SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Cyclone: ୧୫ରେ ଅବପାତ! ୧୬ ସନ୍ଧ୍ୟାରେ ନେବ ବାତ୍ୟାର ରୂପ

Cyclone: ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଅଞ୍ଚଳରେ ଗଠିତ ଲଘୁଚାପ କ୍ଷେତ୍ର ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି। ୧୫ ତାରିଖ ସକାଳ ସୁଧା ଅବପାତରେ ଓ ଉତ୍ତର ଉତ୍ତର -ପଶ୍ଚିମ ଦିଗରେ ଆଗକୁ ବଢି ୧୬ ତାରିଖ ସଂନ୍ଧ୍ୟ ସୁଧା ବଙ୍ଗୋପସାଗରରେ ଘୂର୍ଣ୍ଣି ଝଡ଼ ବା ବାତ୍ୟାର ରୂପ ନେବ।

Written By Narmada Behera Edited By Narmada Behera
Published: Nov 14, 2026, 07:59 AM IST | Updated: Nov 14, 2026, 08:02 AM IST
Image Credit: Representative - Social Media
Join

Cyclone: ବଙ୍ଗୋପସାଗରର ଦକ୍ଷିଣ ପୂର୍ବ  ଅଞ୍ଚଳରେ ଗଠିତ ଲଘୁଚାପ କ୍ଷେତ୍ର ଧିରେ ଧିରେ ଶକ୍ତିଶାଳୀ ହେବାରେ ଲାଗିଛି। ୧୫ ତାରିଖ ସକାଳ ସୁଧା  ଅବପାତରେ ଓ ଉତ୍ତର ଉତ୍ତର -ପଶ୍ଚିମ ଦିଗରେ ଆଗକୁ ବଢି ୧୬ ତାରିଖ ସଂନ୍ଧ୍ୟ ସୁଧା ବଙ୍ଗୋପସାଗରରେ ଘୂର୍ଣ୍ଣି ଝଡ଼ ବା ବାତ୍ୟାର ରୂପ ନେବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନରୋମା ମହାନ୍ତି କହିଛନ୍ତି ଯେ,ପାଣିପାଗ ପ୍ରଣାଳୀର ଗତିପଥ  ଓ ତିବ୍ରତା ଉପରେ  ନିରନ୍ତର ନଜର ରଖାଯାଉଛି। 

୧୮ ଓ ୧୯ ତାରିଖ ଦିନ  ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଂଜ, ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨ ଦିନ କେନ୍ଦ୍ରାପଡା ଏ ଜଗତସିଂହପୁରରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡିକରେ ବଜ୍ରପାତ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ  ପବନ ବହିବାର ଆଶଙ୍କା ରହିଛି ।  ୧୯ ଓ ୨୦ ତାରିଖରେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା ରହିଛି। 

ଏହାବି ପଢନ୍ତୁ: Odisha Matric Exam 2027: ମାର୍ଚ୍ଚ ୧୨ ରୁ ମାଟ୍ରିକ୍ ପରୀକ୍ଷା,ଜାଣନ୍ତୁ ଏକଜାମ୍ କାର୍ଯ୍ୟସୂଚୀ

ଏହାବି ପଢନ୍ତୁ: Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

 ରାୟଗଡା, ଗଜପତି, ଗଂଜାମ ଓ ପୁରୀର କେତେକ ସ୍ଥାନରେ  ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି। ମତ୍ସ୍ୟଜୀବିଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।  ସିଷ୍ଟମର ଗତିପଥ ଓ ତିବ୍ରତା ପରିବର୍ତ୍ତନ ହୋଇପାରେ। ତେଣୁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିବା ନିର୍ଦ୍ଦେଶକ ଡକ୍ଟର ମହାନ୍ତି କହିଛନ୍ତି। ଏହି ବାତ୍ୟା ପ୍ରଣାଳୀ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଆସିବ। ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ବର୍ଷା ହେବ। ଯାହାଫଳରେ ଶୀତ କମିବା ସହ ତାପମାତ୍ରା ସ୍ବାଭାବିକ୍ ରହିବ। ଗତ  ୨୪ଘଣ୍ଟା ମଧ୍ୟରେ ପରାଡିହା ଅଞ୍ଚଳ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ରେକର୍ଡ଼଼ ହୋଇଛି। ଏହି ବାତ୍ୟାର ନାଁ ରହିବ ଅକଭାନ୍।  ଏହା ଏକ ଇରାନୀ ନାମ।  ଯାହାର ଅର୍ଥ ମନ୍ଦ ବୁଦ୍ଧି( ଇଭିଲ୍ ମାଇଣ୍ତ) ।
 

Add Zee News as a Preferred Source
TAGS:

About the Author

ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
Read More

ZEENEWS TRENDING STORIES