Puja Special Trains 2026: ଆଗକୁ ଆସୁଛି ଦୁର୍ଗାପୂଜା ଓ ଦୀପାବଳୀ। ଏହାକୁ ଦୃଷ୍ଟିରେ ରଖି ୧୮ଟି ଏଲଏଚବି କୋଚ୍ ସହ ପୁରୀ ସାନ୍ତ୍ରାଗାଛି-ପୁରୀ ପୂଜା ସ୍ପେଶାଲ୍ ଏବଂ ୨୨ଟି ଆରସିଏଫ୍ କୋଚ୍ ସହ ଶାଲିମାର୍ ଓ ଖୋର୍ଦ୍ଧା ରୋଡ୍-ଶାଲିମାର୍ ପୂଜା ସ୍ପେଶାଲ୍ ଟ୍ରେନ୍ ଚଳାଚଳ କରିବ। ପୁରୀ- ସାନ୍ତ୍ରାଗାଛି ୫ରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି ସୋମବାର ଏବଂ ସାନ୍ତ୍ରାଗାଛି -ପୁରୀ ୬ ରୁ ୨୭ ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚଳାଚଳ କରିବ। ଏହି ଟ୍ରେନ୍ ପୁରୀରୁ ସନ୍ଧ୍ୟା ୫ଟା ୪୫ ମିନିଟ୍ ରେ ଛାଡି ପରଦିନ ଭୋର୍ ୩ଟା ୪୫ ରେ ସାନ୍ଥାଗାଛିରେ ପହଞ୍ଚିବ। ଫେରିବା ସମୟରେ ସାନ୍ତ୍ରାଗାଛିରୁ ସକାଳ ୮ଟା ୪୫ ରେ ଛାଡ଼ି ସନ୍ଧ୍ୟା ୭ଟାରେ ପୁରୀରେ ପହଞ୍ଚିବ। ଏହି ଟ୍ରେନ୍ ସାକ୍ଷୀ ଗୋପାଳ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ , ଯାଜପୁର, କେନ୍ଦୁଝର ରୋ଼ଡ୍, ଭଦ୍ରକ, ବାଲେଶ୍ବର, ରୂପସା, ଜଳେଶ୍ବର, ବେଲଦା ଏବଂ ଖଡ଼କପୁର ଷ୍ଟେସନ୍ ରେ ରହିବ।
ସେହିପରି ଶାଲିମାର୍-ଖୋର୍ଦ୍ଧା ରୋଡ୍ ପୂଜା ସ୍ପେଶାଲ୍ ୧୨ ଅକ୍ଟୋବରରୁ ୯ ନଭେମ୍ବର ପର୍ଯ୍ୟନ୍ତ ପ୍ରତି ସୋମବାର ଏବଂ ଫେରିବା ଦିଗରେ ଖୋର୍ଦ୍ଧା ରୋଡ- ସାଲିମାର୍ ପୂଜା ସ୍ପେଶାଲ୍ ୧୩ ଅକ୍ଟୋବରରୁ ୧୦ ନଭେମ୍ବର ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚଳାଚଳ କରିବ। ଟ୍ରେନ୍ ଟି ଶାଲିମାରରୁ ସନ୍ଧ୍ୟା ୫ଟା ୫୫ ରେ ଛାଡି ପରଦିନ ରାତି ୨ଟା ୪୫ ରେ ଖୋର୍ଦ୍ଧା ରୋଡ଼ରେ ପହଞ୍ଚିବ। ଖୋର୍ଦ୍ଧଆ ରୋଡରୁ ଭୋର୍ ୬ଟା ୪୫ ରେ ଛାଡି ଅପରାହ୍ନ ୩ଟା ଶାଲିମାରରେ ପହଞ୍ଚିବ। ଏହି ଟ୍ରେନ୍ ସାନ୍ତ୍ରାଗାଛି , ଖଡଗପୁର, ବାଲେଶ୍ବର, ରୂପସା ଜଙ୍କସନ୍, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ,କଟକ ଏବଂ ଭୁବନେଶ୍ବର ଷ୍ଟେସନ ରେ ରହଣୀ କରିବ।