• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /କ୍ରୀଡ଼ା
  • /Inside BCCIs Injury Crisis: ଭାରତୀୟ କ୍ରିକେଟରେ ଫିଟନେସ୍ ସଙ୍କଟ!CoE ରେ ୩୨ ଖେଳାଳି,୩୫ କୋଟି ବଢ଼ିଲା ଖର୍ଚ୍ଚ

Inside BCCIs Injury Crisis: ଭାରତୀୟ କ୍ରିକେଟରେ ଫିଟନେସ୍ ସଙ୍କଟ!CoE ରେ ୩୨ ଖେଳାଳି,୩୫ କୋଟି ବଢ଼ିଲା ଖର୍ଚ୍ଚ

ଭାରତୀୟ କ୍ରିକେଟରଙ୍କୁ ଛାଡୁନି ଆହତ ସମସ୍ୟା। ଖେଳାଳୀଙ୍କ ଆହତ ସମସ୍ୟା କୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ସେଣ୍ଟର ଅଫ୍ ଏକ୍ସଲେନ୍ସର ବଜେଟ୍‌କୁ ୯୨ କୋଟିରୁ ବଢ଼ାଇ ୧୨୭ କୋଟି ଟଙ୍କା କରିଛି।

Written ByNarmada BeheraEdited ByNarmada Behera
Published: Oct 09, 2026, 07:19 PM IST|Updated: Oct 09, 2026, 07:23 PM IST
joinshare
Inside BCCIs Injury Crisis: ଭାରତୀୟ କ୍ରିକେଟରେ ଫିଟନେସ୍ ସଙ୍କଟ!CoE ରେ ୩୨ ଖେଳାଳି,୩୫ କୋଟି ବଢ଼ିଲା ଖର୍ଚ୍ଚ
Image Credit: ଭାରତୀୟ କ୍ରିକେଟରଙ୍କୁ ଛାଡୁନି ଆହତ ସମସ୍ୟା। ଖେଳାଳୀଙ୍କ ଆହତ ସମସ୍ୟା କୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ସେଣ୍ଟର ଅଫ୍ ଏକ୍ସଲେନ୍ସର ବଜେଟ୍‌କୁ ୯୨ କୋଟିରୁ ବଢ଼ାଇ ୧୨୭ କୋଟି ଟଙ୍କା କରିଛି।

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Inside BCCI's Injury Crisis: ଭାରତୀୟ କ୍ରିକେଟରଙ୍କୁ ଛାଡୁନି ଆହତ ସମସ୍ୟା। ଖେଳାଳୀଙ୍କ ଆହତ ସମସ୍ୟା କୁ ଦୃଷ୍ଟିରେ ରଖି ବିସିସିଆଇ (BCCI) ସେଣ୍ଟର ଅଫ୍ ଏକ୍ସଲେନ୍ସର ବଜେଟ୍‌କୁ ୯୨ କୋଟିରୁ ବଢ଼ାଇ ୧୨୭ କୋଟି ଟଙ୍କା କରିଛି। ଅର୍ଥାତ୍ ବଜେଟ୍‌ରେ ପ୍ରାୟ ୩୫ କୋଟି ଟଙ୍କା ବୃଦ୍ଧି ହୋଇଛି ବୋଲି ସୂଚନା ମିଳିଛି। ଏନେଇ ସେଣ୍ଟର ଅଫ୍ ଏକ୍ସଲେନ୍ସ(CoE) ଏକ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି।

    ଯେଉଁଥିରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ, ଏପ୍ରିଲ ୨୦୨୫ ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ,ଭାରତର ୩୨ ଜଣ ଶ୍ରେଷ୍ଠ ପୁରୁଷ ଖେଳାଳି ବେଙ୍ଗାଲୁରୁର CoE (ପୂର୍ବରୁ ଜାତୀୟ କ୍ରିକେଟ୍ ଏକାଡେମୀ (NCA)) ରେ ଚିକିତ୍ସା ଏବଂ ପୁନର୍ବାସ କରିଛନ୍ତି।ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE)ରିପୋର୍ଟ ଅନୁଯାୟୀ, ଆଘାତ ଚିକିତ୍ସା ପାଇଁ କେନ୍ଦ୍ରରେ ଚିକିତ୍ସା ଚାହୁଁଥିବା ୩୨ ଜଣ ଖେଳାଳିଙ୍କ ମଧ୍ୟରୁ ୨୦ ଜଣ (BCCI)ର କେନ୍ଦ୍ରୀୟ ଚୁକ୍ତିନାମାର ଅଂଶ। ବାକି ୧୨ ଜଣଙ୍କୁ 'ଇଣ୍ଡିଆ A' କିମ୍ବା ଟାର୍ଗେଟେଡ୍ ୟଙ୍ଗ୍ ଟ୍ୟାଲେଣ୍ଟ ଭାବରେ ବର୍ଗୀକୃତ କରାଯାଇଛି। ରିପୋର୍ଟ ଅନୁସାରେ, IPL-୨୦୨୬ ପରଠୁ ଖେଳାଳୀଙ୍କ ଆହତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟ ଦ୍ବି-ପାଖିକ ସିରିଜ୍ ପରେ ଅତି କମ୍ ରେ ୨ ଜଣ ଖେଳାଳୀଙ୍କୁ ପୁନର୍ବାସ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ପଠାଯାଉଛି।


    ଅଧିକାଂଶ ଖେଳାଳିମାନେ ମାଂଶପେଶୀ ଓ ଲିଗାମେଣ୍ଟ ଆଘାତ ଯୋଗୁଁ ସେଣ୍ଟର  ଅଫ୍ ଏକ୍ସଲେନ୍ସରେ ପହଞ୍ଚୁଥିଲେ। ସେହିପରି ଦିର୍ଘକାଳୀନ ପୁନର୍ବାସ ଲାଗି ହର୍ଷିତ୍ ରାଣା, ନୀତିଶ କୁମାର ରେଡ୍ଡୀ ଓ ହାର୍ଦ୍ଦିକ୍ ପାଣ୍ୟା ଭଳି ଖେଳାଳୀଙ୍କୁ ଗତ ୧୮ ମଧ୍ୟରେ ୪ ମାସ ଚିକିତ୍ସାଧିନ ରହିଥିଲେ। ସେହିପରି ଜସପ୍ରିତ୍ ବୁମରା, ଓ୍ବଶିଂଟନ୍ ସୁନ୍ଦର ଓ ପ୍ରସିଦ୍ଧ କ୍ରିଷ୍ଣା ବି ଅନେକ ଥର ଆହତ କାରଣରୁ ସେ ସ୍ଥାନକୁ ଚିକିତ୍ସା ଲାଗି ଯାଇଥିଲେ। ୨୦୨୫ରେ ଇଲଂଣ୍ତ ବିପକ୍ଷ ମାଞ୍ଚେଷ୍ଟାର ଟେଷ୍ଟ ସମୟରେ ବି ରିଷଭ ପନ୍ଥଙ୍କ ଗୋଡ ଭାଙ୍ଗି ଯାଇଥିଲା। ସେପ୍ଟେମ୍ବର ୨୦୨୬ରେ ବିରାଟ୍ କୋହଲିବି ପୁନର୍ବାସ୍ ତାଲିକାରେ ଥିଲେ। ରୋହିତ ଶର୍ମା (hamstring issue) ହାମ୍ ଷ୍ଟ୍ରିଙ୍ଗ ସମସ୍ୟା ଯୋଗୁଁ ସେ ବି ଚିକିତ୍ସାଧିନ ଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ଏବେ ବିସିସିଆଇ ଖେଳାଳୀଙ୍କ ଫିଟନେସ୍ ଓ ଆହତ ପରିଚାଳନା ଉପରେ ଅଧିକ ଧ୍ୟାନ ଦେଉଛି।

     

    Add Zee News as a Preferred Source
    TAGS:
    Odia News