SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Flights Cancelled: ବାତ୍ୟା 'ଅକ୍‌ୱାନ୍‌' ଏହିସବୁ ରୁଟ୍ ରେ ଫ୍ଲାଇଟ୍ ବାତିଲ୍, ଦେଖନ୍ତୁ ତାଲିକା

Flights Cancelled: ବାତ୍ୟା 'ଅକ୍‌ୱାନ୍‌' ଏହିସବୁ ରୁଟ୍ ରେ ଫ୍ଲାଇଟ୍ ବାତିଲ୍, ଦେଖନ୍ତୁ ତାଲିକା

Written By Narmada Behera Edited By Narmada Behera
Published: Nov 20, 2026, 14:24 IST | Updated: Nov 20, 2026, 14:28 IST
Image Credit: Representative - Social Media
Join

Flights Cancelled: ବାତ୍ୟା 'ଅକ୍‌ୱାନ୍‌' ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। 'ଅକ୍‌ୱାନ୍‌'(Aqwan) ବାତ୍ୟାର ପ୍ରଭାବ ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରୁ ଇଣ୍ଡିଗୋ (IndiGo) ଏୟାରଲାଇନ୍ସର ଚାରୋଟି ବିମାନ ଉଡ଼ାଣ ବାତିଲ କରାଯାଇଛି। ବାତିଲ୍ ହୋଇଥିବା ବିମାନ ଗୁଡିକ ଭୁବନେଶ୍ୱରରୁ କୋଲକାତା ଯାଉଥିବା (6E 7432), ଭୁବନେଶ୍ୱରରୁ ଆହ୍ଲାବାଦ ଯାଉଥିବା (96E 7723), ଭୁବନେଶ୍ୱରରୁ କୋଲକାତା ଯାଉଥିବା (6E 7434) ଏବଂ ଭୁବନେଶ୍ୱରରୁ କୋଲକାତା ଯାଉଥିବା (6E 7436) ସାମିଲ୍ ରହିଛି।ଏନେଇ ଇଣ୍ତିଗୋ ପକ୍ଷରୁ ସୂଚନା ଦିଆଯାଇଛି। 

ALSO READ: Cyclone Update: ବାତ୍ୟା 'ଅକ୍‌ୱାନ୍‌' କୁ ନେଇ ବଡ଼ ସୂଚନା ଦେଲେ ଆଇଏମଡ଼ି ଡିଜି!

ALSO READ: Cyclone Aqwan: ଗୋପାଳପୁର ନିକଟରେ ବାତ୍ୟା ‘ଆକୱାନ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ୩ ଲକ୍ଷରୁ ଊର୍ଦ୍ଧ୍ୱ ସ୍ଥାନାନ୍ତର; ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟ ଶାସନ ସଚିବ

ଏହି ବିମାନ ବାତିଲ୍ ହେବା ଯୋଗୁଁ ଭୁବନେଶ୍ୱରରୁ କୋଲକାତା ଏବଂ ଆହ୍ଲାବାଦ ଯାଉଥିବା ଯାତ୍ରୀମାନେ ସମସ୍ୟାରେ ପଡିଛନ୍ତି। ଯାହାକି ଭୁବନେଶ୍ୱରରୁ ଯାତାୟାତ ପାଇଁ ଅନ୍ୟତମ ବ୍ୟସ୍ତବହୁଳ ରୁଟ୍ ଅଟେ। ‘ଅକଭାନ୍’ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ଜୋରଦାର ପବନ ବହୁଥିବାରୁ ବିମାନ ଚଳାଚଳ ଉପରେ କଡ଼ା ନଜର ରଖାଯାଇଛି। ସେପଟେ, ଏୟାର ଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି ଯେ,ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ବିମାନବନ୍ଦରରେ ପହଞ୍ଚିବା ପୂର୍ବରୁ ସେମାନେ ନିଜ ବିମାନର ସ୍ଥିତି (status) ଯାଞ୍ଚ କରିନିଅନ୍ତୁ।

 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES