Odisha News: ବାତ୍ୟା ଅକ୍ବାନ୍ ଯାଇଛି ସତ ହେଲେ ଚାଷୀଙ୍କ ମେରୁଦଣ୍ତ ଦୋହଲାଇ ଦେଇଛି। 'ଅକଭାନ୍'(Akvan) ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ,ଓଡ଼ିଶାରୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି । ଏନେଇ ଏସଆରସି (SRC) ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ପରେ ରାଜ୍ୟରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଏବଂ କ୍ଷୟକ୍ଷତିର ଆକଳନ ଏବଂ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଜୋରଦାର ଆରମ୍ଭ ହୋଇଯାଇଛି।
ଯଦିଓ ବାତ୍ୟାଟି ଆନ୍ଧ୍ର ଆଡ଼କୁ ଗତି କରିବାର ଅନୁମାନ କରାଯାଇଥିଲା,ତଥାପି ନଭେମ୍ବର ୧୮ ତାରିଖରେ ଏହା ହଠାତ୍ ନିଜର ଗତିପଥ ବଦଳାଇ ଓଡ଼ିଶା ଆଡ଼କୁ ମୁହାଁଇଥିଲା। ଏନେଇ ବିଶେଷ ଭାବରେ କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ପୁରୀ ଏବଂ ଜଗତସିଂହପୁର ସମେତ ପ୍ରଭାବିତ ହେବା ପୂର୍ବରୁ ସରକାର ବ୍ୟାପକ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିଥିଲେ। ଏବଂ ମୁକାବିଲା ପ୍ରସ୍ତୁତି କରାଯାଇଥିଲା। ଜିରୋ କାଜୁଆଲିଟିକୁ ଆଧାର କରି, ସରକାର ବିଭିନ୍ନ ପ୍ରକା ପଦକ୍ଷେପ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏକ ଟିମ୍ ଭାବରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିଥିଲେ। ଆଗାମୀ ଦିନରେ,ରାଜ୍ୟ ସରକାର କୃଷି ଫସଲର କ୍ଷୟକ୍ଷତି ଆକଳନ କରିବେ ବୋଲି କହିଛନ୍ତି ଏସଆରସି। ଯାହା ଫଳରେ ପ୍ରଭାବିତ ଚାଷୀମାନେ ସହାୟତା ପାଇପାରିବେ।