• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଜାତୀୟ
  • /CBSE 10th-12th Time Table 2027: ପ୍ରକାଶ ପାଇବ ବୋର୍ଡ ପରୀକ୍ଷା ସୂଚୀ ! ନୂଆ ଗାଇଡ୍‌ଲାଇନ୍ ଜାଣନ୍ତୁ

CBSE 10th-12th Time Table 2027: ପ୍ରକାଶ ପାଇବ ବୋର୍ଡ ପରୀକ୍ଷା ସୂଚୀ ! ନୂଆ ଗାଇଡ୍‌ଲାଇନ୍ ଜାଣନ୍ତୁ

CBSE 10th-12th Timetable 2027: ସିବିଏସଇ ୧୦ମ ଏବଂ ୧୨ଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ ପାଇବାକୁ ଅପେକ୍ଷା କରିଛନ୍ତି। ଖୁବ୍ ଶୀଘ୍ର ବୋର୍ଡ ପକ୍ଷରୁ ଟାଇମ୍-ଟେବୁଲ୍ ଜାରି କରାଯାଇପାରେ। ଆସନ୍ତୁ ଜାଣିବା ଆପଣ କିପରି ଡେଟ୍‌ସିଟ୍ ଡାଉନଲୋଡ୍ କରିପାରିବେ?

Written BySoubhagya Ranjan MishraEdited BySoubhagya Ranjan Mishra
Published: Oct 30, 2026, 12:45 PM IST|Updated: Oct 30, 2026, 12:58 PM IST
joinshare
CBSE 10th-12th Time Table 2027: ପ୍ରକାଶ ପାଇବ ବୋର୍ଡ ପରୀକ୍ଷା ସୂଚୀ ! ନୂଆ ଗାଇଡ୍‌ଲାଇନ୍ ଜାଣନ୍ତୁ
Image Credit: Education News

About the Author

Soubhagya Ranjan Mishra

Soubhagya Ranjan Mishra

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ଟ୍ରେଣ୍ଡିଂ

  • ଖବର
  • ଫୋଟୋ
  • ଭିଡିଓ
ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

2

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

3

ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

4

Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

5

ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

logo
  • contact us
  • privacy policy
  • legal
  • investor info
  • advertise with us
© 1998-2026 Indiadotcom Digital Private Limited, All Rights Reserved.

CBSE 10th-12th Timetable 2027: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ପ୍ରତିବର୍ଷ ବୋର୍ଡ ପରୀକ୍ଷା ଆୟୋଜନ କରାଯାଇଥାଏ। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷାର ଟାଇମ୍ ଟେବୁଲ୍ ଜାରି ହେବାକୁ ଅପେକ୍ଷା କରିଛନ୍ତି। ପ୍ରାକ୍ଟିକାଲ୍ ଠାରୁ ଆରମ୍ଭ କରି ଥିଓରୀ ପରୀକ୍ଷା କେବେଠାରୁ ଆୟୋଜନ ହେବ? ବୋର୍ଡ ପରୀକ୍ଷାର ଡେଟ୍‌ସିଟ୍ କେବେ ସୁଦ୍ଧା ଜାରି ହେବ? ଦଶମ ବୋର୍ଡ ପରୀକ୍ଷାର ତାରିଖ ଗୁଡ଼ିକ କ’ଣ? ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା କେବେଠାରୁ ଆରମ୍ଭ ହେବ? ଏହି ସବୁ ପ୍ରଶ୍ନର ଉତ୍ତର ଦେବା ସହିତ, ଆସନ୍ତୁ ଜାଣିବା ଏହା ପ୍ରକାଶ ପାଇବା ପରେ ଆପଣ କେଉଁଠାରୁ ଏବଂ କିପରି ଡେଟ୍‌ସିଟ୍ ଡାଉନଲୋଡ୍ କରିପାରିବେ?

ଗତ ବର୍ଷ ୨୦୨୬ ବୋର୍ଡ ପରୀକ୍ଷାର ଡେଟ୍ ସିଟ୍ ସେପ୍ଟେମ୍ବର ମାସରେ ହିଁ ଜାରି କରାଯାଇଥିଲା, ସେଥିପାଇଁ ଛାତ୍ରଛାତ୍ରୀ ଯଥାଶୀଘ୍ର ସିବିଏସଇ ପାଖରୁ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରିବାକୁ ଦାବି କରୁଛନ୍ତି। ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ଘୋଷଣା କରାଯାଇପାରେ।

ସିବିଏସଇ ଦଶମ ପରୀକ୍ଷା କେବେଠାରୁ ଆରମ୍ଭ ହୋଇପାରେ?
ସିବିଏସଇ ପକ୍ଷରୁ ଯେକୌଣସି ସମୟରେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ଡେଟ୍‌ସିଟ୍ ଜାରି କରାଯାଇପାରେ। ବୋର୍ଡର ଆଧିକାରିକ ପୋର୍ଟାଲ୍ cbse.gov.in ରେ ଦଶମ ଶ୍ରେଣୀର ଟାଇମ୍ ଟେବୁଲ୍ ୨୦2୭ ଖୁବ୍ ଶୀଘ୍ର ଜାରି ହେବ। ଆଶା କରାଯାଉଛି ଯେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଆୟୋଜନ କରାଯାଇପାରେ। ଗତ ବର୍ଷ ୧୭ ଫେବୃଆରୀ ୨୦୨୬ ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିଲା।

