• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କ୍ରୀଡ଼ା
  • /OCA Elections: ଡିସେମ୍ବର ୨୪ ପରେ ହେବ ଓସିଏ ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ବଡ଼ ନିଷ୍ପତ୍ତି

OCA Elections: ଡିସେମ୍ବର ୨୪ ପରେ ହେବ ଓସିଏ ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ବଡ଼ ନିଷ୍ପତ୍ତି

ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି। ପ୍ରଥମେ ଡିସେମ୍ବର ୨୪ର ଅନ୍ତର୍ଜାତୀୟ ମ୍ୟାଚ୍‌କୁ ସଫଳତାର ସହ ଆୟୋଜନ କରିବା ଏବଂ ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଦସ୍ୟମାନେ ସହମତି ପ୍ରକାଶ କରିଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 01, 2026, 03:52 PM IST|Updated: Nov 01, 2026, 03:56 PM IST
joinshare
OCA Elections: ଡିସେମ୍ବର ୨୪ ପରେ ହେବ ଓସିଏ ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ବଡ଼ ନିଷ୍ପତ୍ତି
Image Credit: OCA Elections: ଡିସେମ୍ବର ୨୪ ପରେ ହେବ ଓସିଏ ନିର୍ବାଚନ, ସ୍ୱତନ୍ତ୍ର ବୈଠକରେ ବଡ଼ ନିଷ୍ପତ୍ତି

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ (OCA)ର ବହୁ ପ୍ରତୀକ୍ଷିତ ନିର୍ବାଚନକୁ ନେଇ ଆସିଛି ବଡ଼ ଖବର। ଆସନ୍ତା ଡିସେମ୍ବର ୨୪ ତାରିଖରେ କଟକରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌ ଶେଷ ହେବା ପରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଓସିଏ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

    ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି। ପ୍ରଥମେ ଡିସେମ୍ବର ୨୪ର ଅନ୍ତର୍ଜାତୀୟ ମ୍ୟାଚ୍‌କୁ ସଫଳତାର ସହ ଆୟୋଜନ କରିବା ଏବଂ ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଦସ୍ୟମାନେ ସହମତି ପ୍ରକାଶ କରିଛନ୍ତି।

    ବର୍ତ୍ତମାନ ଓସିଏର ପ୍ରାଥମିକତା ହେଉଛି ଅନ୍ତର୍ଜାତୀୟ ମ୍ୟାଚ୍‌ର ସୁପରିଚାଳନା। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତି, ମ୍ୟାଚ୍‌ ଆୟୋଜନ ସମ୍ପର୍କିତ ବ୍ୟବସ୍ଥା ଏବଂ ସମସ୍ତ ନିୟମାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାରଣରୁ ନିର୍ବାଚନ ପ୍ରକ୍ରିୟାକୁ ମ୍ୟାଚ୍‌ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସ୍ଥିର ହୋଇଛି।

    ସୂଚନାଯୋଗ୍ୟ, ପୂର୍ବତନ ଅଫିସ୍‌ ବିଅରର୍ସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଓସିଏର ନିର୍ବାଚନ ହେବା କଥା ଥିଲା। କିନ୍ତୁ ନିର୍ବାଚନ ବିଳମ୍ବକୁ ନେଇ ଏହା ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ମାମଲା ମଧ୍ୟ ଦାୟର ହୋଇଥିଲା। ତେବେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ଏବଂ ପ୍ରଶାସନିକ କାର୍ଯ୍ୟରେ ନିରନ୍ତରତା ରକ୍ଷା କରିବା ପାଇଁ ନିର୍ବାଚନ ଘୁଞ୍ଚାଇବା ଆବଶ୍ୟକ ବୋଲି ଓସିଏ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

    ଏବେ ସାଧାରଣ ପରିଷଦର ସହମତି ପରେ ଡିସେମ୍ବର ୨୪ ମ୍ୟାଚ୍‌ ଶେଷ ହେବା ମାତ୍ରେ ନୂଆ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନୀ ରୋଡମ୍ୟାପ୍‌ ଆରମ୍ଭ ହେବ। ତେବେ ନିର୍ବାଚନର ନିର୍ଦ୍ଦିଷ୍ଟ ତାରିଖ ଓ କାର୍ଯ୍ୟସୂଚୀ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ।

    Add Zee News as a Preferred Source
    TAGS:
    Odia News