• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Rahu Gochar 2026: ମକର ରାଶିରେ ରାହୁଙ୍କ ଚଳନ ସମୟରେ ଏହି ୪ଟି ରାଶିରେ ବଡ ପ୍ରଭାବ

Rahu Gochar 2026: ମକର ରାଶିରେ ରାହୁଙ୍କ ଚଳନ ସମୟରେ ଏହି ୪ଟି ରାଶିରେ ବଡ ପ୍ରଭାବ

Rahu Gochar 2026: ୫ ଡିସେମ୍ବର ୨୦୨୬ରେ ମକର ରାଶିରେ ରାହୁଙ୍କ ଚଳନ ହେବାକୁ ଯାଉଛି । ଜାଣନ୍ତୁ ଏହି ଚଳନ କେଉଁ ରାଶିକୁ ଶୁଭ-ଅଶୁଭ ଫଳାଫଳ ପ୍ରଦାନ କରିବ । ଏହି ଚଳନରୁ ବିଶେଷକରି ଧନୁ, ମକର, କୁମ୍ଭ ଏବଂ ମୀନ ରାଶିର ବ୍ୟକ୍ତି କେଉଁ କ୍ଷେତ୍ରରେ କିପରି ଫଳାଫଳ ପାଇବେ ଆସନ୍ତୁ ଜାଣିବା ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 07, 2026, 11:41 AM IST|Updated: Oct 07, 2026, 11:49 AM IST
joinshare
Rahu Gochar 2026: ମକର ରାଶିରେ ରାହୁଙ୍କ ଚଳନ ସମୟରେ ଏହି ୪ଟି ରାଶିରେ ବଡ ପ୍ରଭାବ
Image Credit: Rahu Gochar

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Rahu Gochar 2026: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କ ଗତିବିଧିରେ ପରିବର୍ତ୍ତନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି। ପ୍ରତ୍ୟକ ଗ୍ରହର ନିଜସ୍ୱ ପ୍ରଭାବ ରହିଛି ବୋଲି ବିଶ୍ୱାସ କରାଯାଏ । ଡିସେମ୍ବର ମାସରେ ରାହୁ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ ଚଳନ କରିବାକୁ ଯାଉଛନ୍ତି। ଆପଣଙ୍କୁ କହିରଖୁଛୁ ଯେ, ମକର ରାଶିର ଅଧିପତି ଗ୍ରହ ହେଉଛନ୍ତି ଶନି । ଜ୍ୟୋତିଷ ଶାସ୍ତ୍ରରେ ରାହୁ ଓ ଶନିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ। ଅନ୍ୟପଟେ, ରାହୁଙ୍କୁ ଏକ ଛାୟା ଗ୍ରହ ଭାବରେ ବିବେଚନା କରାଯାଏ।

ଧନୁ ରାଶି
ମକର ରାଶିରେ ରାହୁଙ୍କ ଚଳନ ପରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହୋଇପାରେ । ହଠାତ୍ କୌଣସି ବଡ଼ ଧରଣର ଟଙ୍କା ଖର୍ଚ୍ଚ କରିପାରନ୍ତି । ଏହି ସମୟରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ । କ୍ୟାରିୟରରେ କାର୍ଯ୍ୟର ଚାପ ବଢିବ । ଚାକିରି ବଦଳାଇବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ଦୀର୍ଘକାଳୀନ ଲାଭ ଓ କ୍ଷତି ବିଷୟରେ ଭଲଭାବେ ବିଚାର କରନ୍ତୁ। କୌଣସି ଆର୍ଥିକ ବିପଦ ନିଅନ୍ତୁ ନାହିଁ । ଜଗି ରଖି ଚଳନ୍ତୁ । ଅନ୍ୟ ପ୍ରତି ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ ।

ମକର ରାଶି
ରାହୁ ଆପଣଙ୍କ ରାଶିରେ ଚଳନ କରିବାକୁ ଯାଉଛନ୍ତି । ଆପଣଙ୍କ ରାଶିରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡିପାରେ । କ୍ୟାରିୟରରେ ନୂତନ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ କରିବାକୁ ବିଚାର କରିପାରନ୍ତି। 
ବଡ଼ ଧରଣର ଆର୍ଥିକ ବିପଦ ନିଅନ୍ତୁ ନାହିଁ । ତରବରିଆ ଭାବେ ନିଷ୍ପତ୍ତି ନନେଇ ଉପଯୁକ୍ତ ସମୟ ନିଅନ୍ତୁ ।

କୁମ୍ଭ ରାଶି
ଏହି ଚଳନ ଆପଣଙ୍କ ପାଇଁ କିଛି ଆହ୍ୱାନ ଆଣିପାରେ। ଉଭୟ ଚାକିରି କିମ୍ବା ବ୍ୟବସାୟ କ୍ଷେତ୍ରରେ ବାଧାବିଘ୍ନ ସୃଷ୍ଟି ହୋଇପାରେ। କାର୍ଯ୍ୟସ୍ଥଳରେ ସତର୍କ ରୁହନ୍ତୁ । କୌଣସି ବିବାଦ ମଧ୍ୟରେ ଜଡିତ ହୁଅନ୍ତୁ ନାହିଁ । ଶୀଘ୍ର ଅର୍ଥ ଉପାର୍ଜନ କରିବାକୁ କୌଣସି ପନ୍ଥା ଆପଣାନ୍ତୁ ନାହିଁ ।

ମୀନ ରାଶି
ରାହୁଙ୍କ ଚଳନ ଆପଣଙ୍କ ପାଇଁ ଅନୁକୂଳ ହୋଇପାରେ । କ୍ୟାରିୟର ଅଗ୍ରଗତି କରିବେ । ଅନେକ ନୂତନ ସୁଯୋଗ ମିଳିବ । ଚାକିରି ଖୋଜୁଥିଲେ ଭଲ ଖବର ପାଇପାରନ୍ତି। ନୂତନ ସମ୍ପର୍କ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ନୂତନ ଉଦ୍ୟୋଗ ଆରମ୍ଭ କରିବାର ସୁଯୋଗ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ । ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି ।

(Disclaimer: ଏହି ସାମଗ୍ରୀ ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:
Odia News