Dhanteras Gold Sale 2026: ମହଙ୍ଗା ଦରକୁ ଖାତିର ନାହିଁ। ଚଢାଦରରେ ବି ଧନତେରାସ ବଜାର ଚଳଚଞ୍ଚଳ। କେଜେ କେଜି ସୁନା ବୋହିନେଲେ ରାଜ୍ୟ ସରକାର। ଶୁକ୍ରବାର ସମୃଦ୍ଧିର ପର୍ବ ଧନତେରାସ୍ ରେ ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ଲକ୍ଷେ ୩୧ ହଜାର ଉପର । ଏହା ସତ୍ତ୍ବେ ବି ଗ୍ରାହକ ପଛେଇ ନାହାଁନ୍ତି। ଆଗକୁ ବିବାହ ସିଜିନ୍ ଥିବା ବେଳେ ସୋ ରୁମ୍ ଗୁଡିକରେ ଲୋଭନୀୟ ଅଫର ଲାଭ ଉଠାଇ ଗ୍ରାହକ ସୁନା ଗ୍ରହଣା କିଣିଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ହାଲୁକା ଗହଣା ଟ୍ରେଣ୍ତରେ ରହିଥିଲା।
କମ୍ ଓଜନରେ କିଭଳି ଭଳିକି ଭଳି ଡିଜାଇନ୍ ଆଣିଛନ୍ତି ସୋ ରୁମ୍ । ଧନତେରାସ୍ ରେ ଘରକୁ ସୁନା ରୂପା ଆଣିଲେ ସମୃଦ୍ଧି ଆସିଥାଏ। ଏହି ବିଶ୍ବାସ ଆଗରେ ପଛରେ ପଡି ଯାଇଛି ଦର। ପାଗଯୋଗ ଭଲ ଥିବା ବେଳେ ସୋ ରୁମ୍ ଗୁଡ଼ିକରେ ଲୋକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଷ୍ଟୋରରେ ଅସମ୍ଭାଳ ଗ୍ରାହକଙ୍କ ସମାଗମ ହୋଇଥିଲା। ଶୁକ୍ରବାର ସକାଳ ୮ଟା ପରେ ସୋ ରୁମ୍ ଗୁଡିକ ଖୋଲି ଯାଇଥିଲା।
ଦର ପାଖାପାଖି ୨୫୦୦ ଟଙ୍କା ଖସିଥିଲା। ୨୨ କ୍ୟାରେଟ୍ ସୁନା ଦପ ୧,୩୧,୫୦୦ ଟଙ୍କା ଥିବା ବେଳେ ସେହିଭଳି କିଲୋ ପିଛା ରୂପା୫,୦୦୦ ଟଙ୍କା ଖସି ୨,୦୫,୦୦୦ ଟଙ୍କା ରହିଥିଲା। ପ୍ରତିବର୍ଷ ପରି ଏବର୍ଷ ଧନତେରସ୍ ରେ ସୁନା -ରୂପା କଏନ୍ ବି ପ୍ରବଳ ବିକ୍ରି ହୋଇଛି। ଶୁକ୍ରବାର ଦିନ ରାଜ୍ୟରେ ବିକ୍ରି ହୋଇଛି ପାଖାପାଖି ୩୦୦ କୋଟିର ସୁନା ଓ ରୂପା ଗହଣା। ଉଚ୍ଚ ଦର ଯୋଗୁଁ ଲୋକଙ୍କୁ ଟାଣିବାକୁ ସୋ ରୁମ୍ ଗୁଡିକ ଆଣିଛନ୍ତି ଲୋଭନୀୟ ଅଫର୍। ଗଢାମଜୁରୀରେ ରହିଛି ଆଖି ଦୃଶିଆ ରିହାତି। କମ୍ ଓଜନରେ ରହିଛି ଭଳିକି ଭଳି ଡିଜାଇନ୍। ଏସବୁ ଏଥର ବଜାରକୁ ସୁହାଉଛି। ଏଥର ସାରା ଦେଶରେ ଧନତେରସ୍ କାରବାର ୧ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆକଳନ କରିଛି ସର୍ବଭାରତୀୟ ବ୍ୟବସାୟୀ ସଂଘ (ସିଏଆଇଟି)। ଏଥର ସୁନା ରୁପା ଅଂଶ ୬୦ ହାଜାର କୋଟି ଟଙ୍କା ରହିପାରେ।