Trains Cancelled: ବାତ୍ୟା 'ଅକଭାନ୍' ପାଇଁ ଏହିସବୁ ରୁଟ୍ ରେ ଟ୍ରେନ୍ ବାତିଲ୍, ଦେଖନ୍ତୁ ପୂରା ତାଲିକା
Trains Cancelled: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ଚଳାଚଳ ରେ ସାମ୍ଭାବ୍ୟ ବିପଦ ଏଡାଇବାକୁ ଅଧିକ ଟ୍ରେନ୍ ବାତିଲ୍, ଗତିପଥ ପରିବର୍ତ୍ତନ ଏବଂ ସମୟ ପୁନଃ ନିର୍ଦ୍ଦାରଣ କରାଯାଇଛି।
Trains Cancelled: ବାତ୍ୟା ଅକଭାନ୍ କୁ ଦୃଷ୍ଟିରେ ରଖି ଯାତ୍ରୀ ସୁରକ୍ଷା ଏବଂ ଟ୍ରେନ ଚଳାଚଳ ରେ ସାମ୍ଭାବ୍ୟ ବିପଦ ଏଡାଇବାକୁ ଅଧିକ ଟ୍ରେନ୍ ବାତିଲ୍, ଗତିପଥ ପରିବର୍ତ୍ତନ ଏବଂ ସମୟ ପୁନଃ ନିର୍ଦ୍ଦାରଣ କରାଯାଇଛି। ନଭେମ୍ବର ୧୯,୨୦ ଓ ୨୧ ତାରିଖରେ ଚଳାଚଳ କରିବାକୁ ଥିବା ୪୪ ଟି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ୨୯ଟି ଟ୍ରେନର ଚଳାଚଳ ସମୟ ପୁନଃନିର୍ଦ୍ଦାରଣ କରାଯାଇଛି।
ଏଥିସହ ୪ଟି ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି। ସୂଚନା ଯୋଗ୍ୟ, ଭୁବନେଶ୍ବର- ବିଶାଖାପାଟଣା ବନ୍ଦେ ଭାରତ ଏକ୍ପପ୍ରେସ୍, ହାଓ୍ବଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍, ଟାଟାନଗର-ବ୍ରହ୍ମପୁର- ବନ୍ଦେ ଭାରତ ଏକ୍ସପ୍ରେସ୍, ପୁରୀ-ଯଶବନ୍ତପୁର ଗରିବ ରଥ ଏକ୍ସପ୍ରେସ୍ କୁ ବାତିଲ୍ କରାଯାଇଛି। ଏଥିସହ ବିଶାଖାପାଟଣା-ଅମୃତସହର ହୀରାକୁଦ୍ ଏକ୍ସପ୍ରେସ୍ ର ନିର୍ଦ୍ଦାରିତ ଗତିପଥ ବଦଳରେ ବିଜୟନଗରମ୍ -ରାୟଗଡା-ଟିଟିଲାଗଡ଼ ସମ୍ବଲପୁର ମାର୍ଗକେ ଚଳାଚଳ କରିବ।
ALSO READ: Cyclone Aqwan:ବାତ୍ୟା ଅକଓ୍ବାନର ଲ୍ୟାଣ୍ତଫଲ୍ ପ୍ରକ୍ରିୟା ଆରମ୍ଭ!ହାଇ ଆଲର୍ଟରେ ରାଜ୍ୟରେ ଏହିସବୁ ଜିଲ୍ଲା
ALSO READ: Odisha DGP:ଆଉ କାର୍ଯ୍ୟକାଳ ବଢିବ ନାହିଁ,୩୦ରେ ଅବସର ନେବେ ଡିଜିପି ବିନୟତୋଷ
ସେହିପରି, ତିନୋଟି ଦୂରଗାମୀ ଏକ୍ସପ୍ରେସ୍ କନ୍ୟାକୁମାରୀ -ଦେବ୍ରିଗଡ ବିବେକ୍ ଏକ୍ସପ୍ରେସ୍ ,ବେଙ୍ଗାଲୁରୁ-ହାଓ୍ବଡା ଦୂରନ୍ତୋ ଏକ୍ସପ୍ରେସ୍ ଏବଂ ସିକନ୍ଦରାବାଦ୍- ହାଓ୍ବଡା ଫଲକନାମା ଏକ୍ସପ୍ରେସ୍ ମଧ୍ୟ ବିକଳ୍ପ ଗତିପଥ ଦେଇ ଯାତ୍ରା କରିବ। ବାତିଲ୍ ହୋଇଥିବା ଟ୍ରେନ୍ ଗୁଡିକ ମଧ୍ୟରେ ବିଭିନ୍ନ ଦୂରଗାମୀ ଏକ୍ସପ୍ରେସ୍, ବନ୍ଦେ ଭାରତ ,ପାସେଞ୍ଜର ଏବଂ ମେମୁ ଟ୍ରେନ୍ ରହିଛି। ଏହି ଟ୍ରେନ୍ ଗୁଡିକ ଓଡି଼ଶାକୁ ପଡ଼ୋଶୀ ରାଜ୍ୟ ଗୁଡିକ ସହ ସଂଯୋଗ କରୁଛି। ବିଶେଷ କରି, ପୁରୀ, ଭୁବନେଶ୍ବର, କଟକ ଓ ବ୍ରହ୍ମପୁରକୁ ଯାତାୟତ କରୁଥିବା ଅନେକ ଟ୍ରେନ୍ ଏହା ଦ୍ବାରା ପ୍ରଭାବିତ ହେବ।