• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Today Horoscope: ଆଜି ଦିନଟି କିପରି ବିତିବ? ପଢନ୍ତୁ ରାଶିଫଳ

Today Horoscope: ଆଜି ଦିନଟି କିପରି ବିତିବ? ପଢନ୍ତୁ ରାଶିଫଳ

ସମସ୍ତ ଶୁଭ-ଅଶୁଭ ସ୍ଥିତି ମଧ୍ୟରେ ସମସ୍ତ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି କିପରି ରହିବ, ପଢ଼ନ୍ତୁ ଆଜିର ରାଶିଫଳ ।

Written BySoubhagya Ranjan MishraEdited BySoubhagya Ranjan Mishra
Published: Nov 18, 2026, 06:31 IST|Updated: Nov 18, 2026, 06:36 IST
joinshare
Today Horoscope: ଆଜି ଦିନଟି କିପରି ବିତିବ? ପଢନ୍ତୁ ରାଶିଫଳ
Image Credit: Astrology

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

Cyclone Update: ଆନ୍ଧ୍ର ନୁହେଁ ଓଡ଼ିଶା ମୁହାଁ 'ବାତ୍ୟା'! ସ୍ପଷ୍ଟ କଲେ IMD ଡିଜି

2

Odisha Assembly: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ମୁଲତବି

3

ଦୁର୍ଘଟଣାରେ ଜୀବନହାନି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

4

Top 10 News: ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ, ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଓ ଅନ୍ୟ ଖବର

5

ବକେୟା ପାଉଣା ପାଇଁ ରାସ୍ତାରେ ହାଇଡ୍ରାମା, ଅପେରା ଗାଡ଼ି ଅଟକାଇଲେ କଳାକାର!

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Horoscope Today 18 November 2026: ଆଜି ୧୮ ନଭେମ୍ବର ବୁଧବାର । ଆଜି ଆଜି ଅକ୍ଷୟ ନବମୀ ପର୍ବ ପାଳନ କରାଯିବ । ଆଜି ମଧ୍ୟ ଚନ୍ଦ୍ରମା ସାରା ଦିନ ଓ ରାତି କୁମ୍ଭ ରାଶିରେ ରହିବେ । ସୂର୍ଯ୍ୟ ଏବଂ ଗୁରୁ ୯୦ ଡିଗ୍ରୀରେ ରହି କେନ୍ଦ୍ର ଦୃଷ୍ଟି ଯୋଗ ସୃଷ୍ଟି କରିବେ ।

ମେଷ ରାଶି
ସୁଚାରୁ ରୂପେ କାର୍ଯ୍ୟ ସମ୍ପନ୍ନ ହୋଇଯିବ । ବିଶେଷ କରି ମହିଳାମାନଙ୍କ ପାଇଁ ବିଶେଷ ଭାବରେ ସମୟ ଆରାମଦାୟକ । ଆପଣଙ୍କ ହାତରୁ ଗୁରୁତ୍ୱପୂର୍ଣ୍ଣ ସଫଳତା ଖସି ଯାଇପାରେ । ଗ୍ଲାମର, କଳା, ସୌନ୍ଦର୍ଯ୍ୟ ପ୍ରସାଧନ ଆଦି ସହ ଜଡ଼ିତ ଥିଲେ ଭଲ ସଫଳତା ମିଳିବ । ପରିବାର ପାଇଁ ସମୟ ବାହାର କରିବାରେ ସକ୍ଷମ ହେବେ । ଘରର ପରିବେଶ ଖୁସିମୟ ରହିବ । ଥକ୍କାପଣ ଏବଂ ଚାପ ଅନୁଭବ କରିବେ । ଆପଣ ଧ୍ୟାନ ଏବଂ ମେଡିଟେସନ ନିଶ୍ଚୟ କରନ୍ତୁ । ଶୁଭ ରଙ୍ଗ- ଆକାଶିଆ ଏବଂ ଶୁଭ ଅଙ୍କ- ୧

