• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା, ୮ ମନ୍ତ୍ରୀଙ୍କୁ ୮ ପ୍ରଭାବିତ ଜିଲ୍ଲା ଦାୟିତ୍ବ, ଦେଖନ୍ତୁ ପୂରା ତାଲିକା

Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା, ୮ ମନ୍ତ୍ରୀଙ୍କୁ ୮ ପ୍ରଭାବିତ ଜିଲ୍ଲା ଦାୟିତ୍ବ, ଦେଖନ୍ତୁ ପୂରା ତାଲିକା

Cyclone Arnab : ସାମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ୮ ପ୍ରଭାବିତ ଜିଲ୍ଲା ଦାୟିଦ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଥିରେ ୨ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି।

Written ByNarmada BeheraEdited ByNarmada Behera
Published: Oct 26, 2026, 08:39 AM IST|Updated: Oct 26, 2026, 09:14 AM IST
joinshare
Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା, ୮ ମନ୍ତ୍ରୀଙ୍କୁ  ୮ ପ୍ରଭାବିତ ଜିଲ୍ଲା ଦାୟିତ୍ବ, ଦେଖନ୍ତୁ ପୂରା ତାଲିକା
Image Credit: Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Cyclone Arnab : ସାମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ପାଇଁ ୮ ଜଣ ମନ୍ତ୍ରୀଙ୍କୁ  ୮ ପ୍ରଭାବିତ ଜିଲ୍ଲା ଦାୟିଦ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ସେଥିରେ ୨ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି। ରାୟଗଡାରେ  ସ୍ଥିତି ତଦାରଖ ପାଇଁ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିୟୋଜିତ ହୋଇଥିବା ବେଳେ କୋରାପୁଟ୍ ପାଇଁ କନକ ବର୍ଦ୍ଧନ ସିଂଦେଓ, କନ୍ଧମାଳ ପାଇଁ ମନ୍ତ୍ରୀ ରବି ନାରାୟଣ  ନାଏକ, ଗଂଜାମ ପାଇଁ ବିଭୂତି ଜେନା, ନବରଙ୍ଗପୁର ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ମାଲନାଗରିରି ପାଇଁ ନିତ୍ୟାନନ୍ଦ ଗଣ୍ତ, ଗଜପତି ପାଇଁ ସୂରଜ ସୂର୍ଯ୍ୟବଂଶୀଙ୍କୁ ଦାୟିତ୍ବ ମିଳିଛି।

    ସମସ୍ତେ ଆସନ୍ତା ୨୭ ରୁ ୨୯ ଯାଏଁ ସମ୍ପୃକ୍ତ ଜିଲ୍ଲାରେ ରହିବେ।  ବାତ୍ୟା ବେଳେ ଯେମିତି କାହାର ଜୀବନ ନ ଯାଏ ସେ ଦିଗରେ କାମ କରିବେ। ଖାଲି ସେତିକି ନୁହେଁ,  ରାୟଗଡା ପାଇଁ  ଆଇଏଏସ କେ ସୁଦର୍ଶନ ଚକ୍ରବର୍ତ୍ତୀ, କୋରାପୁଟ ପାଇଁ ଡ. ପୋମା ଟୁଡୁ, ଗଜପତି ପାଇଁ ବିଜୟ କୁମାର ଦାଶ, ମାଲକାମଗିରି ପାଇଁ ଡ. ମହେଶ୍ବର ସ୍ବାଇଁ ଙ୍କୁ ଦାୟିତ୍ବ ମିଳିଛି। ଗଂଜାମ,ଗଜପତି, ରାୟଗଡା, କୋରାପୁଟ୍,  ମାଲକାନଗିରି ଆଦି ଜିଲ୍ଲାରେ ସର୍ବାଧିକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।  ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି।  ଏହି ୫ ଜିଲ୍ଲାରେ  ସ୍କୁଲ୍, କଲେଜ ଓ ଅଙ୍ଗନବାଡି କେନ୍ଦ୍ରକୁ ୨୮ ଓ ୨୯ ଯାଏଁ ବନ୍ଧ ରଖିବାକୁ ନିସ୍ପତ୍ତି ନିଆଯାଇଛି।

    ALSO READ: Cyclone Update: ସାମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଆସିଲା ବଡ଼ ଅପଡେଟ୍! ଲ୍ୟାଣ୍ତଫଲ୍ ପରେ ଓଡ଼ିଶାରେ...

    ଓଡ୍ରାଫ୍, ଏନଡିଆରଏଫ,ପ୍ରତିରକ୍ଷା ବାହୀନି  ବ୍ୟବସ୍ଥା କରାଯାଇଛି। ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି। ସମସ୍ତଙ୍କୁ ନିଜ କାର୍ଯ୍ୟାଳୟରେ ରହିବାକୁ କୁହାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ହୋଇଛି। ବିପର୍ଯ୍ୟୟ ପରିଚାଳନା ଲାଗି ଜରୁରୀ କାଳିନ ଅପରେସନ୍ କେନ୍ଦ୍ର ସମେତ ୨୪/୭ କଣ୍ଟ୍ରୋଲ ରୁମ୍  କାର୍ଯ୍ୟକାରୀ କରାଯାଇଛି। କଚ୍ଚାଘରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଉଛି। ଏବଂ ଗର୍ଭବତୀ ମହିଳାଙ୍କୁ ସ୍ଥାନୀୟ ମେଡିକାଲ୍, ସିଏଚସି, ପିଏଚସିକୁ ଅଣାଯାଇଛି।

    ବୃଦ୍ଧ ଓ ଶିଶୁ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ୫ ଜିଲ୍ଲାରେ ୨୪ ଓଡ୍ରାଫ୍ ଟିମ୍ ଓ ୬ଟି ଏନଡିଆରଏଫ୍ ଟିମ୍  ନିୟୋଜିତ କରାଯାଇଛି। ସମୁଦ୍ର ଉପରେ ସମ୍ପୁର୍ଣ୍ଣ କଟକଣା ଜାରି କରାଯାଇଛି। ଏବଂ କ୍ଷେତର ୮୦ ପ୍ରତିଶତ ପଚିଯାଇଥିବା ଶସ୍ୟକୁ ଅମଳକରି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ସୁବ୍ୟବସ୍ଥା,ଜରୁରୀ କାଳୀନ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ। ପ୍ରଭାବିତ ଅଞ୍ଚଳରେ ପଶୁମାନଙ୍କ ପାଇଁ ପଶୁଖାଦ୍ୟର ବଣ୍ଟନ ପାଇଁ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ମିଳିଛି।
     

     

    Add Zee News as a Preferred Source
    TAGS:
    Odia News