• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ହବିଷ୍ୟାଳୀଙ୍କ ସମେତ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ସହ ପଞ୍ଚୁକ ବ୍ରତ ପାଳନ କରି ପୁଣ୍ୟ ଅର୍ଜନ କରିବାକୁ ଭକ୍ତମାନେ ଶ୍ରୀମନ୍ଦିରରେ ପହଞ୍ଚୁଛନ୍ତି।

Written ByPriyambada RanaEdited ByPriyambada Rana
Published: Nov 21, 2026, 11:58 IST|Updated: Nov 21, 2026, 12:02 IST
joinshare
Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

    ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

    2

    Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

    3

    HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

    4

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    5

    KL Rahul Creates History: ୧୬୯ ବଲ୍‌ରେ ରାହୁଲଙ୍କ ବଡ଼ ରେକର୍ଡ, WTCରେ ଛୁଇଁଲେ...

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ପବିତ୍ର ପଞ୍ଚୁକ ବ୍ରତ। କାର୍ତ୍ତିକ ଶୁକ୍ଳ ଏକାଦଶୀ ବା ବଡ଼ ଏକାଦଶୀ ତଥା ହରି ଉତ୍ଥାପନ ଏକାଦଶୀ ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ଦୁର୍ଲଭ ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶକୁ ଠିଆକିଆ ବେଶ ବୋଲି ମଧ୍ୟ କୁହାଯାଏ।

    ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି। ହବିଷ୍ୟାଳୀଙ୍କ ସମେତ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ରେ ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ସହ ପଞ୍ଚୁକ ବ୍ରତ ପାଳନ କରି ପୁଣ୍ୟ ଅର୍ଜନ କରିବାକୁ ଭକ୍ତମାନେ ଶ୍ରୀମନ୍ଦିରରେ ପହଞ୍ଚୁଛନ୍ତି।

    ALSO READ: HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

    ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ମାର୍କେଟ ଛକଠାରୁ ଅସ୍ଥାୟୀ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରୁଥିବା ବେଳେ ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି। ବାହାରକାଠ ନିକଟରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

    ସେହିପରି ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନର ସମନ୍ୱୟରେ ମୋଟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏହାଦ୍ୱାରା ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଶା ରଖାଯାଇଛି।

    ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପାରମ୍ପରିକ ପାଞ୍ଚ ଦିନ ପରିବର୍ତ୍ତେ ଚାରି ଦିନ ଧରି ପଞ୍ଚୁକ ପାଳନ କରାଯାଉଛି। ଏହି ଚାରି ଦିନ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ପଞ୍ଚୁକ ଅବସରରେ ପୁରୀକୁ ଭକ୍ତଙ୍କ ଆଗମନ ବଢ଼ିଥିବାରୁ ଶୃଙ୍ଖଳିତ ଦର୍ଶନ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

    Add Zee News as a Preferred Source
    TAGS:
    Odia News