ବୃଷ ରାଶି
ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ । କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ କାରଣ ଫେରି ପାଇବା ଅସମ୍ଭବ ହୋଇପାରେ । ଚାକିରି କ୍ଷେତ୍ରରେ ଟାର୍ଗେଟ୍ ହାସଲ କରିବାରେ ସଫଳ ହେବେ । ପରିବାର ସହିତ ହସଖୁସିରେ ଆନନ୍ଦମୟ ସମୟ ଅତିବାହିତ ହେବ । ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ମନରେ ଚିନ୍ତା ରହିପାରେ । ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ଅଙ୍କ- ୯

ମିଥୁନ ରାଶି
କୌଣସି ପାରିବାରିକ ସମସ୍ୟା ଥିଲେ ସେଥିରେ ଆପଣଙ୍କର ଉପସ୍ଥିତି ଏବଂ ପରାମର୍ଶ ଗୁରୁତ୍ୱପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ା ପ୍ରତି ଅବହେଳା କରନ୍ତୁ ନାହିଁ । ନିଜର ସନ୍ଦେହ ଏବଂ ଜିଦ୍‌ଖୋର ସ୍ୱଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ସରକାରୀ ମାମଲାରେ ତରବରିଆ ହୁଅନ୍ତୁ ନାହିଁ । ଅଭିଜ୍ଞ ବ୍ୟକ୍ତିଙ୍କ ମାର୍ଗଦର୍ଶନ ନିଶ୍ଚୟ ନିଅନ୍ତୁ । ପାରିବାରିକ ଦାୟିତ୍ୱଗୁଡ଼ିକୁ ଭଲ ଭାବରେ ତୁଲାଇବାରେ ସକ୍ଷମ ହେବେ । ଅତ୍ୟଧିକ କାର୍ଯ୍ୟଭାର କାରଣରୁ ଥକ୍କାପଣ ଅନୁଭବ ହୋଇପାରେ । ଶୁଭ ରଙ୍ଗ- ହଳଦିଆ ଏବଂ
ଶୁଭ ଅଙ୍କ- ୩

କର୍କଟ ରାଶି
ସମ୍ପତ୍ତି ସମ୍ବନ୍ଧୀୟ କୌଣସି ବିବାଦ ଚାଲିଥିଲେ ତାହାର ସମାଧାନ ହୋଇପାରେ । କେହି ଜଣେ ବ୍ୟକ୍ତି ଆପଣଙ୍କର ଫାଇଦା ଉଠାଇ ପାରନ୍ତି । ତେଣୁ ସାବଧାନ ରୁହନ୍ତୁ, ପ୍ରାକ୍ଟିକାଲ୍ ରୁହନ୍ତୁ । ବ୍ୟବସାୟରେ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ଭଲ ହେବ। ପରିବାରରେ ସମସ୍ତ ସଦସ୍ୟଙ୍କର ପରସ୍ପର ପ୍ରତି ସହଯୋଗର ଭାବନା ରହିବ । ଗାଡ଼ି ସାବଧାନତାର ସହ ଚଳାନ୍ତୁ । ଶୁଭ ରଙ୍ଗ- ଗୋଲାପୀ ଏବଂ ଶୁଭ ଅଙ୍କ- ୨

ସିଂହ ରାଶି
ନିଜର ଦାୟିତ୍ୱଗୁଡ଼ିକୁ ସଠିକ୍ ଭାବରେ ସମ୍ପାଦନ କରିବେ । ସନ୍ତାନ ସହ ଜଡ଼ିତ ମାମଲାରେ କୌଣସି ଖୁସି ଖବର ମିଳିପାରେ । କୌଣସି ପ୍ରକାର ନେଣଦେଣ କରିବାକୁ ଭାବୁଥିଲେ ଆଜି ପାଇଁ ତାହାକୁ ସ୍ଥଗିତ ରଖିବା ଭଲ । ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ମନୋମାଳିନ୍ୟ ରହିପାରେ । ପାଣିପାଗରୁ ନିଜକୁ ରକ୍ଷା କରିବା ଆପଣଙ୍କ ପାଇଁ ଜରୁରୀ । ଶୁଭ ରଙ୍ଗ- ଧଳା ଏବଂ ଶୁଭ ଅଙ୍କ- ୭

