Earthquake: ହିମାଚଳପ୍ରଦେଶର ଚମ୍ବାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ଼ କରାଯାଇଛି। ଆଜି ସକାଳ( ଶୁକ୍ରବାର) ପ୍ରାୟ ୬.୫୯ ଟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଯାହାର କେନ୍ଦ୍ରସ୍ଥଳ ଭୂଗର୍ଭରେ ପ୍ରାୟ ୧୫ କିମି ଗଭୀରତା ରହିଛି। ଚମ୍ପାରେ ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ଏବଂ ପ୍ରଶାସନ ତରଫର ଲୋକଙ୍କୁ ସଚେତନ କରାଯାଉଛି।
ସୂଚନା ଯୋଗ୍ୟ ଗତକିଛି ବର୍ଷ ଧରି, କାଙ୍ଗଡା ଓ ଚମ୍ବାରେ ଏକାଧିକ ଥର ଭୂକମ୍ପ ହୋଇଥିବା ରେକର୍ଡ଼ ହୋଇଛି। ବିଶେଷକରି, ୧୯୦୫ ରେ ଯେତେବେଳେ କାଙ୍ଗଡା ଧ୍ବଂସ ହୋଇଥିଲା । ସେତେବେଳେ ସେହି ସମୟରେ ଭୟଙ୍କର ଭୂକମ୍ପ ଘଟିଥିଲା। ଏପ୍ରିଲ ୪,୧୯୦୫ ଏକ ଭୟଙ୍କର ଭୂକମ୍ପ ହୋଇଥିଲା । ଯାହାର ତ୍ରିବ୍ରତା ୭.୮ ରୁ ୮.୦ ରହିଥିଲା। ଏଥିରେ ପ୍ରାୟ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଘର ଭାଙ୍ଗିଯାଇଥିଲା। ହେଲେ, ସରକାରୀ ରିପୋର୍ଟ ଅନୁସାରେ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦,୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଧର୍ମଶାଳା ସହ କାଙ୍ଗଡା ଏବଂ ଆଖପାଖ ଅଞ୍ଚଳ ଧ୍ବଂସ ହୋଇଯାଇଥିଲା। ହିମାଚଳ ପ୍ରଦେଶ ଅଧିକାଂଶ ଅଞ୍ଚଳ ପାର୍ବତମାଳା ଏଥିଯୋଗୁଁ ଅଧିକାଂଶ ସମୟରେ ଏହି ସ୍ଥାନ ଗୁଡିକରେ ଭୂକମ୍ପ ହୋଇଥାଏ। ଭୂମିକମ୍ପ ଅନୁଭବ ହେଲେ , ଭୟଭୀତ ହେବା ପରିବର୍ତ୍ତେ,ଘରୁ ପଦାକୁ ଦୈଡି ପଳାଇ ଆସିବା। ଭାରୀ ବସ୍ତୁଠାରୁ ଦୂରରେ ରୁହନ୍ତୁ ଏବଂ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ। ଭୂମିକମ୍ପ ବନ୍ଦ ହେବା ପରେ ସତର୍କତାର ସହିତ ଖୋଲା ସ୍ଥାନକୁ ଯାଆନ୍ତୁ।