• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ଚାଷଜମିରେ ପାଣି ଜମି ରହି ଫସଲ ନଷ୍ଟ ହୋଇଛି। ବୁଗୁଡ଼ା ବ୍ଲକର ବାଘୁଆ ଡ୍ୟାମ୍‌ର ଗେଟ୍ ଖୋଲାଯିବା ପରେ ଧନେଇ କେନାଲର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପୋଲସରା ବ୍ଲକର ବିଭିନ୍ନ ଗାଁରେ ରାତିରେ ବନ୍ୟାଜଳ ପ୍ରବେଶ କରିଛି। ସେହିପରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ଦୁଇ ଦିନର ଲଗାଣ ବର୍ଷାରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହୋଇଛି।

Written ByPriyambada RanaEdited ByPriyambada Rana
Published: Nov 21, 2026, 13:09 IST|Updated: Nov 21, 2026, 13:13 IST
joinshare
ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି
Image Credit: AI

About the Author

    Priyambada Rana

    Priyambada Rana

    I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

    ବାତ୍ୟା ‘ଅକୱାନ୍’ ପରେ ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା; ଫସଲ କ୍ଷୟକ୍ଷତି ଆକଳନ ପରେ ମିଳିବ ଇନ୍‌ପୁଟ୍ ସବସିଡି

    2

    Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

    3

    HRMS ପୋର୍ଟାଲରେ ଜାଲ୍ ବିଲ୍ କରି ୧.୨୩ କୋଟି ହଡ଼ପ! ଭିଜିଲାନ୍ସ ଜାଲରେ ବନ ବିଭାଗର ବରିଷ୍ଠ ସହାୟକ

    4

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    5

    KL Rahul Creates History: ୧୬୯ ବଲ୍‌ରେ ରାହୁଲଙ୍କ ବଡ଼ ରେକର୍ଡ, WTCରେ ଛୁଇଁଲେ...

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Crop Damage: ବାତ୍ୟା ‘ଅକୱାନ୍’ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ରାଜ୍ୟର ଅନେକ ଅଞ୍ଚଳରେ ଦୁର୍ଦ୍ଦଶା ବଢ଼ାଇଛି। ବିଶେଷକରି ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ, ପୁରୀ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ସମେତ ବିଭିନ୍ନ ଜିଲ୍ଲାରେ ଚାଷଜମି ଜଳମଗ୍ନ ହୋଇ ଧାନ, ମୁଗ, ବିରି ଓ ପନିପରିବା ଫସଲ ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ କ୍ଷୟକ୍ଷତିର ଆକଳନ ପରେ ଇନ୍‌ପୁଟ୍ ସବସିଡି ଓ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

    ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ SRC ରାଜେଶ ପ୍ରଭାକର ପାଟିଲ ମଧ୍ୟ ପ୍ରେସମିଟ୍ କରିଛନ୍ତି। ତାଙ୍କ ସୂଚନା ଅନୁସାରେ, ବାତ୍ୟା ଅକୱାନ୍ ପ୍ରଭାବରେ ଗଞ୍ଜାମ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି। କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ତୁରନ୍ତ ରିଲିଫ୍ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଛି। ଏଥିସହ ଭୂସ୍ଖଳନ ଆଶଙ୍କାରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଏବଂ ଭୂସ୍ଖଳନ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ବିଭାଗ ସହ ବୁଝାମଣା କରାଯିବା ନେଇ ଆଲୋଚନା ହେବ ବୋଲି ସେ କହିଛନ୍ତି।

    ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ଚାଷଜମିରେ ପାଣି ଜମି ରହି ଫସଲ ନଷ୍ଟ ହୋଇଛି। ବୁଗୁଡ଼ା ବ୍ଲକର ବାଘୁଆ ଡ୍ୟାମ୍‌ର ଗେଟ୍ ଖୋଲାଯିବା ପରେ ଧନେଇ କେନାଲର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ପୋଲସରା ବ୍ଲକର ବିଭିନ୍ନ ଗାଁରେ ରାତିରେ ବନ୍ୟାଜଳ ପ୍ରବେଶ କରିଛି। ସେହିପରି ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଅଞ୍ଚଳରେ ଦୁଇ ଦିନର ଲଗାଣ ବର୍ଷାରେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହୋଇଛି।

    ALSO READ: Panchuka: ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପଞ୍ଚୁକ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

    ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ବାତ୍ୟା ଯୋଗୁଁ ରାଜ୍ୟରେ ବଡ଼ ଧରଣର ଧନଜୀବନ ହାନି ହୋଇନାହିଁ। ପାଣିପାଗ ବିଭାଗର ସଠିକ୍ ପୂର୍ବାନୁମାନ ଓ ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ପ୍ରାୟ ୩.୭୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏହାଦ୍ୱାରା ସରକାରଙ୍କ ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ସେ କହିଛନ୍ତି।

    ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇ ଉତ୍ତର ଦିଗକୁ ଗତି କରୁଥିବାରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିଲା। ଏହି ଦୁଇ ଜିଲ୍ଲାକୁ ରେଡ୍ ଜୋନ୍‌ରେ ରଖି ପ୍ରଶାସନକୁ ସଜାଗ କରାଯାଇଥିଲା। ଅନ୍ୟପଟେ ମହାନଦୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା ଓ ବଂଶଧାରା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାରୁ ବଡ଼ ବନ୍ୟାର ଆଶଙ୍କା ନଥିବା କୁହାଯାଇଛି। ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଓ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

    ବ୍ରହ୍ମପୁର, ଦିଗପହଣ୍ଡି, ଭୁବନେଶ୍ୱର ଓ କଟକ ଭଳି ସହରରେ ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବାହିନୀ ଓ ପୌର ପ୍ରଶାସନ ପକ୍ଷରୁ ହାଇପାୱାର ପମ୍ପ ଓ ମେସିନ୍ ନିୟୋଜିତ କରାଯାଇଛି।

    ଫସଲ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି। କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ଚାଷୀଙ୍କୁ ଇନ୍‌ପୁଟ୍ ସବସିଡି ଓ ଅନ୍ୟାନ୍ୟ ସରକାରୀ ସହାୟତା ଦିଆଯିବ। ବୀମାଭୁକ୍ତ ହୋଇନଥିବା ଚାଷୀମାନେ ମଧ୍ୟ ବ୍ୟାଙ୍କ ଋଣ ପରିଶୋଧକୁ ନେଇ ଚିନ୍ତା ନକରିବାକୁ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ବାତ୍ୟା ପରବର୍ତ୍ତୀ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଶାସନ ସଜାଗ ରହିବ ବୋଲି ସେ କହିଛନ୍ତି।

    Add Zee News as a Preferred Source
    TAGS:
    Cyclone Update