• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଧର୍ମ
  • /Today horoscope: ଅକ୍ଟୋବର ଶେଷ ଦିନ କେମିତି ବିତିବ? ପଢନ୍ତୁ ରାଶିଫଳ

Today horoscope: ଅକ୍ଟୋବର ଶେଷ ଦିନ କେମିତି ବିତିବ? ପଢନ୍ତୁ ରାଶିଫଳ

ମେଷଠାରୁ ମୀନ ସମସ୍ତ ୧୨ଟି ରାଶିର ଭାଗ୍ୟଫଳ ପଢନ୍ତୁ

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 31, 2026, 06:26 AM IST|Updated: Oct 31, 2026, 06:34 AM IST
joinshare
Today horoscope: ଅକ୍ଟୋବର ଶେଷ ଦିନ କେମିତି ବିତିବ? ପଢନ୍ତୁ ରାଶିଫଳ
Image Credit: Astrology

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

Ajira Rashifal: ଆଜି ୩୧ ଅକ୍ଟୋବର ୨୦୨୬ ଶନିବାର । ଆଜି ଅପରାହ୍ନ ୧୨:୫୦ ସମୟରେ ସବୁଠାରୁ ଦେବଗୁରୁ ବୃହସ୍ପତି କର୍କଟ ରାଶିରୁ ବାହାରି ସିଂହ ରାଶିରେ ଚଳନ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଏକ ବଡ଼ ଚଳନ । ଏହା ବ୍ୟତୀତ ଚନ୍ଦ୍ରମା ସାରା ଦିନ ମିଥୁନ ରାଶିରେ ରହିବେ ଏବଂ ସିଦ୍ଧ ଯୋଗ ସୃଷ୍ଟି ହେବ।

ମେଷ ରାଶି 
କୌଣସି ନିଷ୍ପତ୍ତି ନେଉଥିଲେ ସମସ୍ତ ଦିଗ ପ୍ରତି ଭଲଭାବେ ଚିନ୍ତା କରନ୍ତୁ । ଆପଣଙ୍କ ପାଇଁ ସମୟ ଅନୁକୂଳ । ବ୍ୟବସାୟରେ ସୁଧାର ଆସିବ । ପ୍ରେମ ସମ୍ପର୍କଠାରୁ ଦୂରରେ ରୁହନ୍ତୁ। ନକାରାତ୍ମକ ଚିନ୍ତାଧାରା ମନକୁ ବିଚଳିତ କରିପାରେ। ଶିବ-ପାର୍ବତୀଙ୍କ ସ୍ୱରୂପକୁ ଦର୍ଶନ କରନ୍ତୁ ଏବଂ ଯଥାସମ୍ଭବ ପୂଜା କରନ୍ତୁ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ଅଙ୍କ: ୫

ବୃଷ ରାଶି
କେଉଁଠି ଟଙ୍କା ଫସି ରହିଥିଲେ ତାହା ଫେରସ୍ତ ମିଳିପାରେ । କିଛି ଅଘଟଣ ଘଟିବାର ଭୟ ମନରେ ରହିପାରେ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ସମ୍ଭାବନା ରହିଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ। ଆପଣଙ୍କୁ ପରିଶ୍ରମ ପରେ ବିଶ୍ରାମ ନେବାର ଆବଶ୍ୟକତା ରହିଛି । କୌଣସି ବି ଶୁଭ କାମ କରିବା ପୂର୍ବରୁ ଜଣେ ବରିଷ୍ଠ ବ୍ରାହ୍ମଣଙ୍କ ଆଶୀର୍ବାଦ ନିଶ୍ଚୟ ନିଅନ୍ତୁ। ଶୁଭ ରଙ୍ଗ: କମଳା ଏବଂ ଶୁଭ ଅଙ୍କ: ୨

