• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଉପଯୋଗିତା
  • /LPG Gas Cylinder Booking New Rules: ଅକ୍ଟୋବର ୧ରୁ ଏଲପିଜି ବୁକିଂରେ ବଦଳିବ ଏହିସବୁ ନିୟମ! ଜାଣନ୍ତୁ

LPG Gas Cylinder Booking New Rules: ଅକ୍ଟୋବର ୧ରୁ ଏଲପିଜି ବୁକିଂରେ ବଦଳିବ ଏହିସବୁ ନିୟମ! ଜାଣନ୍ତୁ

LPG Gas Cylinder Booking New Rules: ପ୍ରତିମାସ ଆରମ୍ଭରେ କିଛି ସରକାରୀ ସ୍ତରରେ ନିୟମରେ ପରିବର୍ତ୍ତନ ହୋଇଥାଏ। ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ।

Reported ByNarmada BeheraEdited ByNarmada Behera
Published: Sep 26, 2026, 01:05 PM IST|Updated: Sep 26, 2026, 01:07 PM IST
joinshare
LPG Gas Cylinder Booking New Rules: ଅକ୍ଟୋବର ୧ରୁ ଏଲପିଜି ବୁକିଂରେ ବଦଳିବ ଏହିସବୁ ନିୟମ! ଜାଣନ୍ତୁ
Image Credit: ଅକ୍ଟୋବର ୧ରୁ ଏଲପିଜି ବୁକିଂରେ ବଦଳିବ ଏହିସବୁ ନିୟମ!

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    LPG Gas Cylinder Booking New Rules: ପ୍ରତିମାସ ଆରମ୍ଭରେ କିଛି ସରକାରୀ ସ୍ତରରେ ନିୟମରେ ପରିବର୍ତ୍ତନ ହୋଇଥାଏ। ଯାହା ଗ୍ରାହକଙ୍କ ପକେଟ୍ କୁ ପ୍ରଭାବିତ କରିଥାଏ। ତେବେ, ଏହାରି ଭିତରେ ଏଲପିଜି (LPG) ସିଲିଣ୍ତରକୁ ନେଇ ଆସିଛି ବଡ଼ ଅପଡେଟ୍। ତେବେ, ଅକ୍ଟୋବର ୧ ତାରିଖରୁ ଗ୍ୟାସ୍ ବୁକିଂ, ରିଫିଲିଂ ଏବଂ ଡେଲିଭରି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ହୋଇପାରେ।  ତେବେ ମାସ ଆରମ୍ଭରୁ କେଉଁ ସବୁ ନିୟମ ଏଲପିଜି (LPG)ରେ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତୁ ଜାଣିବା...

    ଅକ୍ଟୋବର ୧ ରୁ  ସବସିଡି ଘରୋଇ ଏଲପିଜି ସିଲିଣ୍ତର କ୍ରୟ କରୁଥିବା ଗ୍ରାହକମାନଙ୍କ ପାଇଁ ବାୟୋମେଟ୍ରିକ୍ ଆଧାରରେ ପ୍ରମାଣୀକରଣ ଆବଶ୍ୟକ ହେବ। ଯେଉଁ ଗ୍ରାହକମାନେ ଏପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମାପ୍ତ କରିନାହାଁନ୍ତି ସେମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସବସିଡିଯୁକ୍ତ ରିଫିଲ୍ ବୁକ୍ କରିବା ପୂର୍ବରୁ ଏହା କରିବାକୁ ପଡିବ। ଏହି ପ୍ରକ୍ରିୟା ଏଲପିଜି ବିତରକଙ୍କ ପାଖରେ,ସିଲିଣ୍ଡର ବିତରଣ ସମୟରେ କିମ୍ବା ସମ୍ପୃକ୍ତ ତୈଳ କମ୍ପାନୀର ମୋବାଇଲ୍ ଆପ୍ ମାଧ୍ୟମରେ କରାଯାଇପାରିବ। ହେଲେ, ଯେଉଁମାନେ ଏହି ପ୍ରକ୍ରିୟା ଶେଷ କରିସାରିଛନ୍ତି ସେମାନଙ୍କୁ କୌଣସି ସମସ୍ୟା ହେବନି। ଯଦି କୌଣସି ଗ୍ରାହକ ଏହି ପ୍ରକ୍ରିୟା କରିପାରିନାହାଁନ୍ତି ସେମାନେ  ସମ୍ପୃକ୍ତ ତୈଳ କମ୍ପାନୀର ଡିଜିଟାଲ୍ ଚ୍ୟାନେଲରେ ପଞ୍ଜୀକରଣ କରିପାରିବେ। ଏହି ଗ୍ରାହକମାନେ ଏକ ଏଲପିଜି ସିଲିଣ୍ଡର ପାଇବେ ସତ,କିନ୍ତୁ ବିନା ସବସିଡି ଓ ବଜାର ଦରରେ ପାଇବେ।

