Durga Puja 2026: ମୁଖ୍ୟମନ୍ତ୍ରୀ ଜଣାଇଲା ଦୁର୍ଗାପୂଜାର ଶୁଭେଚ୍ଛା, ଏଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ
Durga Puja 2026: ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Durga Puja 2026: ରାଜ୍ୟରେ ବେଶ୍ ଧୁମଧାମରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ମାଧ୍ୟମରେ ସେ ରାଜ୍ୟବାସୀଙ୍କୁ ଦୁର୍ଗା ପୂଜା ଉପଲକ୍ଷେ ଶୁଭେଚ୍ଛା , ମାଆ ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ। ସମସ୍ତଙ୍କ ମଙ୍ଗଳ ଓ ସୁଖ ସମୃଦ୍ଧି କାମନା କରିଛନ୍ତି। ମାତୃଶକ୍ତିର ଆରାଧାନା ଆମର ସଂସ୍କୃତି , ସଭ୍ୟତା ଅଙ୍ଗାଙ୍ଗୀ ଭାବେ ଜଡି଼ତ ବୋଲି ସେ କହିଛନ୍ତି।
ALSO READ: Kotia News: ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ, କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା ନେଇ...
ALSO READ: Weather Update: ଅକ୍ଟୋବର ୨୯ରେ ସାମ୍ଭାବ୍ୟ ବାତ୍ୟା ଆଶଙ୍କା! ଓଡ଼ିଶାରେ କ'ଣ ରହିବ ପ୍ରଭାବ ଜାଣନ୍ତୁ?
ସେପଟେ, ଗତବର୍ଷ ପରି ଚଳିତ ଥର ପୂଜା ମଣ୍ତପ ବୁଲିବେନି ମୋହନ ମାଝୀ। ଏଥର ପୂଜାକୁ ନିଡାମ୍ବର ଭାବେ ପାଳନ କରିବେ ସିଏମ୍। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି କାରଣରୁ ପୂଜାକୁ ଏପରି ଭାବେ ପାଳନ କରିବାକୁ ସେ ନିସ୍ପତ୍ତି ନେଇଛନ୍ତି। ବିଶେଷକରି, ଚାଷୀଙ୍କ ସମସ୍ୟା ଓ କ୍ଷୟକ୍ଷତି କୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।