Flights Cancelled: ବାତ୍ୟା 'ଅକ୍ୱାନ୍' ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। 'ଅକ୍ୱାନ୍'(Aqwan) ବାତ୍ୟାର ପ୍ରଭାବ ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ (IndiGo) ଏୟାରଲାଇନ୍ସର ଚାରୋଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ବାତିଲ୍ ହୋଇଥିବା ବିମାନ ଗୁଡିକ ଭୁବନେଶ୍ୱରରୁ କୋଲକାତା ଯାଉଥିବା (6E 7432), ଭୁବନେଶ୍ୱରରୁ ଆହ୍ଲାବାଦ ଯାଉଥିବା (96E 7723), ଭୁବନେଶ୍ୱରରୁ କୋଲକାତା ଯାଉଥିବା (6E 7434) ଏବଂ ଭୁବନେଶ୍ୱରରୁ କୋଲକାତା ଯାଉଥିବା (6E 7436) ସାମିଲ୍ ରହିଛି।ଏନେଇ ଇଣ୍ତିଗୋ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ବିମାନ ବାତିଲ୍ ହେବା ଯୋଗୁଁ ଭୁବନେଶ୍ୱରରୁ କୋଲକାତା ଏବଂ ଆହ୍ଲାବାଦ ଯାଉଥିବା ଯାତ୍ରୀମାନେ ସମସ୍ୟାରେ ପଡିଛନ୍ତି। ଯାହାକି ଭୁବନେଶ୍ୱରରୁ ଯାତାୟାତ ପାଇଁ ଅନ୍ୟତମ ବ୍ୟସ୍ତବହୁଳ ରୁଟ୍ ଅଟେ। ‘ଅକଭାନ୍’ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ଜୋରଦାର ପବନ ବହୁଥିବାରୁ ବିମାନ ଚଳାଚଳ ଉପରେ କଡ଼ା ନଜର ରଖାଯାଇଛି। ସେପଟେ, ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି ଯେ,ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ସେମାନେ ନିଜ ବିମାନର ସ୍ଥିତି (status) ଯାଞ୍ଚ କରିନିଅନ୍ତୁ।