    ମାସ ଆରମ୍ଭରୁ ଏଲପିଜି ଦରରେ ପରିବର୍ତ୍ତନ ହୋଇପାରେ।  ଯାହା ଉଭୟ କମର୍ସିଆଲ୍ ଓ ଘରୋଇ ସିଲିଣ୍ତରରେ ଲାଗୁ ହୋଇପାରେ। କାହିଁକିନା ତେଲ କମ୍ପାନୀ ଗୁଡିକ ପ୍ରତି ମାସରେ ଏଲପିଜି ସିଲିଣ୍ତରର ନୂଆ ଦର ସଂଶୋଧନ କରନ୍ତି।  ବର୍ତ୍ତମାନ, ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨,୭୪୭ ଟଙ୍କା ଥିବା ବେଳେ ଘରୋଇ ସିଲିଣ୍ଡର ରେଟ୍ ୯୪୨ ଟଙ୍କା ରହିଛି।

    ଗ୍ୟାସ୍ ସିଲିଣ୍ଡର ରିଫିଲିଂ ନିୟମ: କେନ୍ଦ୍ର ସରକାର୍ ଘରୋଇ ଏଲପିଜି ସିଲିଣ୍ତରର ପରବର୍ତ୍ତୀ ରିଫିଲିଂ ପାଇଁ ବୁକିଂ ୪୫ ଦିନରୁ ୨୫ ଦିନକୁ ହ୍ରାସ କରିଛନ୍ତି। ଏହି ନୂଆ ନିୟମ ଲାଗୁ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସରକାର ଏଲପିଜି ଚାହିଦା ବୃଦ୍ଧି ହୋଇଥିଲା। ଫଳରେ ଗ୍ୟାସ୍ ଯୋଗାଣ କମ୍ ହେବାରୁ ବୁକିଂ ନିୟମରେ ପରିବର୍ତ୍ତନ କରିଥିଲେ।  


    ସେପଟେ, ପିଏନଜି ସଂଯୋଗକୁ  ଅଧିକ ଗୁରୁତ୍ବ ଦିଆଯାଉଛି। ଯଦି ଆପଣଙ୍କ ଅଞ୍ଚଳରେ ପିଏନଜି(PNG)ର ସୁବିଧା ରହିଛି। ଯଦି ଆପଣ ଏବେବି ଏଲପିଜିର ବ୍ୟବହାର କରୁଛନ୍ତି, ତେବେ, ନୋଟିସ୍ ପାଇବାର ୯୦ ଦିନରେ ପିଏନଜି ନେଇ ନାହାଁନ୍ତି। ତେବେ,  ଆପଣଙ୍କର  ଏଲପିଜି ରିଫିଲିଂ ବନ୍ଦ ହୋଇପାରେ। ଏନେଇ ତୈଳ କମ୍ପାନୀ ୩୬୩ ଜଣଙ୍କୁ ନୋଟିସ୍ ହୋଇଛି। ପିଏନଜିକୁ ପ୍ରୋତ୍ସାହିତ କରିବା ଲାଗି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଗ୍ରାହକଙ୍କୁ ଉତ୍ସାହିତ କରୁଛି।

    OTP ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି: ସିଲିଣ୍ତର  ବିତରଣ ନିୟମରେ ବି ପରିବର୍ତ୍ତନ କରାଯାଇଛି। ଗ୍ୟାସ୍ ସଂଗ୍ରହ କରିବା ସମୟରେ କେବଳ ବୁକିଂ ରସିଦ ଦେଖାଇବା ଆଉ ଯଥେଷ୍ଟ ହେବ ନାହିଁ। ବୁକିଂ ପରେ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଯିବ। ଯାହା ଆପଣଙ୍କ ଡେଲିଭଲି ଏଜେଣ୍ଟ ଠାରୁ ଗ୍ୟାସ୍ ପାଇବା ପରେ ସେୟାର କରିବାକୁ ପଡିବ। 
     

    Add Zee News as a Preferred Source