କନ୍ୟା ରାଶି
ଘରର ରକ୍ଷଣାବେକ୍ଷଣ ଅଥବା ପରିବର୍ତ୍ତନ ସମ୍ବନ୍ଧୀୟ କିଛି ଯୋଜନା ପ୍ରସ୍ତୁତ କରିପାରନ୍ତି । ଦୂର ଯାତ୍ରାର ଯୋଗ ରହିଛି । ବନ୍ଧୁମାନଙ୍କ ସହିତ ଅଧିକ ଚାଟିଂରେ ସମୟ ନଷ୍ଟ କରନ୍ତୁ ନାହିଁ । ବ୍ୟବସାୟରେ କିଛି ବାଧାବିଘ୍ନ ଆସିପାରେ । ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ବୈବାହିକ ସମ୍ପର୍କରେ ମଧୁରତା ଏବଂ ପ୍ରେମ ବଜାୟ ରହିବ । ଅତ୍ୟଧିକ ବ୍ୟସ୍ତତାର ପ୍ରଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିବ । ଶୁଭ ରଙ୍ଗ- କମଳା ଏବଂ ଶୁଭ ଅଙ୍କ- ୫

ତୁଳା ରାଶି
ନିଜ ଭିତରେ ଭରପୂର ଆତ୍ମବିଶ୍ୱାସ ଅନୁଭବ କରିବେ । ରାଜନୀତି କ୍ଷେତ୍ରରେ ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ସ୍ଥାପିତ ହେବ । ନିଜର ବ୍ୟକ୍ତିଗତ ମାମଲାରେ ବାହାର ଲୋକଙ୍କ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ବ୍ୟବସାୟରେ ବଜାରରେ ଅଟକି ରହିଥିବା ଟଙ୍କା ମିଳିପାରେ । ନିବେଶ କରିବା ପାଇଁ ସମୟ ଅନୁକୂଳ ନୁହେଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ତାଳମେଳ ରହିବ । ଯୁବକଯୁବତୀଙ୍କ ପ୍ରେମ ସମ୍ପର୍କ ସ୍ଥାପିତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ସୁଖ ଓ ଶାନ୍ତି ବଜାୟ ରହିବ । ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ଅଙ୍କ- ୧

ବିଛା ରାଶି
ବ୍ୟକ୍ତିଗତ ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିପାରନ୍ତି । ଧାର ଦେଇଥିବା ଟଙ୍କା ଆଜି ଫେରି ପାଇବାର ସମ୍ଭାବନା ଅଛି । ଅତ୍ୟଧିକ ଶୃଙ୍ଖଳିତ ହେବା ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ । ନିଜର ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କିଛି ଅପେକ୍ଷା କରିବାକୁ ପଡିପାରେ । ଅବିବାହିତ ଥିଲେ ଭଲ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ବ୍ୟବସ୍ଥିତ ଦିନଚର୍ଯ୍ୟା ଏବଂ ଖାଦ୍ୟପେୟ ଆପଣଙ୍କୁ ନିରୋଗୀ ରଖିବ । ଶୁଭ ରଙ୍ଗ- ନୀଳ ଏବଂ ଶୁଭ ଅଙ୍କ- ୯

ଧନୁ ରାଶି
ଆପଣଙ୍କୁ ଅଧିକ ସକାରାତ୍ମକ ଫଳାଫଳ ମିଳିବ । କୌଣସି ଖାସ୍ ଜିନିଷ ହଜିଯାଇପାରେ । ବ୍ୟବସାୟରେ କୌଣସି ବଡ଼ ଅର୍ଡର ମିଳିବାର ସମ୍ଭାବନା ରହିଛି । ନିଜର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ବୈବାହିକ ସମ୍ପର୍କରେ ମଧୁରତା ରହିବ । ଯୁବବର୍ଗଙ୍କ ବନ୍ଧୁତାରେ ଘନିଷ୍ଠତା ଆସିବ । ଏସିଡିଟି ଏବଂ ଗ୍ୟାସ୍ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ । ଶୁଭ ରଙ୍ଗ- କେଶରୀ ଏବଂ ଶୁଭ ଅଙ୍କ- ୬

