• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Kotia Election:ଆନ୍ଧ୍ର କଲା ବଡ଼ ଚାଲ୍! ପ୍ରଶାସନର କଟକଣାକୁ ନ ଡରି ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର

Kotia Election:ଆନ୍ଧ୍ର କଲା ବଡ଼ ଚାଲ୍! ପ୍ରଶାସନର କଟକଣାକୁ ନ ଡରି ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର

Kotia Election: ଆଜି ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି। କୋଟିଆରେ ନିର୍ବାଚନ କରିବା ନେଇ ଆନ୍ଧ୍ର ଚଳାଇଥିବା ଚାଲ୍ କୁ କୋରାପୁଟ୍ ପ୍ରଶାସନ ସହ ରାଜ୍ୟର ରାଜନେତା ଟାଳି ସିନା ଦେଲେ। ହେଲେ, ଆଜି କୋଟିଆରେ ଥିବା ଆନ୍ଧ୍ର ଭୋଟର ଯାଇ ଭୋଟ୍ ଦେଇ ଆସିଛନ୍ତି।

Written ByNarmada BeheraEdited ByNarmada Behera
Published: Nov 05, 2026, 01:54 PM IST|Updated: Nov 05, 2026, 02:11 PM IST
joinshare
Kotia Election:ଆନ୍ଧ୍ର କଲା ବଡ଼ ଚାଲ୍! ପ୍ରଶାସନର କଟକଣାକୁ ନ ଡରି ଭୋଟ୍ ଦେଲେ କୋଟିଆରେ ଥିବା ଆନ୍ଧ୍ର ଭୋଟର
Image Credit: Representative - AI / Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Kotia Election: ଆଜି ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି। କୋଟିଆରେ ନିର୍ବାଚନ କରିବା ନେଇ ଆନ୍ଧ୍ର ଚଳାଇଥିବା ଚାଲ୍ କୁ କୋରାପୁଟ୍ ପ୍ରଶାସନ ସହ ରାଜ୍ୟର ରାଜନେତା  ଟାଳି ସିନା ଦେଲେ। ହେଲେ, ଆଜି କୋଟିଆରେ ଥିବା ଆନ୍ଧ୍ର ଭୋଟର ଯାଇ ଭୋଟ୍ ଦେଇ ଆସିଛନ୍ତି। ସେମାନେ କେମିତି ଓ କେଉଁ ପରିସ୍ଥିତିରେ ସେଠାକୁ ଯାଇ ଭୋଟ୍ ଦେଲେ  ସେ ଖବର କାହା ପାଖରେ ନଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ନେରେଡିଓ୍ବାଲସାଲ ରୁ ସରକି ଭୟା ସୁଙ୍କି ଘାଟି ଦେଇ  ଭୋଟ୍ ଦେବାକୁ ଯାଉଥିବା ର ଚିତ୍ର ମଧ୍ୟ ଏବେ ସାମ୍ନାକୁ ଆସିଛି। ଏପରିକି ଆଉ କିଛି ଭୋଟରଙ୍କୁ ଆନ୍ଧ୍ର ଭୋଟ୍ ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ପୋଲିସ୍ ଅଟକ ରଖିଥିବା ସୂଚନା ମିଳିଛି। ଶୁଙ୍କି ଘାଟିକେ ଯାଞ୍ଚ ପରେ ଅଟକ ରଖାଯାଇଥିବା ଜଣାପଡିଛି। ତେବେ,ଆଉ କିଛି ବାସିନ୍ଦା ଭୋଟ୍ ଦେଇ ଫେରିବା ବେଳେ ପୋଲିସ୍ ସହ ଯୁକ୍ତିତର୍କ ସହ କଥାକଟାକଟି ହୋଇଥିଲା

