NEET-UG 2026: ନିଟ୍ ୟୁଜି ପେପର୍ ଲିକ୍ ମାମଲାରେ ଚାର୍ଜ ଫ୍ରେମ ଘଟଣା। ଏହି ମାମଲାରେ ଦିଲ୍ଲୀର ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ଆଜି(ଶନିବାର) ଏହି ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଆନୁଷ୍ଠାନିକ ଭାବରେ ଚାର୍ଜ ଫ୍ରେମ କରିଛି ସିବିଆଇ ବୋଲି ଜଣା ପଡି଼ଛି।
ସୂଚନା ଅନୁସାରେ,ଜୁଲାଇରେ ନିଟ୍ ପେପର୍ ଲିକ୍ ମାମଲାରେ ସିବିଆଇ ପ୍ରଥମ ଚାର୍ଜ ସିଟ୍ ଦାଖଲ କରିଥିଲା। ସିବିଆଇ ୨୦,୦୦୦ ପୃଷ୍ଠାର ଚାର୍ଜ ସିଟ୍ ଦାଖଲ କରିଥିବା ଜଣାପଡିଛି। ପୂର୍ବରୁ, ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପୁଣି ଏହାର ଆଗାମୀ ଶୁଣାଣୀ ନଭେମ୍ବର ୨୫ ତାରିଖରେ ହେବ।
ଅଗଷ୍ଟ ମାସରେ, ନିଟ୍-ୟୁଜି ୨୦୨୬ ପେପର୍ ଲିକ୍ ମାମଲାର ଶୁଣାଣି ସମୟରେ,ସୁପ୍ରିମକୋର୍ଟ (NTA)ର ପରୀକ୍ଷା ବ୍ୟବସ୍ଥା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ। ବିଚାରପତି,ପିଏସ ନରସିଂହ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଥିଲେ ଯେ, ପରୀକ୍ଷା ବ୍ୟବସ୍ଥା କେବଳ ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟନ୍ତ ସୀମିତ ହୋଇପାରିବ ନାହିଁ। ଏଥିପାଇଁ ଏକ ଦୃଢ଼ ଏବଂ ସ୍ଥାୟୀ ସାଂସ୍ଥାଗତ ଢାଞ୍ଚା ଜରୁରୀ।