Weather Update: ରାଜ୍ୟରେ ଆଉ ୨ ଦିନ ବିଜୁଳି ଘଡ଼ଘଡି଼ ସହ ବର୍ଷା ହେବ। ଭାରତୀୟ ପାଣିପାଗ ସଂସ୍ଥାତ (ଆଇଏମଡି)ର ଭୁବନେଶ୍ବର କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ବୁଲେଟିନ୍ ରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ବିଶେଷକରି,ରାୟଗଡା, କୋରାପୁଟ୍, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ବିଜୁଳି ଘଡ଼ଘଡି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ଓ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି।
Warning for Odisha. Day-1 to Day-3: Isolated Thunderstorm with Lightning and Gusty Wind. Day-4 to Day-7: No Warning. #odisha #weather #warning https://t.co/oUhRenLy9I
— Meteorological Centre, Bhubaneswar (@mcbbsr) November 5, 2026
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଉପରି ବାୟୁ ମଣ୍ତଳରେ ପୂର୍ବ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ସକ୍ରିୟ ରହିଛି। ଯାହା ଏହି ବର୍ଷାକୁ ପ୍ରଭାବିତ କରୁଛି। ସାଧାରଣ ଜନତାଙ୍କୁ ସାବଧାନ୍ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ରଜପାତ ସମୟରେ ଖୋଲା ସ୍ଥାନ, ଗଛତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ନ ରହିବା ଉଚିତ୍। କୃଷକମାନେ ଫସଲ ସୁରକ୍ଷା ପାଇଁ ସତର୍କ ରହିବା ଆବଶ୍ୟକ। ରାଜଧାନୀ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ଆଂଶିକ ମେଘାଚ୍ଛନ୍ନ ଆକାଶ ସହ ବର୍ଷା କିମ୍ବା ବଜ୍ରପାତର ସମ୍ଭାବନା ରହିଛି। ସାଧାରଣ ଲୋକଙ୍କୁ ପାଣିପାଗ ବିଭାଗର ନିର୍ଦ୍ଦେଶାବଳୀ ଅନୁସରଣ କରି ସାବଧାନ୍ ରହିବାକୁ ଅନୁରୋଧ କରାଯାଇଛି।