• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ପୁରୀ
  • /Puri News: କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା,ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୋଲିସ

Puri News: କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା,ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୋଲିସ

Puri News: ପୁରୀ କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା। ଅଭିଯୁକ୍ତ ପୁଅ ମଦନ ଦଳାଇକୁ ବାନ୍ଧିଲା ପୋଲିସ। ଏହି ଘଟଣା ଗତ ଅଗଷ୍ଟ ମାସରେ ଘଟିଥିଲା। ଦୀର୍ଘ ୫୭ ଦିନ ପରେ ମଦନକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।

Edited ByNarmada Behera
Published: Oct 20, 2026, 04:43 PM IST|Updated: Oct 20, 2026, 04:46 PM IST
joinshare
Puri News: କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା,ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୋଲିସ
Image Credit: କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା,ଅଭିଯୁକ୍ତ ପୁଅକୁ ବାନ୍ଧିଲା ପୋଲିସ

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    (ସଞ୍ଜୟ ମହାପାତ୍ର / ପୁରୀ) Puri News: ପୁରୀ କୁମ୍ଭାରପଡ଼ାରେ ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା। ଅଭିଯୁକ୍ତ ପୁଅ ମଦନ ଦଳାଇକୁ ବାନ୍ଧିଲା ପୋଲିସ। ଏହି ଘଟଣା ଗତ ଅଗଷ୍ଟ ମାସରେ ଘଟିଥିଲା। ଦୀର୍ଘ ୫୭ ଦିନ ପରେ ମଦନକୁ ଧରିବାରେ ସକ୍ଷମ ହୋଇଛି ପୋଲିସ ।ଝାଡ଼ଖଣ୍ଡର ଏକ ସ୍ନାକ୍ସ ଦୋକାନରେ ଅଭିଯୁକ୍ତ ମଦନ ଦଳାଇ କାମ କରୁଥିବାର ସୂଚନା ପାଇ ଚଢାଉ କରିଥିଲା କୁମ୍ଭାରପଡ଼ା ପୋଲିସ ।


    ପୋଲିସର ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୪ ତାରିଖରେ ଘଟଣା ସାମନାକୁ ଆସିଥିଲେ ହେଁ । ୨୦ ଅଗଷ୍ଟରୁ ଘଟଣା ଘଟିଥିଲା ।ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ମଧ୍ୟ ୨୦ ତାରିଖ ରାତିରେ କଣ ଘଟିଥିଲା ,ସେ ବିଷୟରେ ସ୍ପଷ୍ଟ କରିନାହିଁ ପୋଲିସ୍। ତେବେ ୨୦ ତାରିଖରେ ମାଆର ମୃତ୍ୟୁ ହେବା ପରେ ହଡବଡେଇ ଥିଲା ମଦନ। ୨୧ ତାରିଖରେ ଗୁଣ୍ଡିଚା ମନ୍ଦିର ନିକଟ ଏକ ଦୋକାନରୁ ସିମେଣ୍ଟ ଆଣି ମୃତୁଦେହ କୁ ପ୍ଲାଷ୍ଟର କରିଥିଲା।ଏହାପରେ ସେଠାରେ ଦୁଇ ଦିନ ରହିବା ପରେ ୨୩ ତାରିଖରେ ବସ୍ ଯୋଗେ ଫେରାର ହୋଇଥିଲା । ପରେ ଟ୍ରେନ ଯୋଗେ ଟିଟିଲାଗଡ଼ ଓ ପରେ ରାୟପୁର ଯାଇଥିଲା ଅଭିଯୁକ୍ତ ମଦନ ଦଳାଇ ।

    ALSO READ: Maa Janhikhai: ଶ୍ରୀକ୍ଷେତ୍ରରେ ଗୋଷାଣି ପୂଜାର ଧୁମ୍, ଦୋଳମଣ୍ଡପ ସାହିର ମା’ ଜହ୍ନିଖାଇଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

    ନିଜ ଫୋନ୍ ବିକ୍ରି କରିବା ସହ ଏକ ଛୋଟ ଫୋନ୍ କିଣିଥିଲା। ମୁମ୍ବାଇରେ ପ୍ରାୟ ଏକ ମାସ ଛୋଟ ମୋଟ କାମ କରିଥିଲା । ଏବଂ ପରେ ଝାଡ଼ଖଣ୍ଡ ଯାଇ ସେଠାରେ ଏକ ସ୍ନାକ୍ସ ଦୋକାନରେ କାର୍ଯ୍ୟ କରୁଥିଲା । କଲିକତାରେ ଥିବା ନିଜ ଭଉଣୀ ସହ ଯୋଗାଯୋଗ କରିଥିଲା । ଏହାରି ଭିତରେ ପୋଲିସ ତାର ପୈତୃକ ଘର ଗଜପତିର କାଶୀନଗରରେ ଚଢ଼ାଉ କରି ୨୪ ବର୍ଷ ତଳୁ ମଦନଙ୍କ ପରିବାର ଗାଁ ଛାଡ଼ିଥିବା ଜାଣିବାକୁ ପାଇଥିଲା ।

    ମଦନର ଭାଇ ଠାରୁ ବିଭିନ୍ନ ସୂଚନା ପାଇଥିଲା ପୋଲିସ । ପରେ ଭଉଣୀର ମୋବାଇଲ ଟ୍ରେସ୍ କରି ଅଭିଯୁକ୍ତ ମଦନ ପାଖରେ ପହଞ୍ଚିଥିଲା ପୋଲିସ। ଗଜପତି,ଗଞ୍ଜାମ,ଝାଡ଼ଖଣ୍ଡ,ମହାରାଷ୍ଟ୍ରରେ ଚଢାଉ ଓ FRS ଆଦି ଟେକ୍ନିକାଲ ବ୍ୟବସ୍ଥା ଆପଣାଇବା ପରେ ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ସେ ବଞ୍ଜାରା ଭାବରେ ଜୀବନଯାପନ କରୁଥିବାରୁ ଡିଜିଟାଲ ଫୁଟ ପ୍ରିଣ୍ଟ ପାଇବାରେ ବିଳମ୍ବ ହୋଇଥିଲା ବୋଲି କହିଛନ୍ତି ଏସପି । ତେବେ ଭଡ଼ାଘର ସିସିଟିଭି କ୍ୟାମେରାରୁ ୨ ମାସ ରେକର୍ଡ ଯାଞ୍ଚ୍ କରିବା ପରେ ହିଁ ବିଭିନ୍ନ ସୂଚନା ଆଧାରରେ ମଦନକୁ ଧରିବାରେ ସଫଳ ହୋଇଥଲା ପୋଲିସ୍ ।

    Add Zee News as a Preferred Source
    TAGS:
    Odia News