Hardik Pandya: ଭାରତୀୟ ଦଳର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ତ୍ୟା ପୁଣି ଥରେ ଆହତ ହୋଇଛନ୍ତି। ଫଳେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଏ ବିପକ୍ଷ ଅନଫିସିଆଲ୍ ଦିନିକିଆ ସିରିଜ୍ ରୁ ସେ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ହୋଇ ସାରିଛି। ତାଙ୍କୁ ୨ ସପ୍ତାହ ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି। ପାଣ୍ତ୍ୟା ଶେଷ ଥର ପାଇଁ ୨୦୨୫ ରେ ଦିନିକିଆ (ଆନ୍ତର୍ଜାତୀୟ) ଖେଳିଥିଲେ।
ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବା ପରଠୁ ସେ ଦିନିକିଆ ଦଳକୁ ଫେରି ନାହାଁନ୍ତି। ସେ ଗତ କିଛି ସପ୍ତାହ ଧରି କ୍ରିକେଟ୍ ଏକାଡେମୀ ଉତ୍କର୍ସ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ଅଷ୍ଟ୍ରେଲିଆ ଏ ବିପକ୍ଷ ସିରିଜ୍ ପୂର୍ବରୁ ସମ୍ପୁର୍ଣ୍ଣ ଫିଟ୍ ହେବାର ସମ୍ଭାବନା ରହିଥିଲା। ଗତ ୧୭ ତାରିଖରେ ସେ ଫିଟନେସ୍ ପରୀକ୍ଷା କରିଥିଲେ। ତାଙ୍କୁ ୧୦ ଓଭଲ ବୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ସେ ବିଫଳ ହୋଇଯାଇଥିଲେ। ପୁନର୍ବାର୍ ୧୯ ତାରିଖ ଗିନ ତାଙ୍କୁ ଦ୍ବିତୀୟ ଫିଟନେସ୍ ପରୀକ୍ଷା ଦେବାର ଥିଲା। ସେ ବୋଲିଂ କରୁଥିବା ବେଳେ ନଳିଗୋଡରେ ଯନ୍ତ୍ରଣା ଅନୁଭବ କରିଥିଲେ।
ସୂଚନା ଯୋଗ୍ୟ, ଐସନ୍ତା ମାସ ୬ ରୁ ୧୧ ତାରିଖ ମଧ୍ୟରେ ପୁଡୁଚେରୀ ଦିନିକିଆ ସିରିଜ୍ ଖେଳାଯିବ। ଏହାପରେ ଭାରତୀୟ ଦଳ ଏକ ପୂର୍ଣ୍ଣାଙ୍ଗ କ୍ରିକେଟ୍ ସିରିଜ୍ ଖେଳିବା ପାଇଁ ନ୍ୟୁଜୁଲାଣ୍ତ ଯାତ୍ରା କରିବେ। ହାର୍ଦ୍ଦିକଙ୍କୁ ଶେଷ ଥର ପାଇଁ ମାର୍ଚ୍ଚ ମାସରେ ଅହମ୍ମଦାବାଦରେ ଅନୁଷ୍ଠିତ ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲରେ ଟି-୨୦ ଖେଳିଥିଲେ। ତାଙ୍କର ଶେଷ ଦିନିକିଆ ମାର୍ଚ୍ଚ ୨୦୨୫ ରେ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଥିଲା। କେବଳ ସେତିକି ନୁହେଁ,ସେ ଚଳିତ ବର୍ଷ ଆଇପିଏଲରେ ୧୪ ଟି ମ୍ୟାଚରୁ ୧୦ ଟି ଖେଳିଥିଲେ। କିନ୍ତୁ ସେବେଠାରୁ କୌଣସି ବଡ଼ ମ୍ୟାଚ୍ ଖେଳି ନାହାଁନ୍ତି।