କେବେଠାରୁ ହେବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା?
ସିବିଏସଇ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ତାରିଖ ମଧ୍ୟ ଖୁବ୍ ଶୀଘ୍ର ଘୋଷଣା କରାଯିବ। ସମ୍ଭାବନା ଅଛି ଯେ, ଫେବୃଆରୀ, ମାର୍ଚ୍ଚ ଏବଂ ଅପ୍ରେଲ ୨୦୨୭ ମାସରେ ବିଭିନ୍ନ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ସିବିଏସଇ ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଡେଟ୍‌ସିଟ୍ ଜାରି କରିବା ନେଇ କୌଣସି ଆଧିକାରିକ ସୂଚନା ଦିଆଯାଇ ନାହିଁ।

ସିବିଏସଇ ଦଶମ-ଦ୍ୱାଦଶ ଡେଟ୍ ସିଟ୍ କିପରି ଡାଉନଲୋଡ୍ କରିବେ?
ସିବିଏସଇ ପକ୍ଷରୁ ଆଧିକାରିକ ଭାବେ ଯେତେବେଳେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଡେଟ୍‌ସିଟ୍ ଜାରି କରାଯିବ, ସେତେବେଳେ ଆପଣ କିଛି ସହଜ ଷ୍ଟେପସ୍ ଫଲୋ କରି ଏହାକୁ ଡାଉନଲୋଡ୍ କରିପାରିବେ। ନିମ୍ନଲିଖିତ ଉପାୟ ଆପଣାଇ ଆପଣ ୧୦ମ-୧୨ଶ ଶ୍ରେଣୀର ଡେଟ୍ ସିଟ୍ ଡାଉନଲୋଡ୍ କରିପାରିବେ ।

ପ୍ରଥମେ ସିବିଏସଇର ଅଫିସିଆଲ୍ ୱେବସାଇଟ୍ cbse.gov.in ଭିଜିଟ୍ କରନ୍ତୁ। ହୋମ୍ ପେଜ୍‌ରେ 'Examination-Circulars' କିମ୍ବା 'Latest-Notice' ସେକ୍ସନ ଦେଖାଯିବ, ସେଥିରେ କ୍ଲିକ୍ କରନ୍ତୁ। ଏହାପରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୨୦୨୭ ସମ୍ବନ୍ଧିତ ନୋଟିଫିକେସନ ସର୍ଚ୍ଚ କରନ୍ତୁ। ଏଠାରେ ଅଫିସିଆଲ୍ PDF ଦେଖାଯିବ, ସେଥିରେ ନିଜ ଶ୍ରେଣୀର ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଦଶମ ଶ୍ରେଣୀ ଡେଟ୍‌ସିଟ୍ ଏବଂ ଦ୍ୱାଦଶ ଶ୍ରେଣୀ ଡେଟ୍‌ସିଟ୍ ର ଲିଙ୍କ୍ ମିଳିବ, ସେଥିରେ କ୍ଲିକ୍ କରନ୍ତୁ। ଏହିପରି ଭାବେ ଆପଣ ଡେଟ୍‌ସିଟ୍ ର PDF ଡାଉନଲୋଡ୍ କରିପାରିବେ ଏବଂ ପରୀକ୍ଷାର ସମ୍ପୂର୍ଣ୍ଣ ଟାଇମ୍ ଟେବୁଲ୍ ଜାଣିପାରିବେ। ସିବିଏସଇର ଆଧିକାରିକ ୱେବସାଇଟ୍ cbse.gov.in ମାଧ୍ୟମରେ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଡେଟ୍‌ସିଟ୍ ଡାଉନଲୋଡ୍ କରି ସେଥିରେ ନିଜ ବିଷୟର ନାମ, ପରୀକ୍ଷା ତାରିଖ, ସବଜେକ୍ଟ କୋଡ୍ ଏବଂ ପରୀକ୍ଷା ସମୟ ଦେଖିପାରିବେ। ଏହା ଜାଣିବା ପରେ ସେମାନେ ନିଜର ଷ୍ଟଡି ପ୍ଲାନ ପ୍ରସ୍ତୁତ କରିପାରିବେ।

Also Read- Flood Update: ଗଂଜାମ ଜିଲ୍ଲାର ୪୩ ହଜାରରୁ ଅଧିକ ଲୋକ ପ୍ରଭାବିତ- ରାଜସ୍ୱ ମନ୍ତ୍ରୀ

Add Zee News as a Preferred Source
TAGS:
Odia News