Odisha News: ଏବେ ସମସ୍ତଙ୍କ ନଜର କୋଟିଆ ଉପରେ। କାହିଁକିନା କୋଟିଆ ଉପରେ ନିଜର ହକ୍ ଜତେଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଛି ଆନ୍ଧ୍ର। ଆନ୍ଧ୍ର କୋଟିଆରେ କରିବାକୁ ଯାଉଛି ନିର୍ବାଚନ। ଡିସେମ୍ବର ୫ରେ ଆନ୍ଧ୍ର ନିର୍ବାଚନ କୋଟିଆରେ ଅନୁଷ୍ଠିତ ହେବାକୁ ଯାଉଛି। ଯାହାକୁ ନେଇ କୋରାପୁଟ୍ ପ୍ରଶାସନ କୋଟିଆରେ ଜଗି ରହିଛି । ଆଉ ନିର୍ବାଚନ କରାଇ ନ ଦେବାକୁ କରୁଛି ଅହରହ ଉଦ୍ୟମ । ସେପଟେ, କୋଟିଆ ଲୋକଙ୍କ ମନ ଜିତିବା ଲାଗି ଆନ୍ଧ୍ର ଚାଉଳ ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି।
ସେପଟେ, କୋଟିଆ ସହ ମାଲକାନଗିରିର ଗାଁ ଉପରେ ଆନ୍ଧ୍ରର ପୁଣି ନଜର ରଖିଛି। ଡିସେମ୍ବର ୫ରେ ନିର୍ବାଚନକୁ ନେଇ ସୁର ରାଉତରାୟଙ୍କ ଚିନ୍ତା ପ୍ରକଟ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ତାଙ୍କ କହିବା ଅନୁଯାୟୀ, ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରର ଏଭଳି ହସ୍ତକ୍ଷେପ ରାଜ୍ୟ ପାଇଁ ଚିନ୍ତାଜନକ ବିଷୟ।
କୋଟିଆକୁ ନେଇ ଦୀର୍ଘଦିନ ଧରି ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏବେ ମାଲକାନଗିରି ଜିଲ୍ଲାର ଧୂଳିପୁର ପଞ୍ଚାୟତ ଅନ୍ତର୍ଗତ ଝୁଣ୍ଡା ଅଞ୍ଚଳର ଦୁଇଟି ଗାଁରେ ମଧ୍ୟ ଆନ୍ଧ୍ର ପକ୍ଷରୁ ନିର୍ବାଚନ କରାଯିବା ନେଇ ଅଭିଯୋଗ ହୋଇଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ନିର୍ବାଚନ ହେବାକୁ ଥିବା ସୂଚନା ମିଳିଛି।
ଏହି ପ୍ରସଙ୍ଗରେ ସୁର ରାଉତରାୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ସୀମା ସୁରକ୍ଷା ପ୍ରତି ଧ୍ୟାନ ଆକର୍ଷଣ କରିଛନ୍ତି। ସୀମାନ୍ତ ଅଞ୍ଚଳରେ ଓଡ଼ିଶାର ଅଧିକାର ଓ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଥିବା ବେଳେ ଡିସେମ୍ବର ୫ର ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି।