• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କ୍ରୀଡ଼ା
  • /India vs West Indies T20 2026: ଆଜି ଭାରତ ବନାମ ଓ୍ବେଷ୍ଟଇଣ୍ତିଜ୍ ପ୍ରଥମ ଟି-୨୦

India vs West Indies T20 2026: ଆଜି ଭାରତ ବନାମ ଓ୍ବେଷ୍ଟଇଣ୍ତିଜ୍ ପ୍ରଥମ ଟି-୨୦

India vs West Indies T20 2026: ଘରୋଇ ଭାରତ ଓ ଓ୍ବେଷ୍ଟ ଇଣ୍ତିଜ୍ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍ ଲାଗି ଉଭୟ ଦଳ ଯୋରଦାର ପ୍ରସ୍ତୁତି କରିଛନ୍ତି।

Written ByNarmada BeheraEdited ByNarmada Behera
Published: Oct 06, 2026, 07:44 AM IST|Updated: Oct 06, 2026, 07:46 AM IST
joinshare
India vs West Indies T20 2026: ଆଜି ଭାରତ ବନାମ ଓ୍ବେଷ୍ଟଇଣ୍ତିଜ୍  ପ୍ରଥମ ଟି-୨୦
Image Credit: ଆଜି ଭାରତ ବନାମ ଓ୍ବେଷ୍ଟଇଣ୍ତିଜ୍ ପ୍ରଥମ ଟି-୨୦

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    India vs West Indies T20 2026: ଘରୋଇ ଭାରତ ଓ ଓ୍ବେଷ୍ଟ ଇଣ୍ତିଜ୍  ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ଏହି ମ୍ୟାଚ୍ ଲାଗି ଉଭୟ ଦଳ ଯୋରଦାର ପ୍ରସ୍ତୁତି କରିଛନ୍ତି।  ଦିନିକିଆ ସିରିଜ୍ କୁ ୨-୧ ରେ ଜିତିଥିବା ଟିମ୍ ଇଣ୍ତିଆ ଏବେ  ଟି-୨୦ ସିରିଜ୍ ଉପରେ ନଜର ରଖିଛି।  ଦିନିକିଆ ହାତଛଡା କରିଥିବା ଭ୍ରମଣକାରୀ ଦଳ ଟି-୨୦ ସିରିଜ୍ ରେ  ଭଲ ପ୍ରଦର୍ଶନ କରି ସମ୍ମାନ ଫେରିପାଇବା ଲକ୍ଷରେ ରହିଛି।  ଶ୍ରେୟସ୍ ଆୟରଙ୍କ ନେତୃତ୍ବଧିନ ଭାରତୀୟ ଦଳ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।  ଏସିଆନ୍ ଗେମ୍ସରେ  ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ  ଟି-୨୦ ଦଳ ଏହି ସିରିଜ୍  ଲାଗି ଉପଯୁକ୍ତ ସମୟ ପାଇଁ ନାହାଁନ୍ତି। 

    ଏହି ସିରିଜ୍ କୁ ନେଇ ପୂର୍ବାନୁମାନ କରିବା କଷ୍ଟକର। ଟି-୨୦ ବିଶ୍ବକପ୍ ରେ ଉଭୟ ଦଳ ଶେଷ ଥର ସାମ୍ମାସାମ୍ମି ହୋଇଥିଲେ। ଉଭୟ ଦଳ ମଧ୍ୟରେ  ଅନୁଷ୍ଠିତ  ଶେଷ ୫ଟି  ଟି-୨୦ ମୁକାବିଲା ମଧ୍ୟରୁ ଭାରତ ତିନୋଟି ମ୍ୟାଚ୍ ଜିତିଛି।  ଘରୋଇ ଗ୍ରାଉଣ୍ତରେ ଖେଳୁଥିବା ଭାରତର ପ୍ଲଲା ଭାରି ରହିବ।  ବୈଭବ ସୂର୍ଯ୍ୟବଂଶୀ ଓ ଅଭିଶେଷ ଶର୍ମା ଇନିଂସ୍ ଓପନ୍ କରିବେ। ସଞ୍ଜୁ ସାମସନ୍ ଙ୍କୁ ନିଜ ବ୍ୟାଟିଂରେ ସୁଧାର ଆଣିବାକୁ ପଡ଼ିବ। ଆୟାର, ଇଶାନକିଶାନ୍, ତିଲକ୍ ବର୍ମା ଓ ଶିବମ୍ ଦୁବେ ଙ୍କୁ ନେଇ ମିଡିଲ୍ ଅର୍ଡ଼ର ବେଶ୍ ଶକ୍ତିଶାଳୀ। ଅର୍ଶଦୀପ୍ ସିଂ , ମୟଙ୍କ ଯାଦବ, ପ୍ରିନ୍ସ ଯାଦବ  ପେଶ୍ ଆଟାକ୍ ସମ୍ଭାଳିବେ।  ଅକ୍ଷର ପଟେଲ୍ , କୁଲଦୀପ୍ ଯାଦବ ଓ ରବି ବିଷ୍ଣୋୟୀ  ସ୍ପିନ୍ ଡିପୋର୍ଟମେଣ୍ଟ ଦାୟିତ୍ବ ତୁଳାଇବେ।

