Gold Rate: ଗତ କିଛି ଦିନ ହେବ ମୁଲ୍ୟବାନ ଧାତୁ ସୁନା ଏବଂ ରୁପା ଦରରେ ଅସ୍ଥିରତା ଦେଖିବାକୁ ମିଳୁଛି। ଆଜି ରୁପା ଦାମ ୧,୪୦୮ ଟଙ୍କା ବୃଦ୍ଧି ପାଇ ୨,୧୨,୫୯୫ ଟଙ୍କା ପ୍ରତି କିଲୋଗ୍ରାମ ପହଞ୍ଚିଛି । ସୁନା ଦର ମଧ୍ୟ ୪୭୯ ଟଙ୍କା ବଢ଼ିଛି ଏବଂ ଏହା ୧,୪୮,୩୯୭ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । କମେକ୍ସରେ ସୁନା ମୂଲ୍ୟ ୦.୪୬ ପ୍ରତିଶତ ବୃଦ୍ଧି ପାଇ ପ୍ରତି ଆଉନ୍ସ ୪,୨୦୦ ଡଲାରରେ ଟ୍ରେଡ୍ କରୁଛି। ସେହିପରି ରୁପା ଦାମ ୧.୦୧ ପ୍ରତିଶତ ବଢ଼ି ପ୍ରତି ଆଉନ୍ସ ୫୭ ଡଲାରରେ କାରବାର କରୁଛି।
ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ପୁଣେ ଏବଂ କେରଳରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୪,୭୬୫ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୩,୫୩୪ ଟଙ୍କା ରହିଛି। ଚେନ୍ନାଇରେ ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୧,୧୨୪ ଟଙ୍କା ଥିବାବେଳେ କିଛି ସହର ଏହା ପ୍ରାୟ ୧୧,୦୭୩ ଟଙ୍କା ରହିଛି।
ଆଜି ଅଧିକାଂଶ ସହରରେ ଏକ କିଲୋ ରୁପାର ମୂଲ୍ୟ ୨,୨୯,୯୦୦ ଟଙ୍କା ଚାଲିଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଲକ୍ଷ୍ନୌ, ପାଟନା, ଜୟପୁର, ଅହମଦାବାଦ, ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଭୋପାଳ, ଚଣ୍ଡୀଗଡ଼, ନୋଏଡା ଏବଂ ଗୁରୁଗ୍ରାମରେ ଏହି ସମାନ ରେଟ୍ ରହିଛି। କେବଳ ଚେନ୍ନାଇରେ ରୁପା ଦର ସାମାନ୍ୟ ଅଧିକ ରହିଛି । ରୁପା ପ୍ରତି କିଲୋ ପିଛା ୨,୩୯,୯୦୦ ଟଙ୍କା ଅଛି।
ସୁରକ୍ଷିତ ନିବେଶର ଚାହିଦା ଯୋଗୁଁ ସୁନା ଦରକୁ ସପୋର୍ଟ ମିଳୁଛି। ନିବେଶକମାନେ ହୋରମୁଜ୍ ପ୍ରଣାଳୀ ଆଖପାଖରେ ବଢ଼ୁଥିବା ଉତ୍ତେଜନା ଉପରେ ନଜର ରଖିଛନ୍ତି । ଟେକ୍ନୋଲୋଜି ସେୟାରଗୁଡ଼ିକରେ ବିକ୍ରି ପ୍ରକ୍ରିୟା ଯୋଗୁଁ ମଧ୍ୟ ବଜାରରେ ଅନିଶ୍ଚିତତା ବଢ଼ିଛି। ଏଭଳି ସ୍ଥିତିରେ କିଛି ନିବେଶକ ସୁନା ଭଳି ସୁରକ୍ଷିତ ବିକଳ୍ପ ଆଡ଼କୁ ମୁହାଁଉଛନ୍ତି। ଆମେରିକୀୟ ସରକାରୀ ବଣ୍ଡ୍ ୟିଲ୍ଡ ହ୍ରାସ ପାଇବା ମଧ୍ୟ ସୁନା ଦର ଉପରେ ପ୍ରଭାବ ପକାଇଛି ।
ଗୁଡସ୍ ରିଟର୍ଣ୍ଣ ଅନୁଯାୟୀ, ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୪,୮୦୪ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୩,୫୭୦ ଟଙ୍କା ରହିଛି । ଭୁବନେଶ୍ୱରରେ ୧୮ କ୍ୟାରେଟ୍ ସୁନା ୧ ଗ୍ରାମ ପ୍ରତି ୧୧,୧୦୩ ଟଙ୍କା ରହିଛି ।
Disclaimer: ଆପଣଙ୍କୁ କହିରଖୁଛୁ ଯେ, ଏଠାରେ ପ୍ରଦାନ କରାଯାଇଥିବା ସୁନା ଦରରେ ମେକିଂ ଚାର୍ଜ ଏବଂ ଜିଏସଟି ଅନ୍ତର୍ଭୁକ୍ତ ନୁହେଁ । ମେକିଂ ଚାର୍ଜ ଏବଂ ଜିଏସଟି ମିଶାଇଲେ ସୁନା ଦରରେ ପାର୍ଥକ୍ୟ ଆସିବା ସ୍ୱଭାବିକ । ତେଣୁ ଆପଣ ନିଜ ଅଞ୍ଚଳର ପ୍ରକୃତ ସୁନାଦର ଜାଣିବା ପାଇଁ ସ୍ଥାନୀୟ ଅଳଙ୍କାର ବ୍ୟବସାୟୀଙ୍କ ସହ ଯୋଗାଯୋଗ କରନ୍ତୁ ।