Amitabh Bachchan: ବଲିଉଡ଼ ବିଗ୍-ବି ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବୋମାରେ ଉଡାଇ ଦେବାକୁ ପୁଣି ଧମକ ଆସିଛି। ଗୁରୁବାର ସକାଳେ ଏକ ଇ-ମେଲ୍ ମାଧ୍ୟମରେ ଏହି ଧମକ ଆସିଛି। ଅପରାହ୍ନ ୧ଟା ୧୧ରେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ( ପିଏନବି) ର ମୁମ୍ବାଇ ବ୍ରାଂଚରୁ ବିସ୍ପୋରଣ ହେବ ବୋଲି ମଧ୍ୟ ଇମେଲ୍ ରେ କୁହାଯାଇଥିଲା। ଇ-ମେଲ୍ ରେ ନଭେମ୍ବର ୧୭ ଏବଂ ଡିସେମ୍ବର ୩୧ ର ସମେତ ଅନେକ ତାରିଖ ରହିଛି। ସୁରକ୍ଷା ଅଧିକାରୀଙ୍କ ଅନୁସାରେ, ଏଥିରେ ମୁମ୍ବାଇର କେତେକ ବ୍ୟାଙ୍କ୍ କୁ ବୋମାରେ ଉଡାଇ ଦେବାକୁ ଧମକ୍ ଦିଆଯାଇଛି। ସେହିପରି ଗତ ୨୦ ଦିନରେ ତୃତୀୟ ଥର ପାଇଁ ଅମିତାଭଙ୍କ ବଙ୍ଗଳା 'ଜଲସା 'ରେ ବୋମାମାଡ଼ର ଧମକ ମିଳିଛି। ସଦ୍ୟ ମେଲରେ ଖଲିସ୍ତାନ ଏବଂ ଖଲିସ୍ତାନ୍ ନ୍ୟାସନାଲ୍ ଆର୍ମି ନାମକ ଏକ ସଂଗଠନ ନାଁ ଉଲ୍ଲେଖ ରହିଛି। ଏହି ମେଲକୁ ପିଏମବିର ମୁମ୍ବାଇ ଜୋନାଲ୍ ଅଫିସ୍ , କଫ୍ ପରେ ସ୍ଥିତ ଲୋକାଲ୍ କ୍ରାଇମ୍ ବ୍ରାଞ୍ଚ୍ ଏବଂ ଦକ୍ଷିଣ ମୁମ୍ବାଇର ଜଭେରି ବଜାର ବ୍ରାଞ୍ଚକୁ ପଠାଯାଇଛି।