Ajira Rashifal 2 November 2026: ଆଜି ୨ ନଭେମ୍ବର ୨୦୨୬, ସୋମବାର କାର୍ତ୍ତିକ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଦିପହର ୧ଟା ୧୧ ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ତା’ପରେ ନବମୀ ତିଥି ଆରମ୍ଭ ହେବ। ସୂର୍ଯ୍ୟୋଦୟ ସମୟରେ ଚନ୍ଦ୍ର କର୍କଟ ରାଶିରେ ରହିବେ ଏବଂ ମଧ୍ୟରାତ୍ରି ପରେ ୩ଟା ୪୭ ମିନିଟ୍ରେ ସିଂହ ରାଶିରେ ପ୍ରବେଶ କରିବେ।
ମେଷ ରାଶି
କୌଣସି ସମସ୍ୟା ଆସିଲେ ଭୟ ନକରି ତାହାର ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ । ନିକଟତର ସମ୍ପର୍କୀୟମାନଙ୍କ ସହ ସକାରାତ୍ମକ ଆଲୋଚନା ହୋଇପାରେ । ପାରିବାରିକ ପରିବେଶ ଆନନ୍ଦଦାୟକ ରହିବ। କୌଣସି ପ୍ରକାରର ଆଲର୍ଜି ହେବାର ଆଶଙ୍କା ରହିଛି। ସନ୍ଧ୍ୟା ସମୟରେ ଶିବ ମନ୍ଦିରରେ ଗୁଆଘିଅର ଦୀପ ଜାଳନ୍ତୁ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ସଂଖ୍ୟା: ୬ ।
ବୃଷ ରାଶି
ବରିଷ୍ଠ ଲୋକଙ୍କ ମାର୍ଗଦର୍ଶନ ମିଳିବ । ଆପଣଙ୍କର ବ୍ୟକ୍ତିଗତ କାମ ଅନେକାଂଶରେ ପୂରଣ ହେବ। ପଡ଼ୋଶୀମାନଙ୍କ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ କୌଣସି କର୍ମଚାରୀଙ୍କ ଅବହେଳା କାରଣରୁ ବଡ଼ ଆର୍ଥିକ କ୍ଷତି ହୋଇପାରେ । ପ୍ରେମ ସମ୍ବନ୍ଧରେ ନିବିଡ଼ତା ବଢ଼ିବ। ଶରୀରରେ ସାମାନ୍ୟ ଦୁର୍ବଳତା ଅନୁଭବ କରିବେ। ରାସ୍ତାରେ କୌଣସି ସଫେଇ କର୍ମଚାରୀ ଦେଖାହେଲେ ତାଙ୍କୁ କିଛି ଦାନ କରନ୍ତୁ। ଶୁଭ ରଙ୍ଗ: କେଶରୀ ଏବଂ ଶୁଭ ସଂଖ୍ୟା: ୮
ମିଥୁନ ରାଶି
ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ । ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବା ପାଇଁ ଆପଣଙ୍କ ପାଖରେ ସାହସ ଓ ଧୈର୍ଯ୍ୟ ରହିବ। କୌଣସି ଜିନିଷ କିଣାବିକା କରିବା ସମୟରେ ନିଶ୍ଚୟ ବିଲ୍ ବ୍ୟବହାର କରନ୍ତୁ। କାର୍ଯ୍ୟକ୍ଷେତ୍ରରେ କୌଣସି ନୂଆ ଯୋଜନା ଉପରେ କାମ ନକରିବା ଭଲ । ପ୍ରେମ ସମ୍ପର୍କରେ ପରସ୍ପର ପ୍ରତି ବିଶ୍ୱାସ ବଜାୟ ରଖନ୍ତୁ। ଅତ୍ୟଧିକ ପରିଶ୍ରମ କାରଣରୁ ଶରୀରରେ କ୍ଲାନ୍ତି ଦେଖାଦେଇପାରେ। କୌଣସି ଧର୍ମାନୁଷ୍ଠାନରେ କିଛି ସମୟ ନିରୋଳାରେ ବସି ନିଜ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ।
ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ସଂଖ୍ୟା: ୧
କର୍କଟ ରାଶି
