣଙ୍କ ରାଶିରେ ଶନିଙ୍କ ସାଢ଼େସାତୀର ଶେଷ ପର୍ଯ୍ୟାୟ ଚାଲିଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଶୁଭଫଳ ପାଇବେ । ଅଟକି ରହିଥିବା କାର୍ଯ୍ୟ ଆଗକୁ ବଢିବ । ଚାକିରି କ୍ଷେତ୍ରରେ ପରିଶ୍ରମର ମୂଲ୍ୟ ପାଇବେ । ବ୍ୟବସାୟରେ ଭଲ ଅଭିବୃଦ୍ଧି ହେବ ।

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Also Read- Budh Margi 2026: ବୁଧଙ୍କ ପ୍ରଭାବରୁ ୪ ରାଶିକୁ ମିଳିବ ଲାଭ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES