• हिन्दीEnglishमराठीবাংলাதமிழ்മലയാളംગુજરાતીతెలుగుಕನ್ನಡଓଡ଼ିଶାZ BharatPHHBusinessWION
  • facebookyoutubetwitterwhatsapp
Zee News Odia
  • ଖବର
  • ଭିଡିଓ
  • ଫୋଟୋ
  • ଲାଇଭ୍ ବ୍ଲଗ୍
  • ସହର

Add Zee Business As A Preferred Source
App
  • ଲାଇଭ୍ ଟିଭି
  • ଓଡ଼ିଶା
  • ଜାତୀୟ
  • ଆନ୍ତର୍ଜାତୀୟ
  • ମନୋରଞ୍ଜନ
  • କ୍ରୀଡ଼ା
  • ଧର୍ମ
  • ଚାକିରି
  • ଜି ନ୍ୟୁଜ୍ ଓଡ଼ିଶା
  • /ଓଡ଼ିଶା
  • /Odisha Matric Exam 2027: ମାର୍ଚ୍ଚ ୧୨ ରୁ ମାଟ୍ରିକ୍ ପରୀକ୍ଷା,ଜାଣନ୍ତୁ ଏକଜାମ୍ କାର୍ଯ୍ୟସୂଚୀ

Odisha Matric Exam 2027: ମାର୍ଚ୍ଚ ୧୨ ରୁ ମାଟ୍ରିକ୍ ପରୀକ୍ଷା,ଜାଣନ୍ତୁ ଏକଜାମ୍ କାର୍ଯ୍ୟସୂଚୀ

Odisha Matric Exam 2027: ୨୦୨୭ ବର୍ଷର ହାଇସ୍କୁ୍ଲ ସାର୍ଟିପିକେଟ୍ ପରୀକ୍ଷା ବା ମାଟ୍ରିକ୍ ରେଗୁଲାର୍ ଓ ଏକ୍ସ ରେଗୁଲାଗ ପରୀକ୍ଷା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ। ଏହା ସେହି ମାସ ଶେଷ ୨୭ ତାରିଖରେ ଶେଷ ହେବ।

Written ByNarmada BeheraEdited ByNarmada Behera
Published: Nov 14, 2026, 07:08 AM IST|Updated: Nov 14, 2026, 07:11 AM IST
joinshare
Odisha Matric Exam 2027: ମାର୍ଚ୍ଚ ୧୨ ରୁ ମାଟ୍ରିକ୍ ପରୀକ୍ଷା,ଜାଣନ୍ତୁ ଏକଜାମ୍ କାର୍ଯ୍ୟସୂଚୀ
Image Credit: Representative - Social Media

About the Author

    Narmada Behera

    Narmada Behera

    ସାମ୍ୱାଦିକତା କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ଅଭିଜ୍ଞତା ରହିଛି । ସମ୍ୱାଦ, ନକ୍ଷତ୍ର ନ୍ୟୁଜ୍, ଇଟିଭି ପରେ ଜୀ ଡିଜିଟାଲରେ କାର୍ଯ୍ୟରତ । ମନୋରଞ୍ଜନଠୁ ଆରମ୍ଭ କରି ପାଣିପାଗ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ଖବର ଲେଖିବାରେ ରୁଚି ରହିଛି ।
    Read More

    ଟ୍ରେଣ୍ଡିଂ

    • ଖବର
    • ଫୋଟୋ
    • ଭିଡିଓ
    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    ଶେଷ ବଲ୍‌ରେ ପାକିସ୍ତାନକୁ ମାତ୍, U-19 ଏସିଆ କପ୍ ଚାମ୍ପିୟନ୍ ଭାରତ! ୧ ୱିକେଟ୍‌ରେ ରୋମାଞ୍ଚକର ବିଜୟ

    2

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..

    3

    ଓଡ଼ିଶାକୁ ଆଉ ୧ ଲକ୍ଷ ପିଏମ୍ ଆବାସ, ମୋଟ ମଞ୍ଜୁରୀ ୫ ଲକ୍ଷ; ବଲାଙ୍ଗୀରରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    4

    Jubilant Ingrevia: ଜୁବିଲାଣ୍ଟ କାରଖାନା ବିରୋଧରେ ସ୍ୱର ଉଠାଇବାରୁ ଧମକ! ZEE MEDIA ରିପୋର୍ଟ ପରେ ହଇଚଇ

    5

    ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ! ୩୩ ପଦରୁ ୨୦ ଖାଲି, କେନ୍ଦ୍ରକୁ ଚିଠି ଲେଖିଲେ ସସ୍ମିତ

    logo
    • contact us
    • privacy policy
    • legal
    • investor info
    • advertise with us
    © 1998-2026 Indiadotcom Digital Private Limited, All Rights Reserved.

