Asian Para Games 2026: ଏସୀୟ ପାରା ଗେମ୍ସରେ ଚମକିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା । ୪୦୦ ମିଟର ଦୌଡ଼ T47 ବର୍ଗରେ ଜୟନ୍ତୀ ବେହେରା ଜିତିଛନ୍ତି ରୌପ୍ୟ ପଦକ । ୧ ମିନିଟ୍ ୦.୬୫ ସେକେଣ୍ଡ ସମୟ ସହ ଦ୍ୱିତୀୟ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି । ଭାରତର ଅଞ୍ଜନାବେନ୍ ବୁମ୍ବାଦିୟା ପ୍ରଥମ ସ୍ଥାନରେ ରହି ଜିତିଛନ୍ତି ସ୍ବର୍ଣ୍ଣ ପଦକ ।
ଜୟନ୍ତୀ ବେହେରାଙ୍କ ସଫଳତାରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, Asian Para Games 2026 ର ମହିଳା ୪୦୦ ମିଟର ଟି-୪୭ (T47) ପ୍ରତିଯୋଗିତାରେ ୧:୦୦.୬୫ ସେକେଣ୍ଡର ଚମତ୍କାର ସମୟ ସହ ରୌପ୍ୟ ପଦକ ଜିତିଥିବାରୁ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କର ନିଷ୍ଠା, ସଂଘର୍ଷଶୀଳତା ଏବଂ ଦୃଢ଼ ସଂକଳ୍ପ ପ୍ରକୃତରେ ପ୍ରଶଂସନୀୟ। ଏହି ସଫଳତା ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଅପାର ଗୌରବ ଆଣିଦେଇଛି ଏବଂ ଆଗାମୀ ପିଢ଼ିର କ୍ରୀଡ଼ାବିତ୍ମାନଙ୍କ ପାଇଁ ଏକ ପ୍ରେରଣା ସାଜିଛି। ଆଗାମୀ ଦିନରେ ଅଧିକ ସଫଳତା ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭକାମନା।
Heartiest congratulations to Odisha’s Jayanti Behera on winning the silver medal in the Women’s 400m T47 event at the #AsianParaGames2026, clocking an impressive 1:00.65. Your dedication, resilience and determination are truly commendable. This achievement brings immense pride to Odisha and the nation, and serves as an inspiration to aspiring athletes. Best wishes for greater success in the years ahead.
— Mohan Charan Majhi (@MohanMOdisha) October 22, 2026