Shukraditya Rajyog 2026: ଜ୍ୟୋତିଷଙ୍କ ଅନୁଯାୟୀ, ଶୁକ୍ର ଏବଂ ସୂର୍ଯ୍ୟଙ୍କ ମିଳନକୁ 'ଶୁକ୍ରାଦିତ୍ୟ ରାଜଯୋଗ' କୁହାଯାଏ। ଅକ୍ଟୋବର ମାସରେ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ଚଳନରେ ଶୁକ୍ରଙ୍କ ସହିତ ସୂର୍ଯ୍ୟଙ୍କର ମିଳନ ଘଟିବ । ଫଳରେ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ।
ଶୁକ୍ର ଓ ସୂର୍ଯ୍ୟଙ୍କ ମିଳନରୁ ଗଠନ ହେଉଛି ଶୁକ୍ରାଦିତ୍ୟ ରାଜଯୋଗ । ଏହି ଶୁଭ ଯୋଗ ୪ଟି ରାଶି ପାଇଁ ଶୁଭଦାୟକ ହେବ। ମେଷ, କର୍କଟ, କନ୍ୟା ଏବଂ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।
ମେଷ ରାଶି
ଆପଣଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ସୂର୍ଯ୍ୟ ଓ ଶୁକ୍ରଙ୍କ ମିଳନରୁ କ୍ୟାରିୟରରେ ଅଗ୍ରଗତି କରିବେ । ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ । ବ୍ୟବସାୟରୁ ଲାଭ ମିଳିପାରେ ।
କର୍କଟ ରାଶି
ଆପଣଙ୍କ ସୁଖ ବଢିବ । ବିଭିନ୍ନ କ୍ଷେତ୍ରରେ ସୁବିଧା ପାଇବେ । ବିଳାସପୂର୍ଣ୍ଣ ଜୀବନଯାପନ କରିବେ । ପାରିବାରିକ ଜୀବନରେ ସମୟ ଭଲ ରହିବ। ଚାକିରି ଓ ବ୍ୟବସାୟରେ ଉନ୍ନତି କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ।
କନ୍ୟା ରାଶି
ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ । କ୍ୟାରିୟରରେ ଅଗ୍ରଗତି କରିବେ । ବ୍ୟବସାୟ କରୁଥିଲେ ବଡ଼ ଡିଲ୍ କିମ୍ବା ଚୁକ୍ତିନାମା ହୋଇପାରେ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ମୁକୁଳିବାର ସମ୍ଭାବନା ରହିଛି ।
ତୁଳା ରାଶି
ସୂର୍ଯ୍ୟ ଓ ଶୁକ୍ରଙ୍କ ମିଳନରୁ ଆପଣ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ଅଧିକ । ଚାକିରି କରୁଥିଲେ ଆପଣଙ୍କୁ ନୂତନ ଦାୟିତ୍ୱ ମିଳିପାରେ।
Disclaimer: ଏଠାରେ ପ୍ରଦାନ କରାଯାଇଥିବା ସମସ୍ତ ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସୂଚନା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।