ମିଥୁନ ରାଶି
କ୍ୟାରିୟର ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତାହା ଦୂର ହୋଇପାରେ । ବନ୍ଧୁମାନଙ୍କଠାରୁ ସଠିକ୍ ପରାମର୍ଶ ଓ ସାହାଯ୍ୟ ମିଳିବ। ମହିଳାମାନେ ନିଜର ଆତ୍ମସମ୍ମାନ ବଜାୟ ରଖନ୍ତୁ। ସୋସିଆଲ ମିଡିଆରେ ସମୟ ନଷ୍ଟ କରନ୍ତୁ ନାହିଁ। ଭାବପ୍ରବଣ ହୋଇ ନେଇଥିବା ନିଷ୍ପତ୍ତି କ୍ଷତିକାରକ ହୋଇପାରେ। ପ୍ରେମ ସମ୍ପର୍କ ଆପଣଙ୍କ ବଦନାମୀର କାରଣ ହୋଇପାରେ ତେଣୁ ସାବଧାନ ରୁହନ୍ତୁ। କାମର ବୋଝ ବଢିବା କାରଣରୁ ମାନସିକ ଚାପ ରହିବ। ନିଜ ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ ଏବଂ ଗରିବ ଲୋକଙ୍କୁ କିଛି ଦାନ କରନ୍ତୁ। ଶୁଭ ରଙ୍ଗ: ଗୋଲାପୀ ଏବଂ ଶୁଭ ଅଙ୍କ: ୯

କର୍କଟ ରାଶି
ଆପଣଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ରହିବ । କିଛି ଲୋକ ଆପଣଙ୍କ ପ୍ରତି ଈର୍ଷା ମନୋଭାବ ରଖିପାରନ୍ତି। ଟଙ୍କା ଖର୍ଚ୍ଚ କରିବା ସମୟରେ ସତର୍କ ରୁହନ୍ତୁ । ବ୍ୟବସାୟରେ ଅଧିକ ଲାଭ ପାଇଁ ଅଧିକ ପରିଶ୍ରମର ଆବଶ୍ୟକତା ଅଛି। ପେଟ ସମ୍ବନ୍ଧୀୟ କିଛି ସମସ୍ୟା ଦେଖାଦେଇପାରେ। ଘରର ଭଉଣୀ ଓ ଝିଅମାନଙ୍କୁ ଆଦର କରନ୍ତୁ ଏବଂ କିଛି ଉପହାର ଦିଅନ୍ତୁ। ଶୁଭ ରଙ୍ଗ: ନୀଳ ଏବଂ ଶୁଭ ଅଙ୍କ: ୮

ସିଂହ ରାଶି
ଆପଣଙ୍କର କୌଣସି ସମସ୍ୟା ଥିଲେ ତାହା ସମାଧାନ ହୋଇପାରେ । ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ବ୍ୟବସାୟରେ ସଠିକ୍ ନିଷ୍ପତ୍ତି ନେବାରେ ସକ୍ଷମ ହେବେ। ବୈବାହିକ ସମ୍ପର୍କରେ ସାମଞ୍ଜସ୍ୟ ରଖିବା ଜରୁରୀ। ଘରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିବ। ସକାଳେ ଧ୍ୟାନ ଓ ପ୍ରାଣାୟାମ କରିବା ଦ୍ୱାରା ଆପଣଙ୍କୁ ଶାନ୍ତି ମିଳିବ। ଶୁଭ ରଙ୍ଗ: ଗେରୁଆ ବା କେଶରୀ ଏବଂ ଶୁଭ ଅଙ୍କ: ୧

କନ୍ୟା ରାଶି
ଖୁବ୍ ଶୀଘ୍ର ଆପଣଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଶୁଭ ଫଳ ମିଳିବାକୁ ଯାଉଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି। ବିନିଯୋଗ କରିବାକୁ ଚିନ୍ତା କରୁଥିଲେ ବର୍ତ୍ତମାନ ସମୟ ଅନୁକୂଳ ନୁହେଁ । ଅନିୟମିତ ଖାଦ୍ୟପେୟ ଯୋଗୁଁ ଛାତି ପୋଡ଼ାଜଳା ଓ ଗ୍ୟାସ୍ ସମସ୍ୟା ହୋଇପାରେ। ରାସ୍ତାରେ କୌଣସି ସଫେଇ କର୍ମଚାରୀ ଦେଖାଗଲେ ତାଙ୍କୁ କିଛି ଦାନ ନିଶ୍ଚୟ ଦିଅନ୍ତୁ। ଶୁଭ ରଙ୍ଗ: ହଳଦିଆ ଏବଂ ଶୁଭ ଅଙ୍କ: ୭

