Cyclone Arnab Latest Update:ସୃଷ୍ଟି ହେଲା ବାତ୍ୟା 'ଅର୍ଣ୍ଣବ',୩୦ ଯାଏଁ ପର୍ଯ୍ୟଟକଙ୍କୁ ଗଞ୍ଜାମ ବେଳାଭୂମି ମନା
Cyclone Arnab Latest Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ଅର୍ଣ୍ଣବ'। ପାଣିପାଗ ବିଭାଗର ସୂଚନା ଅନୁସାରେ, ଯାହା ଗଭୀର ଅବପାତର ରୂପ ନେଇଛି। ୮ କିମି ବେଗରେ ଯାହା ଉପକୂଳ ଅଞ୍ଚଳକୁ ମାଡି ଆସୁଛି। ଆଜି ରାତି ସୁଦ୍ଧା ଗଭୀର ଅବପାତର ରୂପ ନେବ ବୋଲି ସୂଚନା ମିଳିଛି।
Cyclone Arnab Latest Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ଅର୍ଣ୍ଣବ'। ପାଣିପାଗ ବିଭାଗର ସୂଚନା ଅନୁସାରେ, ଯାହା ଗଭୀର ଅବପାତର ରୂପ ନେଇଛି। ୮ କିମି ବେଗରେ ଯାହା ଉପକୂଳ ଅଞ୍ଚଳକୁ ମାଡି ଆସୁଛି। ଆଜି ରାତି ସୁଦ୍ଧା ଗଭୀର ଅବପାତର ରୂପ ନେବ ବୋଲି ସୂଚନା ମିଳିଛି। ଯାହା ମଙ୍ଗଳବାର ଦିନ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ବୁଧବାର ଦିନ ଅର୍ଥାତ୍ ୨୮ ତାରିଖ ସକାଳ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଯାହା ବିଶାଖାପାଟଣା ଓ ବାଟପଲା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ALSO READ: Cyclone Arnab: ବାତ୍ୟା ଅର୍ଣ୍ଣବ ମୁକାବିଲା, ୮ ମନ୍ତ୍ରୀଙ୍କୁ ୮ ପ୍ରଭାବିତ ଜିଲ୍ଲା ଦାୟିତ୍ବ, ଦେଖନ୍ତୁ ପୂରା ତାଲିକା
ALSO READ: Cyclone Update: ସାମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଆସିଲା ବଡ଼ ଅପଡେଟ୍! ଲ୍ୟାଣ୍ତଫଲ୍ ପରେ ଓଡ଼ିଶାରେ...
ବାତ୍ୟାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଏହି ବାତ୍ୟାରେ ବିଶେଷକରି, ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ଗଜପତି, ଗଞ୍ଜାମ, କୋରାପୁଟ୍ ,ମାଲକାନଗିରି ଓ ରାୟଗଡା। ଏହି ସବୁ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ପ୍ରବଳ ବର୍ଷା ସହ ପବନ ବଢିବ। ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ କଡା ନିର୍ଦ୍ଦେଶନାମା ଜାରି କରିଛି। ଆସନ୍ତା ୩୦ ତାରିଖ ଯାଏଁ ଗଞ୍ଜାମ ଜିଲ୍ଲାର ବେଳାଭୂମିକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଯିବାକୁ ବାରଣ କରାଯାଇଛି । ଗୋପାଳପୁର, ସୁନାପୁରା ସମେତ ଜିଲ୍ଲାର ସବୁ ବେଳା ଭୂମି ପର୍ଯ୍ୟଟକଙ୍କ ପାଇଁ ମନା ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ୍ସ ଜରିଆରେ ସୂଚନା ପ୍ରଦାନ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଭଞ୍ଜନଗର ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିବା ଜଣାପଡ଼ିଛି।
ସାମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଆଜି ମୁଣ୍ତୁଳିରୁ ତିନୋଟି ରାଜ୍ୟକୁ ୧୧ ଟି ଟିମ୍ ଯାଇଛି। ଆନ୍ଧ୍ର, ଛତିଶଗଡ ଓ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଏହି ଟିମ୍ ଯାଇଛି। ଛତିଶଗଡ ପାଇଁ ୩ ଓ ଆନ୍ଧ୍ର ପାଇଁ ଚାରୋଟି ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି। ଓଡ଼ିଶାର୧୪୦ ଜଣଙ୍କୁ ନେଇ ଚାରୋଟି ଚିମ୍ ମୃତୟନ ହୋଇଛି । ଯେଉଁମାନେ ବିଶେଷକରି, ମାଲକାନଗିରି, କୋରାପୁଟ୍ ,ଗଜପତି ଓ ରାୟଗଡା ରେ ମୃତୟନ ହେବେ।