Shani Gochar 2026: ୯ ଅକ୍ଟୋବର ୨୦୨୬ ସନ୍ଧ୍ୟା ୭:୨୮ ମିନିଟ୍ରେ ଶନି ଏକ ନୂଆ ନକ୍ଷତ୍ରକୁ ଚଳନ କରିବେ। ବର୍ତ୍ତମାନ ଶନି, ବୁଧଙ୍କ 'ରେବତୀ' ନକ୍ଷତ୍ରରେ ଚଳନ କରୁଛନ୍ତି। ଜ୍ୟୋତିଷଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର ଦେବତା ଭାବେ ବିବେଚନା କରାଯାଇଛି। ଶନିଙ୍କ ଚଳନରେ କୌଣସି ବଡ଼ ପରିବର୍ତ୍ତନ ହେଲେ ଏହାର ପ୍ରଭାବ ପ୍ରତ୍ୟେକ ରାଶି ଉପରେ ପଡ଼ିଥାଏ। ଶନି 'ଉତ୍ତର ଭାଦ୍ରପଦ' ନକ୍ଷତ୍ରକୁ ଚଳନ କରିବା ପରେ କେତେକ ରାଶିକୁ ଭରପୂର ଲାଭ ମିଳିବାକୁ ଯାଉଛି।
ବୃଷ ରାଶି
ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । କୌଣସି କାମ ଅଟକି ରହିଥିଲେ ସ୍ଥିତିରେ ସୁଧାର ଆସିବ । ଶନିଦେବ ଯେତେବେଳେ ଶୁଭ ଫଳ ପ୍ରଦାନ କରନ୍ତି ସେତେବେଳେ ପ୍ରତ୍ୟେକ ଜଟିଳ କାମ ସହଜ ହୋଇଯାଏ। ଚାକିରି କ୍ଷେତ୍ରରେ ସ୍ଥିତି ଭଲ ରହିବ। ବ୍ୟବସାୟ ସହ ଜଡ଼ିତ ଥିଲେ ଲାଭ ପାଇବେ। ଆର୍ଥିକ ସ୍ଥିତି ମଜବୁତ ହେବ। କୌଣସି ପୁରୁଣା ପୁଞ୍ଜିନିବେଶରୁ ଭଲ ଫାଇଦା ମିଳିବାର ସମ୍ଭାବନା ରହିଛି।
କନ୍ୟା ରାଶି
ଶନିଙ୍କର ଏହି ଚଳନରୁ ଆପଣ ଶୁଭଫଳ ପାଇବେ । ଅଟକି ରହିଥିବା କାମ ଗୁଡ଼ିକ ଶୀଘ୍ର ଆଗକୁ ବଢିବ । କାର୍ଯ୍ୟକ୍ଷେତ୍ରରେ ଚାପ ଅଧିକ ରହିଲେ ମଧ୍ୟ ଶୁଭ ଫଳ ପାଇବେ । ବ୍ୟବସାୟ କରୁଥିଲେ କୌଣସି ନୂଆ ଡିଲ୍ ମିଳିପାରେ । ଆର୍ଥିକ ସମସ୍ୟା ଥିଲେ ତାହା ଦୂର ହୋଇଯିବ। ପରିବାର ସଦସ୍ୟଙ୍କର ସମ୍ପୂର୍ଣ୍ଣ ସହଯୋଗ ଆପଣଙ୍କ ପ୍ରତି ରହିବ।
ତୁଳା ରାଶି
ଏହି ପରିବର୍ତ୍ତନ ଆପଣଙ୍କ କ୍ୟାରିୟରରେ ସକାରାତ୍ମକ ଫଳାଫଳ ଆଣିଦେବ । ଚାକିରି କ୍ଷେତ୍ରରେ ନୂଆ ଅଫର ମିଳିପାରେ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିଯାଇପାରେ। ଆପଣଙ୍କ କାମରେ ବରିଷ୍ଠ ଅଧିକାରୀ ସନ୍ତୁଷ୍ଟ ରହିବେ। ସବୁକିଛି ଧୀରେ ଧୀରେ ଆପଣଙ୍କ ସପକ୍ଷରେ ଆସୁଥିବା ଆପଣ ଦେଖିପାରିବେ ।
ମକର ରାଶି
ଶନି ଦେବଙ୍କର ଏହା ନିଜସ୍ୱ ରାଶି । ଶନିଙ୍କ ପ୍ରଭାବ ଆପଣଙ୍କ ପାଇଁ ବେଶ୍ ଲାଭଦାୟକ ପ୍ରମାଣିତ ହେବ। ଚାକିରି କ୍ଷେତ୍ରରେ ଭଲ ଉନ୍ନତି କରିବେ । ଦରମା ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ବଢିବ । ଆୟର ଉତ୍ସ ବଢିପାରେ । ଆପଣ ତରବରିଆ ଭାବେ କୌଣସି ପୁଞ୍ଜିନିବେଶ କରନ୍ତୁ ନାହିଁ।
Disclaimer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