Yusuf Pathan Land Row: ପୂର୍ବତନ କ୍ରିକେଟର ୟସୁଫ ପଠାନଙ୍କୁ ସରକାର ଦେଲେ ବଡ଼ ଉପହାର!ଜାଣନ୍ତୁ
Yusuf Pathan Land Row: ଭାରତୀୟ ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାନ୍ ଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଗୁଜୁରାଟ୍ ସରକାର ବଡୋଦରାରେ ଥିବା ୯୭୮ ବର୍ଗମିଟର ଏକ ବିବାଦୀୟ ଜମିକୁ ୟୁସୁଫ୍ ପଠାନଙ୍କୁ ଆବଣ୍ଟନ କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
Yusuf Pathan Land Row: ଭାରତୀୟ ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାନ୍ ଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଗୁଜୁରାଟ୍ ସରକାର ବଡୋଦରାରେ ଥିବା ୯୭୮ ବର୍ଗମିଟର ଏକ ବିବାଦୀୟ ଜମିକୁ ୟୁସୁଫ୍ ପଠାନଙ୍କୁ ଆବଣ୍ଟନ କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ଜମିକୁ ନେଇ ଦିର୍ଘ ୧୪ ବର୍ଷ ଆଇନଗତ ଓ ରାନଜୈନତିକ ଘଟଣାକ୍ରମର ଅନ୍ତ ଘଟିଛି। ଏହି ବିବଦୀୟ ଜମି ଲାଗି ତାଙ୍କ କ୍ରିକେଟ୍ କ୍ୟାରିୟର ଓ ରାଜନୀତିକୁ ଏକାସାଙ୍ଗରେ ଯୋଡା ଯାଇଥିଲା। ଯେଉଁଥିଲାଗି ସେ ଚର୍ଚ୍ଚାରେ ଥିଲେ। ଏହି ଜମି ଲାଗି ତାଙ୍କୁ ପୂର୍ବରୁ ଜବରଦଖଲ ହଟାଇବା ପାଇଁ ନୋଟିସ୍ ଦିଆଯାଇଥିଲା।
୨୦୧୨ରୁ ଲାଗି ରହିଛି ଜମି ବିବାଦ:
ଗୁଜୁରାଟ୍ ର ବଡୋଦରାର ତାଣ୍ଡଲଜା ଅଞ୍ଚଳରେ ରହିଛି ଏହି ବିବାଦୀୟ ଆବାସିକ ଜମି। ପଠାନ ୨୦୧୨ ମସିହାରୁ ଏହି ଜମି କିଣିବାକୁ ଚାହୁଁଥିଲେ। ହେଲେ, ଆରମ୍ଭରୁ ଭଡୋଦରା ନଗରପାଳିକା ଜମି ବିକ୍ରୟ କରିବାକୁ ରାଜି ହୋଇଥିଲେ, କିନ୍ତୁ ପରବର୍ତ୍ତୀ ୨୦୧୪ ମସିହାରେ ଗୁଜରାଟ ସରକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ବିବାଦ ଦିର୍ଘ ବର୍ଷ ଧରି ଲାଗି ରହିଥିଲା। ତେବେ, ଏହାରି ଭିତରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଟିକେଟରେ ବାହାରାମପୁରରୁ ସାଂସଦ ହୋଇ ଲୋକସଭାକୁ ଯାଇଥିଲେ ୟୁସୁଫ୍।
ଏହାବି ପଢନ୍ତୁ : Puri News: କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା,ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୋଲିସ
ସାଂସଦ ହେବା ପରେ ୟୁସୁଫ୍ ଙ୍କୁ ସେହି ଜମି ଖାଲି କରିବାକୁ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଏକ ନୋଟିସ୍ କରାଯାଇଥିଲା। ୟୁସୁଫ୍ ମଧ୍ୟ ଏହି ନୋଟିସ୍ କୁ ଚ୍ୟାଲେଂଜ କରିଥିଲେ। ଏହି ମାମଲା ପରବର୍ତ୍ତୀ ମୁହୁର୍ତ୍ତରେ ଗୁଜୁରାଟ ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ରାଜ୍ୟ ସରକାରଙ୍କ ପ୍ଲଟ୍ ଆବଣ୍ଟନ ପାଇଁ ଅନୁରୋଧକୁ ଖାରଜ କରିବାର ନିସ୍ପତ୍ତିକୁ ସମର୍ଥନ କରିଥିଲେ। ପରେ ପଠାନ୍ ବି ଏକ ଡିଭିଜନ୍ ବେଞ୍ଚରେ ଆବେଦନ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ତାଙ୍କ ଓକିଲ କୋର୍ଟକୁ ଜଣାଇଥିଲେ ଯେ, ସେ ରାଜ୍ୟ ସରକାରଙ୍କ ନୀତି ଅନୁଯାୟୀ ତାଙ୍କ ଦାବିକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି।
ପରେ ମାମଲାକୁ ଖାରଜ କରାଯାଇଥିଲା। ୨୦୨୪ରେ ଟିଏମସିରୁ ଟିକେଟ୍ ପାଇଥିବା ୟୁସୁଫ୍ ପରେ ସଂସଦରେ ଏନଡିଏକୁ ସମର୍ଥନ କରିବା ପାଇଁ (ଏନସିପିଆଇ) ସହ ମିଶିଥିବା ୨୦ ଟିଏମସି ସାଂସଦଙ୍କ ଏକ ଗୋଷ୍ଠୀ ଦଳ ସହ ଛାଡିବାକୁ ନିସ୍ପତ୍ତି ନେଇଥିଲେ। ଭଦୋଦରା ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନରଙ୍କ ଏକ ନୂଆ ପ୍ରସ୍ତାବ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଯଦି,ସ୍ଥାୟୀ କମିଟି ଏହି ପ୍ରସ୍ତାବକୁ ଅନୁମୋଦନ କରେ । ତେବେ, ୟୁସୁଫ୍ ଙ୍କର ବିବାଦୀୟ ପ୍ଲଟ୍ ଆବଣ୍ଟନ ପାଇଣ ପଥ ପରିସ୍କାର ହେବ। ଯାହା ବର୍ତ୍ତମାନ ଚୁଡାନ୍ତ ଅନୁମୋଦନ ପ୍ରକ୍ରିୟାରେ ରହିଛି। ସରକାରଙ୍କ ପ୍ରସ୍ତାବ ଅନୁଯାୟୀ, ୟୁସୁଫ୍ ଙ୍କୁ ଏହି ଜମିରୁ ୫୦୦ ବର୍ଗର ଜମି ସମ୍ପୁର୍ଣ୍ଣ ମାଗଣ ଦିଆଯିବାକୁ ଥିବା ବେଳେ ବାକି ୪୭୮ ବର୍ଗ ମିଟର ଜମିକୁ ଅଧା ରିହାତି ଦରରେ ପ୍ରଦାନ କରାଯିବ। ଏହି ପ୍ଲଟ୍ ର ଆନୁମାନିତ ମୂଲ୍ୟ ପ୍ରାୟ ୨୦.୫୩ କୋଟି ଟଙ୍କା ହେବ।