କୋଣସି ବଡ ସମସ୍ୟାର ସମାଧାନ ହେବା କାରଣରୁ ମନରେ ଶାନ୍ତି ଆସିବ। ଭାବପ୍ରବଣ ହୋଇ ନେଇଥିବା କୌଣସି ନିଷ୍ପତ୍ତି ଭୁଲ୍ ହୋଇପାରେ। ବ୍ୟବସାୟରେ ବାଧାବିଘ୍ନ ଆସିପାରେ । ନିଜ ପରିଶ୍ରମ ବଳରେ ସମସ୍ତ ବାଧା ସହଜରେ ଏ଼ଡାଇବାରେ ଆପଣ ସଫଳ ହେବେ। କାମର ଚାପ ଯୋଗୁଁ ଶାରୀରିକ ଦୁର୍ବଳତା ଦେଖାଦେଇପାରେ। ଗଣପତିଙ୍କୁ ଧ୍ୟାନ କରନ୍ତୁ ଏବଂ ସମ୍ଭବ ହେଲେ ତାଙ୍କ ମନ୍ତ୍ର ଜପ କରନ୍ତୁ। ଶୁଭ ରଙ୍ଗ: ଗୋଲାପୀ ଏବଂ ଶୁଭ ସଂଖ୍ୟା: ୬
ସିଂହ ରାଶି
କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟର ସହଯୋଗ ମିଳିବ। ଶୀଘ୍ର ସଫଳତା ପାଇବା ଚକ୍କରରେ ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ । ବ୍ୟବସାୟ ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନେଉଥିଲେ ନିଜ ଯୋଗ୍ୟତା ଉପରେ ଭରସା ରଖନ୍ତୁ। ବାହାର ଲୋକଙ୍କୁ ପାରିବାରିକ ମାମଲାରୁ ଦୂରେଇ ରଖନ୍ତୁ। ପାଣିପାଗ ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଶୁଭ ରଙ୍ଗ: ହଳଦିଆ ଏବଂ ଶୁଭ ସଂଖ୍ୟା: ୨
କନ୍ୟା ରାଶି
ଆପଣଙ୍କ ଆତ୍ମବିଶ୍ୱାସ ଏବଂ ଶକ୍ତି ବଢିବ । ବୃଥା କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରି କ୍ଷେତ୍ରରେ ଚାଲିଥିବା ରାଜନୀତି ପ୍ରତି ସତର୍କ ରୁହନ୍ତୁ। ପ୍ରେମ ସମ୍ବନ୍ଧରେ କିଛି ମନୋମାଳିନ୍ୟ ହୋଇପାରେ। ନିଜ ଆରାମ ପାଇଁ କିଛି ସମୟ ନିଶ୍ଚୟ ବାହାର କରନ୍ତୁ। ସକାଳେ ସୂର୍ଯ୍ୟ ଭଗବାନଙ୍କ ଦର୍ଶନ କରନ୍ତୁ ଏବଂ ସୂର୍ଯ୍ୟ କିରଣରେ କିଛି ସମୟ ବସନ୍ତୁ। ଶୁଭ ରଙ୍ଗ: ଗୋଲାପୀ ଏବଂ ଶୁଭ ସଂଖ୍ୟା: ୪
ତୁଳା ରାଶି
ଅର୍ଥ ସମ୍ବନ୍ଧୀୟ କୌଣସି ସମସ୍ୟା ଚାଲିଥିଲେ ତାହାର ସମାଧାନ ମିଳିଯିବ। ଅତ୍ୟଧିକ ପ୍ରାକ୍ଟିକାଲ୍ ହେବା ଦ୍ୱାରା ପାରସ୍ପରିକ ସମ୍ପର୍କରେ ଦୂରତା ଆସିପାରେ। ଚାକିରି କ୍ଷେତ୍ରରେ ବର୍ତ୍ତମାନ କୌଣସି ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ବନ୍ଧୁମାନଙ୍କ ସହ ଅଧିକ ମିଳାମିଶା ଆପଣଙ୍କ ବ୍ୟକ୍ତିଗତ ଜୀବନରେ ସମସ୍ୟା ସୃଷ୍ଟି କରିପାରେ। କିଛି ସମୟ ଧ୍ୟାନ ବା ମେଡିଟେସନରେ ଲଗାନ୍ତୁ। ପ୍ରତିକାର ସ୍ୱରୂପ ହନୁମାନଜୀଙ୍କ ଉପାସନା କରନ୍ତୁ । ସମ୍ଭବ ହେଲେ ହନୁମାନ ଚାଳିଶା ସାତଥର ପାଠ କରନ୍ତୁ। ଶୁଭ ରଙ୍ଗ: ଧଳା ଏବଂ ଶୁଭ ସଂଖ୍ୟା: ୨
ବିଛା ରାଶି
କାହାକୁ ଟଙ୍କା ଉଧାର ଦେଇଥିଲେ ତାହା ଫେରସ୍ତ ପାଇବାର ଭଲ ସୁଯୋଗ ରହିଛି। ଆୟ ସହିତ ଖର୍ଚ୍ଚ ମଧ୍ୟ ଅଧିକ ରହିବ। ବ୍ୟବସାୟରେ ଅଜଣା ଲୋକଙ୍କ ସହ କାରବାର କରିବା ସମୟରେ ସତର୍କ ରୁହନ୍ତୁ। ଘର-ପରିବାର ପ୍ରତି ଆପଣଙ୍କର ସହଯୋଗ ସମ୍ପର୍କକୁ ଅଧିକ ମଧୁର କରିବ। ପ୍ରାକୃତିକ ପରିବେଶରେ କିଛି ସମୟ ବିତାଇଲେ ମନକୁ ଶାନ୍ତି ମିଳିବ। ଶ୍ରୀ ସୂକ୍ତ କିମ୍ବା ପୁରୁଷ ସୂକ୍ତ ପାଠ କରନ୍ତୁ ବା ଶୁଣନ୍ତୁ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ସଂଖ୍ୟା: ୬
