• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Shardiya Navratri 2026: ଶାରଦୀୟ ନବରାତ୍ରୀରେ ପଡି଼ଛି ୪ ଦୁର୍ଲଭ ଯୋଗ, ୫ରାଶି ହେବେ ଧନୀ!

Shardiya Navratri 2026: ଶାରଦୀୟ ନବରାତ୍ରୀରେ ପଡି଼ଛି ୪ ଦୁର୍ଲଭ ଯୋଗ, ୫ରାଶି ହେବେ ଧନୀ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜିଠାରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଛି। ଆଶ୍ବିନ ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରେ ଦେବୀ ଦୁର୍ଗାଙ୍କୁ ୯ଟି ବେଶରେ ପୂଜା କରାଯାଏ। ନବରାତ୍ରୀରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେଉଛି। ୧୭ ତାରିଖରେ ସୂର୍ଯ୍ୟ କନ୍ୟା ରାଶିକୁ ଚଳନ କରିବାକୁ ଥିବା ବେଳେ ବୁଧ ଓ ଶୁକ୍ର ମଧ୍ୟ ସେହି ରାଶିରେ ବିରାଜମାନ ଅଛନ୍ତି। ଗୋଟିଅ ରାଶିରେ ତିନି ଗ୍ରହଙ୍କ ମିଳନ ଶୁକ୍ରାଦିତ୍ୟ , ବୁଦ୍ଧାଦିତ୍ୟ , ଲକ୍ଷ୍ମୀ ନାରାୟଣ ଯୋଗ ଓ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି। ଏହି ତିଗ୍ରାହୀ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ।

Written ByNarmada BeheraEdited ByNarmada Behera
Published: Oct 11, 2026, 07:51 PM IST|Updated: Oct 11, 2026, 07:53 PM IST
joinshare
Shardiya Navratri 2026:  ଶାରଦୀୟ ନବରାତ୍ରୀରେ ପଡି଼ଛି ୪ ଦୁର୍ଲଭ ଯୋଗ, ୫ରାଶି ହେବେ ଧନୀ!
Image Credit: Shardiya Navratri 2026: ଶାରଦୀୟ ନବରାତ୍ରୀରେ ପଡି଼ଛି ୪ ଦୁର୍ଲଭ ଯୋଗ, ୫ରାଶି ହେବେ ଧନୀ!

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Shardiya Navratri 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଜିଠାରୁ  ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଛି।  ଆଶ୍ବିନ ମାସ ଶୁକ୍ଲ ପକ୍ଷ ପ୍ରତିପଦା ତିଥିରେ ଦେବୀ ଦୁର୍ଗାଙ୍କୁ ୯ଟି ବେଶରେ ପୂଜା କରାଯାଏ। ନବରାତ୍ରୀରେ ଅନେକ ଶୁଭ ସଂଯୋଗ ସୃଷ୍ଟି ହେଉଛି। ୧୭ ତାରିଖରେ ସୂର୍ଯ୍ୟ କନ୍ୟା ରାଶିକୁ ଚଳନ କରିବାକୁ ଥିବା ବେଳେ ବୁଧ ଓ ଶୁକ୍ର ମଧ୍ୟ ସେହି ରାଶିରେ ବିରାଜମାନ ଅଛନ୍ତି। ଗୋଟିଅ ରାଶିରେ ତିନି ଗ୍ରହଙ୍କ ମିଳନ ଶୁକ୍ରାଦିତ୍ୟ , ବୁଦ୍ଧାଦିତ୍ୟ , ଲକ୍ଷ୍ମୀ ନାରାୟଣ ଯୋଗ  ଓ ତ୍ରିଗ୍ରାହୀ ଯୋଗ ସୃଷ୍ଟି କରୁଛି। ଏହି ତିଗ୍ରାହୀ ଯୋଗ କିଛି ରାଶିଙ୍କ ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ତେବେ, ଆସନ୍ତୁ ଜାଣିବା ଏହି ଶୁଭ ଯୋଗ କେଉଁ ରାଶିଙ୍କ ଭାଗ୍ୟ ଉଦୟ କରିବାକୁ ଯାଉଛି।...


    ମେଷ-: ନବରାତ୍ରୀରେ ପଡି଼ଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,ଆର୍ଥିକ ସ୍ଥିତି ଭଲ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ମିଳିବ। ବ୍ୟବସାୟରେ ବାକି ପଡିଥିବା ଟଙ୍କା ମିଳିବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।

    ମକର-:ନବରାତ୍ରୀରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ଫୁଣି ଥରେ ଯୋଡି ହେବ। ପ୍ରେମ ସମ୍ପର୍କରେ ଥିବା ଲୋକେ ନିଜ ସାଥୀଙ୍କୁ ବିବାହ କରିବେ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ।  

    ମିଥୁନ-: ନବରାତ୍ରୀରେ ପଡିଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ମୂଲ୍ୟ ପାଇବେ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ଓ ପ୍ରଶଂସା ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ବିଦେଶରେ ଚାଲିଥିବା ବାଣିଜ୍ୟ -ବ୍ୟବସାୟରେ ପ୍ରଚୁର ଟଙ୍କା ରୋଜଗାର କରିବେ। ସ୍ବାସ୍ଥ୍ୟ ଭଲ ରହିବା ସହ ଲଟେରୀରୁ ଲାଭବାନ୍ ହେବେ।

    ସିଂହ-: ନବରାତ୍ରୀରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବ। ଏ-ହି ସମୟ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। କର୍ମକ୍ଷେତ୍ରରରୁ ପଦୋନ୍ନତି ମିଳିବା ସହ ଦରମା ବଢିବ। ବ୍ୟବସାୟରେ ଆବଶ୍ୟକତା ଠାରୁ ଭଲ ଲାଭ ମିଳିବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ  ଭଲ ରେଜଲ୍ଟ କରିବେ। ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ଙ୍କ ସ୍ବପ୍ନ ପୂରା ହେବ। ବ୍ୟବସାୟୀଙ୍କ ଲାଗି ସମୟ ଅନୁକୂଳ ରହିଛି। ପିତାମାତା ପ୍ରତ୍ୟକ କାର୍ଯ୍ୟରେ ସାହାର୍ଯ୍ୟ ସହଯୋଗ କରିବେ।

    ତୁଳା-: ନବରାତ୍ରୀରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଶୁଭ ପ୍ରମାଣିତ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କୁ ଭଲ ଚାକିରି କୌଣସି ଏକ କମ୍ପାନୀରୁ ଅଫର ମିଳିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଲାଗି ସମୟ ଭଲ ରହିବ। ଅବିବାହିତଙ୍କୁ ଭଲ ବିବାହ ପ୍ରସ୍ତାବ ଆସିପାରେ।


    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

     

    Add Zee News as a Preferred Source
    TAGS:
    Astrology