ତୁଳା ରାଶି
ଭବିଷ୍ୟତ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବେ । ଆର୍ଥିକ ସ୍ଥିତି ଭଲ ରହିବ । ଅଫିସରେ ସହକର୍ମୀମାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ବୈବାହିକ ସମ୍ପର୍କ ବାହାରେ ଅନ୍ୟ ପ୍ରେମ ସମ୍ପର୍କଠାରୁ ଦୂରେଇ ରୁହନ୍ତୁ। ରକ୍ତଚାପ ଏବଂ ମଧୁମେହ ସମ୍ବନ୍ଧୀୟ ନିୟମିତ ଯାଞ୍ଚ ନିଶ୍ଚୟ କରାନ୍ତୁ। ସକାଳେ ସ୍ନାନ ସାରି ଅଶ୍ୱତ୍ଥ ଗଛକୁ ପରିକ୍ରମା କରନ୍ତୁ ଏବଂ ସେଠାରେ ତେଲ ଦୀପଟିଏ ଜାଳନ୍ତୁ। ଶୁଭ ରଙ୍ଗ: ବାଇଗଣୀ ଏବଂ ଶୁଭ ଅଙ୍କ: ୬

ବିଛା ରାଶି
କୌଣସି ପ୍ରକାରର ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ ସଫଳତା ପାଇବାର ସମ୍ଭାବନା ଅଛି। କୌଣସି ବି ପ୍ରକାରର କାଗଜପତ୍ର କାମ କରିବା ସମୟରେ ଟିକେ ଅଧିକ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ନୂଆ କାର୍ଯ୍ୟ କରିବା ପୂର୍ବରୁ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନିଶ୍ଚୟ ହାସଲ କରନ୍ତୁ। ଅତ୍ୟଧିକ ବ୍ୟସ୍ତତା କାରଣରୁ ସ୍ୱାମୀ-ସ୍ତ୍ରୀ ପରସ୍ପର ସହ ସମୟ ବିତାଇ ପାରିବେ ନାହିଁ। ଭୁଲ୍ ଖାଦ୍ୟପେୟ ଯୋଗୁଁ ପେଟ ଖରାପ ହୋଇପାରେ। ମା' ଦୁର୍ଗାଙ୍କର ଉପାସନା କରନ୍ତୁ ଏବଂ କନ୍ୟାମାନଙ୍କୁ ସିନ୍ଦୂର, ଅଳତା ବା ମେହେନ୍ଦୀ ଭଳି କୌଣସି ଶୃଙ୍ଗାର ସାମଗ୍ରୀ ଉପହାର ଦିଅନ୍ତୁ। ଶୁଭ ରଙ୍ଗ: ଆକାଶୀ ଏବଂ ଶୁଭ ଅଙ୍କ: ୧

ଧନୁ ରାଶି
ନିଜ କାର୍ଯ୍ୟଗୁଡ଼ିକୁ ଯୋଜନାବଦ୍ଧ ଭାବେ ଶେଷ କରନ୍ତୁ ନିଶ୍ଚିତ ଭାବେ ସଫଳତା ମିଳିବ। କୌଣସି ପରିବର୍ତ୍ତନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଚାହୁଁଥିଲେ ଏହି ସମୟ ଉପଯୁକ୍ତ ନୁହେଁ। ବ୍ୟବସାୟରେ ଦାୟିତ୍ୱ ବଢିବ । ବଜେଟ୍‌ଠାରୁ ଅଧିକ ବିନିଯୋଗ କରନ୍ତୁ ନାହିଁ। ପରିବାରରେ ସୁଖଦ ବାତାବରଣ ରହିବ। ମହିଳାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସଚେତନ ରୁହନ୍ତୁ। କିଛି ସମୟ ଏକାନ୍ତରେ ଆତ୍ମଚିନ୍ତନ କରନ୍ତୁ ଏବଂ ପ୍ରାଣାୟାମ ନିଶ୍ଚୟ କରନ୍ତୁ। ଶୁଭ ରଙ୍ଗ: ବାଦାମୀ ଏବଂ ଶୁଭ ଅଙ୍କ: ୨

