Budh Vakri 2026: ବୁଧଙ୍କୁ ଗ୍ରହ ରାଜକୁମାର ଭାବେ ବିବେଚନା କରାଯାଏ । ୨୪ ଅକ୍ଟୋବରରେ ବୁଧ ବକ୍ରୀ ହେବାକୁ ଯାଉଛନ୍ତି । ବୁଧଙ୍କର ଏହି ଓଲଟା ଚଳନ ବିଭିନ୍ନ ରାଶି ଉପରେ ପ୍ରଭାବ ପକାଇବାକୁ ଯାଉଛି ।
ମେଷ ରାଶି
ଆପଣଙ୍କ ସପ୍ତମ ଭାବରେ ବୁଧ ବକ୍ରୀ ହେବେ। ବିବାହ ଏବଂ ଜୀବନସାଥି ସହ ଜଡିତ ଚିନ୍ତା ବଢିପାରେ । ପୁରୁଣା କଥାକୁ ନେଇ ଯୁକ୍ତିତର୍କ ହୋଇପାରେ । ବ୍ୟବସାୟରେ ମତଭେଦର ସାମ୍ନା କରିବାକୁ ପଡ଼ିପାରେ। କୌଣସି କଥାରେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତୁ ନାହିଁ । ପ୍ରତିକାର ସ୍ୱରୂପ ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରନ୍ତୁ ।
କର୍କଟ ରାଶି
ଆପଣଙ୍କ ରାଶିରେ ବୁଧ ଚତୁର୍ଥ ଭାବରେ ବକ୍ରୀ ହେବେ। ଆପଣଙ୍କ ମାନସିକ ଶାନ୍ତିରେ ବ୍ୟାହାତ ହୋଇପାରେ । ଯାନବାହନ କିଣିବା ଯୋଜନାରେ ପରିବର୍ତ୍ତନ ହୋଇପାରେ। କୌଣସି ପୁରୁଣା ପ୍ରସଙ୍ଗରେ ପୁଣି ଆଲୋଚନା ହୋଇପାରେ। ପ୍ରତିକାର ସ୍ୱରୂପ ଗୋଟା ମୁଗ ଡାଲି ଦାନ କରନ୍ତୁ ।
କନ୍ୟା ରାଶି
ବୁଧ ବକ୍ରୀ ଅବସ୍ଥାରେ ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବରେ ରହିବେ। ତରବର ହୋଇ କୌଣସି ଆର୍ଥିକ ନିଷ୍ପତ୍ତି ନିଅନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଅସନ୍ତୁଷ୍ଟ ରହିପାରନ୍ତି। ବ୍ୟବସାୟ କରୁଥିଲେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ । ଆବଶ୍ୟକ କରୁଥିବା ଗରିବ ବ୍ୟକ୍ତିଙ୍କୁ ଗୋଟା ମୁଗ ଡାଲି ଦାନ କରନ୍ତୁ ।
ତୁଳା ରାଶି
ବୁଧ ଆପଣଙ୍କ ରାଶିର ପ୍ରଥମ ଭାବରେ ବକ୍ରୀ ହେବେ। ପୂର୍ବରୁ ନେଇଥିବା ନିଷ୍ପତ୍ତି ବିଷୟରେ ଆଉଥରେ ଭାବିପାରନ୍ତି । ଭବିଷ୍ୟତର ଯୋଜନାକୁ ଦ୍ୱନ୍ଦ୍ୱ ଉପୁଜିପାରେ। ଖର୍ଚ୍ଚ ସହ ଜଡ଼ିତ ମାମଲାରେ ଅଧିକ ଚିନ୍ତା କରିପାରନ୍ତି । ଭାବପ୍ରବଣ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ବୁଧଙ୍କ ମନ୍ତ୍ରୀ ଓଁ ବୁଂ ବୁଧାୟ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।
ବିଛା ରାଶି
ବୁଧ ଆପଣଙ୍କ ରାଶିର ଦ୍ୱାଦଶ ଭାବରେ ବକ୍ରୀ ହେବେ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । କୌଣସି ପୁରୁଣା ପେମେଣ୍ଟକୁ ନେଇ ସମସ୍ୟା ଉପୁଜିପାରେ। ଦୂରରେ ରହୁଥିବା କୌଣସି ବ୍ୟକ୍ତିଙ୍କ ସହ ଫୋନରେ କଥା କଟାକଟି ହୋଇପାରେ । ପ୍ରୋଜେକ୍ଟରେ ବିଳମ୍ବ ହୋଇପାରେ। ଆର୍ଥିକ ନିଷ୍ପତ୍ତି ସମୟରେ ସାବଧାନ ରୁହନ୍ତୁ । ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।
ମକର ରାଶି
ଆପଣଙ୍କ ରାଶିର ଦଶମ ଭାବରେ ବୁଧ ବକ୍ରୀ ହେବେ। ଏହି ଭାବ କ୍ୟାରିୟର, ଚାକିରି, ବ୍ୟବସାୟ ଏବଂ ପ୍ରଫେସନାଲ୍ ଇମେଜ୍ ସହ ଜଡିତ। କାମ ଶେଷ କରିବାରେ ବିଳମ୍ବ ହୋଇପାରେ। ଅଫିସରେ ଭୁଲ ବୁଝାମଣା ସୃଷ୍ଟି ହେବାର ଆଶଙ୍କା ରହିଛି। ଚାକିରି ବଦଳାଇବାକୁ ଯୋଜନା କରୁଥିଲେ ନିଜ ଦାୟିତ୍ୱର ସମ୍ପୂର୍ଣ୍ଣ ସୂଚନା ବିଷୟରେ ଅବଗତ ହୁଅନ୍ତୁ । ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କୁ ଖାତା-ପେନ୍ ଦାନ କରିବା ଶୁଭ ହେବ ।
ମୀନ ରାଶି
ଆପଣଙ୍କ ରାଶିର ଅଷ୍ଟମ ଭାବରେ ବୁଧ ବକ୍ରୀ ହେବେ। ଚାକିରି କିମ୍ୱା ବ୍ୟବସାୟରେ ହଠାତ୍ ହେଉଥିବା ପରିବର୍ତ୍ତନ ହୋଇପାରେ । ଆର୍ଥିକ କାରବାର ସମୟରେ ସତର୍କ ରୁହନ୍ତୁ । ସର୍ଟକଟ୍ରେ ପଇସା ରୋଜଗାର କରିବା ଦିଗରେ ଆଗକୁ ବଢନ୍ତୁ ନାହିଁ । ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ଗରିବ ଲୋକଙ୍କୁ ସବୁଜ ମୁଗ ଡାଲି ଦାନ କରନ୍ତୁ।
(Disclaimer: ଏହି ସାମଗ୍ରୀ ଜ୍ୟୋତିଷୀୟ ଗଣନା, ପାରମ୍ପରିକ ମାନ୍ୟତା ଏବଂ ବିଭିନ୍ନ ଭବିଷ୍ୟଫଳ ପଦ୍ଧତିର ବ୍ୟାଖ୍ୟା ଉପରେ ଆଧାରିତ। ରାଶିଫଳରେ ଦିଆଯାଇଥିବା ସୂଚନା ସାଧାରଣ ଜ୍ୟୋତିଷୀୟ ଆକଳନ ଅଟେ। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ)