• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କ୍ରୀଡ଼ା
  • /Asian Games 2026: ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ...

Asian Games 2026: ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ...

ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସଫଳତା। ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ। ପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତିଛନ୍ତି। ପ୍ରଣବୀଙ୍କ ବ୍ୟକ୍ତିଗତ ସ୍ବର୍ଣ୍ଣ ସହ ଭାରତୀୟ ମହିଳା ଗଲ୍ଫ ଟିମ୍ କୁ ମଧ୍ୟ ରୌପ୍ୟ ପଦକ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି।

Written ByNarmada BeheraEdited ByNarmada Behera
Published: Oct 03, 2026, 01:12 PM IST|Updated: Oct 03, 2026, 01:14 PM IST
joinshare
Asian Games 2026: ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ...
Image Credit: ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ, ଏସୀୟ କ୍ରୀଡ଼ାରେପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ...

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Asian Games 2026: ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ଆଉ ଏକ ସଫଳତା। ଗଲ୍ଫରେ ଭାରତକୁ ମିଳିଲା ସ୍ୱର୍ଣ୍ଣ ପଦକ।  ପ୍ରଣବୀ ଉର୍ସ ପ୍ରଥମ ଭାରତୀୟ ମହିଳା ଭାବେ ସ୍ୱର୍ଣ୍ଣ ଜିତିଛନ୍ତି। ପ୍ରଣବୀଙ୍କ ବ୍ୟକ୍ତିଗତ ସ୍ବର୍ଣ୍ଣ ସହ ଭାରତୀୟ ମହିଳା ଗଲ୍ଫ ଟିମ୍  କୁ ମଧ୍ୟ ରୌପ୍ୟ ପଦକ ଜିତାଇବାରେ ସାହାର୍ଯ୍ୟ କରିଛନ୍ତି। ପ୍ରଣବୀ ମୋଟ ୧୫-ଅଣ୍ଡର ୨୬୫ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚୀନର ୟିନ୍ ରୁଓନିଂ ରୌପ୍ୟ ପଦକ ଜିତିଥିଲେ, ଯେତେବେଳେ ସିଙ୍ଗାପୁରର ଶାନନ୍ ଟୋନ୍ କାଂସ୍ୟ ପଦକ ଜିତିଥିଲେ। ସବୁଠୁ ବଡ଼ କଥା ହେଉଛି,ମୈସୁରର ୨୩ ବର୍ଷୀୟା ପ୍ରଣବୀ ଶେଷ ରାଉଣ୍ଡରେ ନିଜର ଏକ ଷ୍ଟ୍ରୋକ୍‌ରେ ଅଗ୍ରଣୀ ବଜାୟ ରଖି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି।

    ପଦକ ଜିତିବା ପରେ ପ୍ରତିକ୍ରିୟା: ପ୍ରଣବୀ ଉର୍ସ ଗୋଲ୍ଡ ମେଡାଲ୍ ଜିତିଲା ପରେ ସେ ଗଣମାଧ୍ୟକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, "ମୁଁ ଯେକୌଣସି କ୍ଷେତ୍ରରେ ସର୍ବଦା ପ୍ରଥମ ହେବାକୁ ପସନ୍ଦ କରେ, ଲୋକମାନେ ଭବିଷ୍ୟତରେ ଅଧିକ କରିବେ, କିନ୍ତୁ ମୋର ନାମ ସର୍ବଦା ପ୍ରଥମ ରହିବା ଜରୁରୀ।"

    ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳରେ ଅଦିତି ଅଶୋକ (ଅନ୍ତିମ ରାଉଣ୍ଡରେ ୬୭) ଏବଂ ଦୀକ୍ଷା ଡାଗର (ଅନ୍ତମ ରାଉଣ୍ଡରେ ୭୭) ସାମିଲ ଥିଲେ। ଅଦିତି ଗତ ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଥିଲେ। ଏଥର, ସେ ୨-ଓଭର ୨୮୨ ସ୍କୋର ସହିତ ମିଳିତ ଭାବରେ ୧୪ ତମ ସ୍ଥାନରେ ରହିଥିଲେ। ଦୀକ୍ଷା ୧୨-ଓଭର ମୋଟ ସ୍କୋର ସହିତ ସମାନ ଭାବରେ ୨୩ତମ ସ୍ଥାନରେ ରହିଥିଲେ। ଲିଡରବୋର୍ଡରେ ଥିବା ଦୁଇ ଶ୍ରେଷ୍ଠ ସ୍କୋରରଙ୍କ ଉପରେ ଆଧାର କରି ଦଳ ପଦକ ନିର୍ଣ୍ଣୟ କରାଯାଏ। ଏହି କ୍ଷେତ୍ରରେ, ଭାରତର ମୋଟ ସ୍କୋର ୧୪-ଅଣ୍ଡର ୫୪୬ ଥିଲା। ଚୀନ ୨୨-ଅଣ୍ଡର ୫୩୮ ସ୍କୋର ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲା।

    ୨୦୦୨ ପରେ ପ୍ରଥମ ସ୍ବର୍ଣ୍ଣ ପଦକ
    ୨୦୦୨ ରେ ଶିବ କପୁର ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ। ଆଉ ଯାହା ଭାରତର ପ୍ରଥମ ଗଲ୍ଫ ସ୍ୱର୍ଣ୍ଣ ପଦକ ଥିଲା। ୧୯୮୨ ଦିଲ୍ଲୀ ଏସୀୟ କ୍ରୀଡ଼ା ପରେ ଏହା ମଧ୍ୟ ଭାରତର ସର୍ବୋତ୍ତମ ପ୍ରଦର୍ଶନ ଥିଲା। ସେହି ବର୍ଷ ଗଲ୍ଫକୁ ଗେମ୍ସରେ ସାମିଲ କରାଯାଇଥିଲା।

     

    Add Zee News as a Preferred Source
    TAGS:
    Odia News