    ଅନ୍ୟପକ୍ଷରେ  ଶେଷ ଦିନିକିଆ ମ୍ୟାଚ୍ ଜିତିବା ପରେ ଓ୍ବେଷ୍ଟଇଣ୍ତିଜ୍  ଦଳ ପୂରା ଉତ୍ସାହିତ ହୋଇପଡିଛି।  ସାଇ ହୋପଙ୍କ ନେତୃତ୍ବଧିନ  ଓ୍ବେଷ୍ଟଇଣ୍ତିଜ୍ ଦଳ ଭାରତକୁ  କଡା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ  ରହିଛି।  ଦଳରେ ସିମ୍ରନ୍ ହେଟମାୟାର୍, ରୋଭମାନ୍ ପାଓ୍ବେଲ୍, ସେର୍ଫେନ ରଦରଫୋର୍ଡ, ଆମୀର ଜାଙ୍ଗୋ, ରୋଷ୍ଟନ୍ ଚେଜ୍ ଓ ରୋମେରିଓ ସେଫର୍ଡଙ୍କ ଭଳିମ୍ୟାଚ୍ ଓ୍ବିନର ରହିଛନ୍ତି। ସମର ଯୋଶେଫ୍ ଅକେଲ୍ ହୁସେନ୍, ଗୁଡାକେଶ ମୋତି, , ସମର୍ ସ୍ପ୍ରିଙ୍ଗର୍  ପ୍ରମୁଖ ରହିଛନ୍ତି। ଟି-୨୦ କ୍ରିକେଟ୍ ରେ ଭାରତୀୟ ଦଳ ପରପ୍ପରକୁ ୩୧ ଥର ଭେଟିଛନ୍ତି। ଏଥିରେ ଭାରତ ୨୦ଟି ବିଜୟ ଓ ୧୦ ପରାଜୟର ସାମ୍ନା କରିଥିବା ବେଳେ ଆଉ ଗୋଟିଏ ମ୍ୟାଚ୍ ର ଫଳାଫଳ ବାହାରପାରିନି।

    ସାମ୍ଭାବ୍ୟ ଭାରତୀୟ ଟିମ୍ ରେ ବୈଭବ ସୂର୍ଯ୍ୟବଂଶୀ , ଅଭିଶେଷ ଶର୍ମା, ସଞ୍ଜୁ ସାମସନ୍, ଶ୍ରେୟସ୍ ଆୟର, ଇଶାନ୍ କିଶାନ୍,ତିଲକ୍ ବର୍ମା, ଶିବମ୍ ଦୁବେ, ଅକ୍ଷର ପଟେଲ୍, ଅର୍ଶଦୀପ୍ ସିଂ,  ପ୍ରିନ୍ସ ଯାଦବ୍ ରହିଥିବା ବେଳେ  ମୟଙ୍କ ଯାଦବ ଓ ରବି ବିଷ୍ଣୋୟୀ ରହିଛନ୍ତି। ସେହିପରି, ଓ୍ବେଷ୍ଟ ଇଣ୍ତିଜ୍ ଟିମ୍ ରେ ସାଇ ହୋପ୍, ସିମ୍ରନ୍ ହେଟ୍ ମାୟାର୍,ରୋଭମାନ୍, ପାଓ୍ବେଲ୍, ସେର୍ଫେନ୍ ରଦରଫୋର୍ଡ, ଆମୀର ଜାଙ୍ଗୋ, ରେଷ୍ଟନ୍ ଚେଜ୍, ରୋମେରିଓ ସଫର୍ଡ଼, କେମୋପାଲ୍,ସମର ଯୋଶେଫ୍, ସିମର ସ୍ପ୍ରିଙ୍ଗର, ଗୁଡାକେଶ୍ ମୋତି ଓ ଇକେଲ୍ ହୁସେନ୍। ସନ୍ଧ୍ୟା ୭ଟାରେ ଖେଳ ଆରମ୍ଭ ହେବ।

     

    Add Zee News as a Preferred Source
    TAGS:
    Odia News