Kotia Issue:ପୁଣି କୋଟିଆ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ସେପଟେ ବିଭାଗୀୟ ମନ୍ତ୍ରୀ କହିଲେ...
Kotia Issue:ପୁଣି ଚର୍ଚ୍ଚାରେ କୋଟିଆ। କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏନେଇ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ଓଡ଼ିଶା ପୋଲିସ। ପରିସ୍ଥିତି ଏପରି ହୋଇଛି ଯେ, ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।
Kotia Issue:ପୁଣି ଚର୍ଚ୍ଚାରେ କୋଟିଆ। କୋଟିଆରେ ଆନ୍ଧ୍ର କରିବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଏନେଇ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ଓଡ଼ିଶା ପୋଲିସ। ପରିସ୍ଥିତି ଏପରି ହୋଇଛି ଯେ, ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧି। ଏ-ନେଇ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି। ୨୦୨୪ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୃତିକୁ ମନେ ପକାଇ ଦେଇଛନ୍ତି ନବୀନ୍। ସେ ଚିଠିରେ ଲେଖିଛନ୍ତି ଯେ, ଇସ୍ତାହାର ଅନୁସାରେ କୋଟିଆର ସମାଧାନ କର, କାହିଁକିନା ଆନ୍ଧ୍ର ଓ ଓଡ଼ିଶାରେ ଏନଡିଏ ସରକାର ଅଛି।
ସେପଟେ, କୋଟିଆ ପ୍ରସଙ୍ଗକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ମଧ୍ୟରେ ଆନ୍ଧ୍ର ସରକାରଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗୋଟିଏ ଅଞ୍ଚଳରେ ଦୁଇ ଜଣ ସରପଞ୍ଚ ଓ ଦୁଇ ଜଣ ସମିତି ସଭ୍ୟ କିପରି ରହିବେ ବୋଲି ପ୍ରଶ୍ନ କରିବା ସହ ଆନ୍ଧ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ।
ALSO READ: Agniveer: ଦୀପାବଳି ପୂର୍ବରୁ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଖବର! ୨ ବର୍ଷ ବଢିଲା କାର୍ଯ୍ୟକାଳ ଅବଧି
ସେ କହିଛନ୍ତି, କୋଟିଆ ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଛି। ସେହି ଅଞ୍ଚଳରେ ଆନ୍ଧ୍ର ସରକାରଙ୍କର କୌଣସି ସରକାରୀ କାର୍ଯ୍ୟାଳୟ ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ଏପରିକି ଅଞ୍ଚଳର ପୋଲିସ ଅଧିକାର କ୍ଷେତ୍ର ମଧ୍ୟ ଓଡ଼ିଶା ଅଧୀନରେ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆନ୍ଧ୍ର ଏଭଳି କାର୍ଯ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି।
୨୦୨୧ ମସିହାରେ ଆନ୍ଧ୍ର ପକ୍ଷରୁ ଧର୍ମାନୁଷ୍ଠାନ ଭିତରେ ପ୍ରବେଶ କରି ପୋଲିଂ ବୁଥ୍ କରାଯାଇଥିଲା। କିନ୍ତୁ ଏଥର ସେଭଳି କାର୍ଯ୍ୟ କରିବାକୁ ଦିଆଯିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସୁରେଶ ପୂଜାରୀ। ଏଥର ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟର ଜନତା, ନେତା ଓ ସରକାରୀ କର୍ମଚାରୀ ଏକାଠି ହୋଇଛନ୍ତି। ସ୍ଥାନୀୟ ଲୋକେ ଆନ୍ଧ୍ର ପକ୍ଷରୁ ଲଗାଯାଇଥିବା ପୋଷ୍ଟର ଚିରି ପ୍ରତିବାଦ କରୁଛନ୍ତି। ଜଣେ ସବ୍କଲେକ୍ଟର ମଧ୍ୟ ଆନ୍ଧ୍ରର ଏଭଳି ଉଦ୍ୟମ ବିରୋଧରେ ଲଢ଼ୁଛନ୍ତି। ଏଥିରେ ସମସ୍ତ ରାଜନୈତିକ ଦଳ ଏକାଠି ହୋଇଥିବା ସେ କହିଛନ୍ତି।
କୋଟିଆରେ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସେଠାରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି। ଆଜି ଆଉ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ପ୍ରଶାସନିକ ଅଧିକାରୀଙ୍କ ସହ ସାମାଜିକ କର୍ମୀ ଓ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବିଭିନ୍ନ ବର୍ଗର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ରହିବେ।
କୋଟିଆ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଇନଗତ ଲଢ଼େଇ ଜାରି ରହିବା ସହ ଅନ୍ୟ କେଉଁ ଆଇନଗତ ପଦକ୍ଷେପ ନିଆଯାଇପାରିବ। ସେନେଇ ମଧ୍ୟ ସରକାର ବିଚାର କରୁଛନ୍ତି। କୌଣସି ପରିସ୍ଥିତିରେ ଓଡ଼ିଶାର ଅଭିମାନ, ଅସ୍ମିତା ଓ ଭୂଗୋଳ ସହ କାହାକୁ ଖେଳିବାକୁ ଦିଆଯିବ ନାହିଁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।