    ସେପଟେ, ଏନେଇ କଂଗ୍ରେସ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀ ପତି ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ଯେ, ଆନ୍ଧ୍ର ଏଠିକାର ଲୋକଙ୍କୁ କିଛି ଟଙ୍କା ଦେଇ କିଛି ଏଜେଣ୍ଟ ଲଗାଇ ତାଙ୍କୁ ଏଇଠୁ ୨ ଦିନ ଆଗରୁ ନେଇଯାଇଛି। ଏବଂ ପରେ ବୁଥ୍ କରିବାକୁ ମନା କରିଦେଲା। ଏହା ଏକ ବଡ଼ ଷଡଯନ୍ତ୍ର। ଭୋଟରଙ୍କୁ ଚୋରି କରିଛି ଆନ୍ଧ୍ର। ଯେଉଁମାନେ ଆନ୍ଧ୍ରରେ ଭୋଟ୍ ଦେଇଛନ୍ତି, ସେମାନେ ଓଡ଼ିଶାରେ ରହିବାର ଅଧିକାର ନାହିଁ। ଏହି ପ୍ରସଙ୍ଗରେ ଉଭୟ ରାଜ୍ୟମୁଖ୍ୟମନ୍ତ୍ରୀଙ୍କ ସହ ୨୦ ଜଣ ସାଂସଦ ବସି ବୈଠକ କଲେ ସମସ୍ୟାର ସମାଧାନ ହେବ। ଏନଇ କେନ୍ଦ୍ରର ହସ୍ତକ୍ଷେପ ଜରୁରୀ। ଯଦି ଏପରି ନ ହୁଏ। ଆଗାମୀ ଦିନରେ ଏହା ଓଡିଶା ପାଇଁ ବହୁତ ବଡ ବିପଦ ଆଣିବ।

    ALSO READ: Ap Eletion 2026: ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ,ହାଇ ଆଲର୍ଟରେ ବିବାଦୀୟ କୋଟିଆ,୨୧ ଗାଁରେ ୧୬୩ କଟକଣା ଲାଗୁ...

    ବରିଷ୍ଠ କଂଗ୍ରେସ ନେତା ତଥା ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ୍ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,ଆନ୍ଧ୍ର ଅନୁପ୍ରବେଶ କରି  ଓଡିଶା ମାଟିରେ ବୁଥ୍ କରୁଥିଲା। ସବୁ ଦଳ ମିଳିତ ସହଯୋଗ ସହ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବୁଥ୍ ବନ୍ଦ ହେଲା। ଏହା ଓଡିଶାର ନୈତିକ ବିଜୟୀ ହୋଇଛି ବୋଲି ସେ କହିଛନ୍ତି। କିନ୍ତୁ କିଛି ଲୋକେ ଲୁଚିକି ଯାଇ ଆନ୍ଧ୍ରରେ ଭୋଟ୍ ଦେଇଛନ୍ତି। ଆଗାମୀ ଦିନରେ ଏଠାରେ ସରକାର ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରନ୍ତି। ଏଠାରେ ଚାଲିଥିବା ଲୁଚାକାଳି ଖେଳ ବନ୍ଦ ହେବ।  ସେପଟେ, ବରିଷ୍ଠ ବିଜେଡି଼ ନେତା ଭୃଗୁ ବକ୍ସିପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି।  ସେ କହିଛନ୍ତି ଯେ , ଓଡ଼ିଶା ରେ ସୀମା ଭିତରେ ବୁଥ୍ କରାଇ ଦେଲୁନି। ହେଲେ, ଆନ୍ଧ୍ର  ଭିତରେ ସେମାନେ ଭୋଟ୍ କରୁଛନ୍ତି। ଏବଂ ପ୍ରାୟ ୭ ଜଣ ଲୋକେ ସେଠାରୁ ଭୋଟ୍ ଦେଇ ଫେରିବା ମଧ୍ୟ ଦେଖିଛୁ। କିଏ କେଉଁ ବାଟେ ଗଲେ ଭୋଟ୍ ଦେବାକୁ ଏଠାରେ କାହାକୁ ଧରିପାରିବୁ ନାହିଁ। କୋଟିଆରେ କିଛି ଦଲାଲ୍ ଅଛନ୍ତି। ଭୋଟରଙ୍କୁ ପଇସା ଦେଇଛନ୍ତି। ସେମାନେ କୋଟିଆ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। ସେହି ଦଲାଲ୍ ଙ୍କ ନାଁରେ ସରକାର ଓ ଜିଲ୍ଲା ପ୍ରଶାସନ ଆକ୍ସନ ନେବା ଦରକାର।

     

    Add Zee News as a Preferred Source
    TAGS:
    Kotia