ମକର ରାଶି
ସମସ୍ୟାଗୁଡ଼ିକୁ ଦେଖି ଭୟଭୀତ ହୁଅନ୍ତୁ ନାହିଁ । ଶାନ୍ତିପୂର୍ଣ୍ଣ ମନୋଭାବ ଆପଣଙ୍କୁ ନିଜ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ । ଆପଣ ଅନ୍ୟମାନଙ୍କ କଥାରେ ପଡ଼ି ନିଜର କ୍ଷତି କରିପାରନ୍ତି । ଭବିଷ୍ୟତର ଯୋଜନାଗୁଡ଼ିକରେ ଟଙ୍କା ଲଗାଇବା ପାଇଁ ସମୟ ଅନୁକୂଳ । ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ । ପିଠି ଯନ୍ତ୍ରଣା, ଥଣ୍ଡା, କାଶ ଭଳି ସମସ୍ୟା ଆପଣଙ୍କୁ ହଇରାଣ କରିପାରେ । ଶୁଭ ରଙ୍ଗ- ଆକାଶିଆ ଏବଂ ଶୁଭ ଅଙ୍କ- ୯

କୁମ୍ଭ ରାଶି
ଆପଣଙ୍କ ଯୋଜନା ଫଳପ୍ରଦ ହୋଇପାରେ । କୌଣସି ବି ନକାରାତ୍ମକ ସ୍ଥିତିକୁ ଶାନ୍ତିପୂର୍ଣ୍ଣ ଭାବରେ ସମ୍ଭାଳନ୍ତୁ । ନିଜର ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ । ନୂଆ ସଫଳତା ପାଇପାରନ୍ତି । ବ୍ୟବସାୟରେ କାର୍ଯ୍ୟଭାର ଏବଂ ଦାୟିତ୍ୱ ବଢ଼ିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଆଲର୍ଜି ସମସ୍ୟା ହେଲେ ଆୟୁର୍ବେଦିକ ଚିକିତ୍ସା ଆପଣଙ୍କ ପାଇଁ ଅଧିକ ଭଲ ରହିବ । ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ଅଙ୍କ- ୪

ମୀନ ରାଶି
ଧନର ବିନିଯୋଗ ଆପଣଙ୍କ ପାଇଁ ଲାଭଦାୟକ ରହିବ । ନିଜର କାର୍ଯ୍ୟଗୁଡ଼ିକୁ ପୂରା କରିବାର ସଂକଳ୍ପ ଆପଣଙ୍କୁ ସଫଳ କରାଇବ । ସାର୍ବଜନୀନ ସ୍ଥାନରେ ଟିକେ ସଂଯମିତ ରହିବା ଆବଶ୍ୟକ । ନିଜର ବ୍ୟକ୍ତିଗତ କଥା କାହା ସହିତ ସେୟାର କରନ୍ତୁ ନାହିଁ । କାରବାରରେ କାର୍ଯ୍ୟର ପ୍ରଗତିକୁ ନେଇ ବହୁତ ଅଧିକ ପ୍ରତିଯୋଗିତାର ସାମ୍ନା କରିବାକୁ ପଡ଼ିପାରେ । କୌଣସି ଖାସ୍ ବନ୍ଧୁଙ୍କ ସହଯୋଗ ଆପଣଙ୍କର ଅନେକ ସମସ୍ୟାକୁ ସମାଧାନ କରିବ । ଅତ୍ୟଧିକ କାର୍ଯ୍ୟଭାର କାରଣରୁ ଥକ୍କାପଣ ଭଳି ସ୍ଥିତି ରହିପାରେ ।
ଶୁଭ ରଙ୍ଗ- ବାଦାମୀ ଏବଂ ଶୁଭ ଅଙ୍କ- ୩

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:
Astrology