Gold Rate Today: ୪ ଦିନରେ ୭ ହଜାର ଖସିଲା ସୁନା ରେଟ୍, ଆଜି କେତେ ରହିଛି ଦର?
Gold Rate Today:ସମ୍ପ୍ରତ୍ତି ସୁନା ଦର ତଳ ମୁହାଁ ରହିଛି। ରାଜଧାନୀ ଭୁବନେଶ୍ବରରେ ୪ ଦିନରେ ୬,୬୫୦ ଟଙ୍କା ସୁନା ଶସ୍ତା ହୋଇଛି ୨୨ କ୍ୟାରେଟ୍ ସୁନା । ଅନ୍ୟପକ୍ଷରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏହି ୪ ଦିନରେ ୭,୨୦୦ ଟଙ୍କାରୁ ଅଧିକ କମିଯାଇଛି।
Gold Rate Today: ସମ୍ପ୍ରତ୍ତି ସୁନା ଦର ତଳ ମୁହାଁ ରହିଛି। ରାଜଧାନୀ ଭୁବନେଶ୍ବରରେ ୪ ଦିନରେ ୬,୬୫୦ ଟଙ୍କା ସୁନା ଶସ୍ତା ହୋଇଛି ୨୨ କ୍ୟାରେଟ୍ ସୁନା । ଅନ୍ୟପକ୍ଷରେ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ଏହି ୪ ଦିନରେ ୭,୨୦୦ ଟଙ୍କାରୁ ଅଧିକ କମିଯାଇଛି। ଶୁକ୍ରବାର ଭୁବନେଶ୍ବରରେ ୧୦ ଗ୍ରାମ୍ ପିଛା ୨୨ ଓ ୨୪ କ୍ୟାରେଟ୍ ସୁନା ଦର ଯଥାକ୍ରମେ ୨୨୫୦ ଓ ୨୪୫୦ ଟଙ୍କା ହ୍ରାସ ପାଇଥିଲା। ଫଳରେ ଉଭୟ ଯଥାକ୍ରମେ ୧,୨୫,୯୦୦ ଟଙ୍କା ଏବଂ ୧,୩୭,୩୫୦ ଟଙ୍କାକୁ ଖସି ଆସିଛି। କିଲୋଗ୍ରାମ ପିଛା ରୂପା ୫ ହଜାର ଶସ୍ତା ହୋଇ ୧,୯୫,୦୦୦ ଟଙ୍କାକୁ ଖସି ଆସିଛି। ତେବେ, ଆଜି ଭୁବନେଶ୍ବରରେ ୨୨ ଓ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧୨୫,୬୬୬ ଟଙ୍କା ଓ ୧୩୭,୦୯୦ ଟଙ୍କା ରହିଛି। ଏବଂ ରୂପା କେଜି ପିଛା ୧୭୬,୯୯୦ ଟଙ୍କା ରହିଛି।
ALSO READ: Odisha News: କାଳୀପୂଜା ପାଇଁ ସଜେଇ ହୋଇଛି ଭଦ୍ରକ, ୧୧ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ
ସୁନା ରୁପା ଧନତେରାସ ଓ ଦୀପାବଳି ସମୟରେ ଭଲ କାରବାର ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁସାରେ, ଗତବର୍ଷ ତୁଳନାରେ ଚଳିତଥର ଧନତେରସ୍ ରେ ଏବଂ ଦୀପାବଳିରେ ସୁନା କ୍ରୟ ୩୦ ଶତକଡା ବଢିଛି। ଏହିସମୟରେ ଦେଶରେ ପାଖାପାଖି ୫୨ ଟନ୍ ସୁନା କିଣିଛନ୍ତି ଦେଶବାସୀ। ଯାହାର ମୂଲ୍ୟ ପାଖାପାଖି ୭୨,୦୦୦ କୋଟି ଟଙ୍କା ହେବ। ଅନ୍ୟପକ୍ଷରେ ରୁପା କ୍ରୟ ବି ୧୦ ପ୍ରତିଶତ ବଢି ୩୦୦ ଟନ୍ ରେ ପହଞ୍ଚିଛି। ଯାହାର ମୂଲ୍ୟ ପାଖାପାଖି ୫,୪୦୦ କୋଟି ଟଙ୍କା । ଇଣ୍ତିଆନ୍ ବୁଲିୟନ୍ ଆଣ୍ତ ଜ୍ବେଲର୍ସ ଆସୋସିଏସନ୍ ର ରାଷ୍ଟ୍ରିୟ ସଚିବ କୁହନ୍ତି ଯେ, ଦର ବଢିବା କାରଣରୁ ଲୋକେ ସୁନା କ୍ରୟ କୁ ସ୍ଥଗିତ ରଖିଥିଲେ। ଏବେ ଦର ହ୍ରାସ ହୋଇଥିବାରୁ ବଜାରରେ ପୁଣି ଚାହିଦା ଫେରୁଛି।