ଧନୁ ରାଶି
ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ଆପଣଙ୍କ ଉନ୍ନତିରେ ସହାୟକ ହେବ। ସମ୍ପର୍କକୁ ସମ୍ଭାଳି ରଖନ୍ତୁ, କାରଣ କାହା ସହିତ ସମ୍ପର୍କରେ ତିକ୍ତତା ଆସିପାରେ। ବ୍ୟବସାୟ ସମ୍ପ୍ରସାରଣ କାରଣରୁ କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବାରେ ତରବର ହୁଅନ୍ତୁ ନାହିଁ। ପାରିବାରିକ ପରିବେଶ ସୁଖଦ ରହିବ। ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସଠିକ୍ ଖାଦ୍ୟପେୟ ଗ୍ରହଣ କରନ୍ତୁ। ମନ୍ଦିରରେ ମା’ ଦୁର୍ଗାଙ୍କ ସ୍ତୁତି କରନ୍ତୁ ଏବଂ କ୍ଷୀରି ପ୍ରସାଦ ବାଣ୍ଟନ୍ତୁ। ଶୁଭ ରଙ୍ଗ: କମଳା ଏବଂ ଶୁଭ ସଂଖ୍ୟା: ୭
ମକର ରାଶି
ସଠିକ୍ ନିଷ୍ପତ୍ତି ନେବାରେ ଆପଣ ସକ୍ଷମ ହେବେ । ବ୍ୟସ୍ତତା ହେତୁ ଆପଣ ନିଜ ବ୍ୟକ୍ତିଗତ କାମ ପ୍ରତି ଅଧିକ ଧ୍ୟାନ ଦେଇପାରିବେ ନାହିଁ। ବ୍ୟବସାୟରେ ନିଜର ଜରୁରୀ କାଗଜପତ୍ର ସଜାଡ଼ି ରଖନ୍ତୁ। ସେୟାର ବଜାରରେ ନିବେଶ କରୁଥିଲେ ଯଥେଷ୍ଟ ଜ୍ଞାନ ରଖନ୍ତୁ। ପ୍ରେମ ସମ୍ବନ୍ଧରେ ସାକ୍ଷାତକାରର ସୁଯୋଗ ମିଳିବ। ପ୍ରଦୂଷଣ ଓ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ। ଗରିବ ଓ ଅସହାୟ ଲୋକଙ୍କୁ ଚା’ ଏବଂ ବିସ୍କୁଟ୍ ବାଣ୍ଟନ୍ତୁ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ସଂଖ୍ୟା: ୫
କୁମ୍ଭ ରାଶି
ଆଜି କିଛି ଅଭିଜ୍ଞ ଏବଂ ସ୍ୱତନ୍ତ୍ର ଲୋକଙ୍କ ସହ ସାକ୍ଷାତ ହୋଇପାରେ । ସେମାନଙ୍କ ବିଚାରକୁ ନିଜ ଜୀବନରେ ପ୍ରୟୋଗ କରନ୍ତୁ। ଅହଂକାର ଓ କ୍ରୋଧ ଯୋଗୁଁ ଘରର ପରିବେଶ ଟିକେ ଖରାପ ହୋଇପାରେ । ବ୍ୟବସାୟିକ ସୂତ୍ରରୁ କିଛି ସକାରାତ୍ମକ ଆଲୋଚନା ହୋଇପାରେ। ଜୀବନସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇପାରେ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଶୁଭ ରଙ୍ଗ: ଗାଢ଼ ଲାଲ୍ ଶୁଭ ସଂଖ୍ୟା: ୩
ମୀନ ରାଶି
ଛାତ୍ରଛାତ୍ରୀମାନଙ୍କର କୌଣସି ପାଠପଢ଼ା ସମ୍ବନ୍ଧୀୟ ସମସ୍ୟା ଥିଲେ ତାହା ଦୂର ହୋଇଯିବ। ଯୁବପିଢ଼ି ପ୍ରେମ ବ୍ୟାପାରରେ ପଡ଼ି ନିଜ କ୍ୟାରିୟର ସହ ଖେଳନ୍ତୁ ନାହିଁ। ବ୍ୟବସାୟ କରୁଥିଲେ ସତର୍କ ରହିବା ଉଚିତ । କୌଣସି ନିକଟ ସମ୍ପର୍କୀୟଙ୍କ ଆଗମନ ଯୋଗୁଁ ଘରେ ଖୁସିର ପରିବେଶ ରହିବ। ଅନିୟମିତ ଖାଦ୍ୟପେୟ ଯୋଗୁଁ ପେଟ ଖରାପ ହୋଇପାରେ। ଶିବ ମନ୍ଦିର ଯାଇ ସୁଗନ୍ଧିତ ଜଳରେ ଅଭିଷେକ କରନ୍ତୁ। ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ସଂଖ୍ୟା: ୯
(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)