ମକର ରାଶି
ସମୟର ଭରପୂର ସଦୁପଯୋଗ କରନ୍ତୁ। କାହା ସହିତ କଥାବାର୍ତ୍ତା ବା ବ୍ୟବହାର କରିବା ସମୟରେ ସଠିକ୍ ଶବ୍ଦର ପ୍ରୟୋଗ କରନ୍ତୁ। କାମରେ ନୂତନ ଜ୍ଞାନକୌଶଳ ଓ କଳାର ବ୍ୟବହାର କରନ୍ତୁ । ପ୍ରେମ ସମ୍ପର୍କ ମଧୁରମୟ ହେବ । ଗଣ୍ଠି ବା ଶିରାରେ ଯନ୍ତ୍ରଣା ଏବଂ ଟାଣି ହେବା ଭଳି ସମସ୍ୟା ଦେଖାଦେଇପାରେ। ନବଗ୍ରହ ମନ୍ତ୍ରକୁ ନିଜ ସାମର୍ଥ୍ୟ ଅନୁଯାୟୀ ଜପ କରନ୍ତୁ। ଶୁଭ ରଙ୍ଗ: ଲାଲ୍ ଏବଂ ଶୁଭ ଅଙ୍କ: ୫

କୁମ୍ଭ ରାଶି
ପରିବାରର କୌଣସି ସଦସ୍ୟଙ୍କ ବିବାହ ସମ୍ବନ୍ଧୀୟ ଭଲ ପ୍ରସ୍ତାବ ଆସିପାରେ। ଯଦି ସମ୍ପତ୍ତି କିମ୍ବା ଗାଡ଼ି କିଣିବାର ଯୋଜନା ଅଛି, ତେବେ ଏହି ବିଷୟରେ ପୁନର୍ବାର ଚିନ୍ତା କରନ୍ତୁ। ବ୍ୟବସାୟରେ ସତର୍କ ରୁହନ୍ତୁ ନଚେତ୍ ପ୍ରତାରଣାର ଶିକାର ହୋଇପାରନ୍ତି । ବୈବାହିକ ଜୀବନ ସୁଖମୟ ହେବ। ଅତ୍ୟଧିକ ବ୍ୟସ୍ତତା କାରଣରୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ଗରିବ ଓ ଅସହାୟ ଲୋକଙ୍କୁ ଫଳ ଏବଂ କ୍ଷୀର ଆଦି ଦାନ କରନ୍ତୁ। ଶୁଭ ରଙ୍ଗ: ବାଇଗଣୀ ଏବଂ ଶୁଭ ଅଙ୍କ: ୩

ମୀନ ରାଶି
ରାଜନୀତି ସହ ଜଡ଼ିତ ଥିଲେ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ଅନ୍ୟମାନଙ୍କ କଥାରେ ନଚାଲି ନିଜ ବୁଦ୍ଧିରେ କାର୍ଯ୍ୟ କରନ୍ତୁ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ମତଭେଦ ଥିଲେ ତାହାର ଆପୋଷ ସମାଧାନ କରନ୍ତୁ । ପେଟ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କୁ ହଇରାଣ କରିପାରେ। କୌଣସି ଧାର୍ମିକ ସ୍ଥଳରେ କିଛି ସମୟ ସଫେଇ ସେବା ନିଶ୍ଚୟ କରନ୍ତୁ। ଶୁଭ ରଙ୍ଗ: ସବୁଜ ଏବଂ ଶୁଭ ଅଙ୍କ: ୮

(Disclaimer: ଏହି ଲେଖାଟି ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ବ୍ୟକ୍ତି ବିଶେଷଙ୍କ ଉପରେ ଏହାର ପ୍ରଭାବ ସେମାନଙ୍କ ଜନ୍ମ କୁଣ୍ଡଳୀ, ଗ୍ରହର ସ୍ଥିତି, ଦଶା ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ କାରକ ଅନୁଯାୟୀ ଭିନ୍ନ ହୋଇପାରେ। ଏହାକୁ କୌଣସି ନିଶ୍ଚିତ ପରିଣାମ, ଦାବି କିମ୍ବା ନିଷ୍ପତ୍ତିର ଆଧାର ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ।)

Add Zee News as a Preferred Source
TAGS:
Astrology