    Odisha Matric Exam 2027: ୨୦୨୭ ବର୍ଷର ହାଇସ୍କୁ୍ଲ ସାର୍ଟିପିକେଟ୍ ପରୀକ୍ଷା ବା ମାଟ୍ରିକ୍ ରେଗୁଲାର୍  ଓ ଏକ୍ସ ରେଗୁଲାଗ ପରୀକ୍ଷା  ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ।  ଏହା ସେହି ମାସ ଶେଷ ୨୭ ତାରିଖରେ ଶେଷ ହେବ।  ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ ଟାରେ ଶେଷ ହେବ।  କେବଳ ଗଣିତ ବିଷୟ ପାଇଁ  ଅଧିକ ୧୫ ମିନିଟ୍ ସମୟ ଲାଗିବ।  ଅର୍ଥାତ୍  ଗଣିତ ପରୀକ୍ଷା ଦିନ ୧୧ ଟା ୪୫ ମିନିଟ୍ ରେ ପରୀକ୍ଷା ଶେଷ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ  ବିଜ୍ଞପ୍ତି ପ୍ରକାଶ ପାଇଛି। 

    ALSO READ: Today Horoscope: ଏହି ରାଶିର ଲୋକଙ୍କ ପାଇଁ ଦିନଟି ରହିବ ଶୁଭ,ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏମାନେ! ପଢନ୍ତୁ ଆଜିର ରାଶିଫଳ

     ମାଟ୍ରିକ୍ ପରୀକ୍ଷା ସହିତ  ସଂସ୍କୃତ ମାଧ୍ୟମ ରେଗୁଲାର୍  ଏବଂ ଏକ୍ସ ରେଗୁଲାର୍ ପରୀକ୍ଷା ଏହି ଦିନଠୁ ଆରମ୍ଭ ହେବ।  ସେହିପରି ଷ୍ଟେଟ୍ ଓପେନ୍ ସ୍କୁଲ୍  ସାର୍ଟିପିକେଟ୍ ପରୀକ୍ଷା  ମଧ୍ୟ ସେହି ଦିନରୁ ଆରମ୍ଭ ହେବ। ତେବେ, ଜନଗଣନା କାର୍ଯ୍ୟରେ  ସ୍କୁଲ୍ ଶିକ୍ଷକମାନେ ନିୟୋଜିତ ହେଉଥିବାରୁ ଏଥର ବିଳମ୍ବରେ ପରୀକ୍ଷା ହେଉଛି। ପୂର୍ବରୁ ଏହି ପରୀକ୍ଷା ଫେବୃଆରୀ ମଧ୍ୟଭାଗରେ ଆରମ୍ଭ ହୋଇ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଶେଷ ହେଉଥିଲା।  ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୧୨ ତାରିଖ ଶୁକ୍ରବାର ପ୍ରଥମ ଭାଷା( ଓଡିଆ, ବଙ୍ଗଳା,ହିନ୍ଦୀ, ଉର୍ଦ୍ଦୁ ଓ ତେଲୁଗୁ ) ପରୀକ୍ଷା ହେବ।  

    ୧୫ ତାରିଖ ସୋମବାର  ବିଜ୍ଞାନ, ୧୭ ତାରିଖରେ ଗଣିତ ରହିଛି।  ୧୮ ତାରିଖ ଗୁରୁବାର ଟିଏଲ( ଭିଜୁଆଲ ଆର୍ଟ ପ୍ରାକ୍ଟିକାଲ) ପରୀକ୍ଷା ସକାଳ ୯ ରୁ ୧୧ ପର୍ଯ୍ୟନ୍ତ ହେବ। ୧୯ ତାରିଖ ଶୁକ୍ରବାର ସାମାଜିକ ବିଜ୍ଞାନ,୨୪ ତାରିଖ ବୁଧବାର  ଦ୍ବିତୀୟ ଭାଷା ଇଂରାଜୀ କିମ୍ବା ହିନ୍ଦୀ, କିମ୍ବା ମୁକ ବଧିର ପରୀକ୍ଷାର୍ଥିଙ୍କ ପାଇଁ  ପରିବେଶ ଜନସଂଖ୍ୟା। ୨୫ ତାରିଖ ଗୁରୁବାର ତୃତୀୟ ଭାଷା ହିନ୍ଦୀ କିମ୍ବା ମୁକ ବଧିର ଛାତ୍ରଛାତ୍ରୀଙ୍କ ଲାଗି ସକାଳ ୯ ଟାରୁ ୧୦ ଟା ପର୍ଯ୍ୟନ୍ତ ଟି-ଏଲ୍-ଭିଜୁଆଲ ଆର୍ଟ ପରୀକ୍ଷାା ହେବ। ୨୭ ତାରିଖ  ତୃତୀୟ ଭାଷା ସଂସ୍କୃତ କିମ୍ବା  ଓଡ଼ିଆ କିମ୍ବା  ପାର୍ଶି ପରୀକ୍ଷା ହେବ।  ଏଥିସହ ଟିଏଲ୍ ଭୋକେଶନାଲ୍  ଏଜୁକେସନର ଥିଓରି ସକାଳ ୯ରୁ ସାଢେ ୧୦ ଟା ପର୍ଯ୍ୟନ୍ତ  ଅନୁଷ୍ଠିତ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି।

     

    Add Zee News as a Preferred Source
    TAGS:
    Odia News